Categories: ଖେଳ

କୋଚ, ଖେଳାଳି କରୋନା ପଜିଟିଭ‌ ଚିହ୍ନଟ

କଲମ୍ବୋ,୩।୨: ଶ୍ରୀଲଙ୍କା କ୍ରିକେଟ ଦଳର ପ୍ରଶିକ୍ଷକ ମିକି ଆର୍ଥର୍‌ ଏବଂ ଭେଟେରାନ ବ୍ୟାଟ୍ସମ୍ୟାନ ଲାହିରୁ ଥିରିମାନେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଇସିସି ଟୁଇଟ୍‌ କରି ଏ ବିଷୟରେ ସୂଚନା ଦେଇଛି। ୱେଷ୍ଟଇଣ୍ଡିଜ ଗସ୍ତକୁ ଯିବା ପୂର୍ବରୁ ଦଳର ୩୬ ଜଣ ସଦସ୍ୟ ମଙ୍ଗଳବାର ପିସିଆର୍‌ ପରୀକ୍ଷା କରିଥିଲେ, ଯେଉଁଥିରେ କୋଚ ଆର୍ଥର ଏବଂ ଥିରିମାନେ କରୋନା ପଜିଟିଭ ଥିବା ଜଣାପଡିଛି। ଏହା ପରେ ଉଭୟଙ୍କୁ ଦଳରୁ ଅଲଗା କରି କ୍ୱାରାଣ୍ଟାଇନ୍‌ ରଖାଯାଇଛି। ବୋର୍ଡ ଏକ ବିବୃତ୍ତିରେ କହିଛି ଯେ ଜାତୀୟ ଦଳ ପାଇଁ ୱେଷ୍ଟଇଣ୍ଡିଜର ଗସ୍ତରେ ଭାଗ ନେବାକୁ ପ୍ରସ୍ତୁତ ଥିବା ଆଶାୟୀ ଖେଳାଳି ଏବଂ କର୍ମଚାରୀଙ୍କ ପିସିଆର୍‌ ପରୀକ୍ଷା କରିଥିଲେ। ଯେଉଁଥିରେ ମୁଖ୍ୟ ପ୍ରଶିକ୍ଷକ ମିକି ଆର୍ଥର ଏବଂ ଖେଳାଳି ଲାହିରୁ ଥିରିମେନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଅଛନ୍ତି। ଉଭୟ ଆର୍ଥର ଏବଂ ଥିରିମେନଙ୍କୁ କରୋନା ଉପରେ ସରକାରଙ୍କ ସ୍ବାସ୍ଥ୍ୟ ପ୍ରୋଟୋକଲ ଅନୁସରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ଶ୍ରୀଲଙ୍କା ଫେବୃୟାରୀରେ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ। ଏହି ଗସ୍ତରେ ଦଳ ୩ଟି ଏକଦିବସୀୟ, ୩ଟି ଟି -୨୦ ଏବଂ ୨ଟି ଟେଷ୍ଟ ମ୍ୟାଚ ଖେଳିବାକୁ ପଡିବ।

Share