Categories: ଖେଳ

ଶେଷଯାଏ ଲଢ଼ିଲେ ଶ୍ରୀଲଙ୍କା ଅଧିନାୟକ

ଗୁଆହାଟି,୧୦।୧: ପ୍ରଥମ ଦିନିକିଆରେ ଦମ୍‌ଦାର ବିଜୟରୁ ଯାତ୍ରା ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ଦଳ ବିରୋଧୀ ଟିମ୍‌କୁ ବିଶାଳ ୩୭୪ରନ୍‌ର ଟାର୍ଗେଟ ଦେଇଥିଲା। ଜବାବରେ ଶ୍ରୀଲଙ୍କା ୫୦ ଓଭର ସୁଦ୍ଧା ୮ ଉଇକେଟ ହରାଇ ୩୦୬ ରନ୍‌ କରିବାରେ ସଫଳ ହୋଇଛି। ତେବେ ମ୍ୟାଚ୍‌ରେ ଶ୍ରୀଲଙ୍କା ଅଧିନାୟକ ଦାସୁନ ଶାନାକାଙ୍କ ସଂଘର୍ଷ ଦେଖିବାକୁ ମିଳିଥିଲା। ଗୋଟିଏ ପରେ ଗୋଟିଏ ଉଇକେଟ ପତନ ହେଉଥିବା ବେଳେ ସେ ନିଜର ଶତକୀୟ ଇନିଂସ ଖେଳିଛନ୍ତି। ମ୍ୟାଚ୍‌ ଶେଷ ହେବା ପର୍ଯ୍ୟନ୍ତ ସେ ୮୮ ବଲ୍‌ରେ ମୋଟ ୧୦୮ ରନ୍‌ କରି ଅପରାଜିତ ରହିଥିଲେ। ତଥାପି ସେ ଦଳକୁ ବିଜେତା କରିପାରି ନ ଥିଲେ।

ପ୍ରକାଶ ଯେ, ଶ୍ରୀଲଙ୍କା ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ନିମନ୍ତ୍ରଣ ପାଇଥିବା ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା, ଓପନର୍‌ ଶୁଭମନ ଗିଲ୍‌ ଏବଂ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ଦଳ ବିରୋଧୀ ଟିମ୍‌ ଆଗରେ ବିଶାଳ ସ୍କୋର ଛିଡ଼ା କରିବାରେ ସଫଳ ହୋଇଥିଲା। ନିର୍ଦ୍ଧାରିତ ୫୦ ଓଭରରେ ଭାରତୀୟ ଟିମ୍‌ ୭ ଉଇକେଟ ହରାଇ ୩୭୩ ରନ୍‌ କରିଥିଲା। ଏଣୁ ଶ୍ରୀଲଙ୍କାକୁ ଜିତିବା ଲାଗି ୩୭୪ ରନ୍‌ର ଟାର୍ଗେଟ ମିଳିଥିଲା।

Share