Categories: ଖେଳ

ସିରିଜ୍‌ ଜିତିଲା ଶ୍ରୀଲଙ୍କା

କଲମ୍ବୋ,୨୯।୭: ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ୍‌କୁ ୭ ଉଇକେଟରେ ଜିତି ନେଇଛି ଶ୍ରୀଲଙ୍କା। ଘରୋଇ ଶ୍ରୀଲଙ୍କା ବୋଲରଙ୍କ ଆଗରେ ଧରାଶାୟୀ ହୋଇଥିଲା ଭାରତୀୟ ଦଳର ବ୍ୟାଟିଂ ଲାଇନଅପ୍‌। ୨୦ ଓଭରରେ ୮୧ ରନ୍‌ରେ ଅଟକି ଯାଇଥିଲା ଟିମ୍‌ ଇଣ୍ଡିଆ। ଲକ୍ଷ୍ୟ ହାସଲ କରିବାକୁ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡି ନ ଥିଲା। ୧୪ ଓଭର ୩ ବଲ୍‌ରେ ୩ ଉଇକେଟ ହରାଇ ମ୍ୟାଚକୁ ଅତି ସହରେ ଜିତି ନେଇଥିଲା ଶ୍ରୀଲଙ୍କା।

ଟସ୍‌ ଜିତି ପ୍ରଥମ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆର ବ୍ୟାଟିଂଲାଇନ ଅପ୍‌ ଘରୋଇ ବୋଲରଙ୍କ ଆଗରେ ଫେଲ ମାରିଥିଲା। ଅଧିନାୟକ ଧାଓ୍ବନ ଖାତା ଖୋଲି ନ ପାରି ପ୍ରଥମ ଓଭରର ୪ ବଲ୍‌ରେ ଆଉଟ୍‌ ହୋଇଥିଲେ। ପରବର୍ତ୍ତୀ ସମୟରେ ଗୋଟିଏ ପରେ ଗୋଟିଏ ଉଉକେଟର ପତନ ଘଟିଥିଲା। କେହି ଆଖି ଦୃଶିଆ ସ୍କୋର କରିପାରି ନ ଥିଲେ। ଫଳରେ ଭାରତ ୨୦ ଓଭରରେ ୮ ଉଇକେଟ ହରାଇ ୮୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ଛୋଟିଆ ଟାର୍ଗେଟକୁ ଶ୍ରୀଲଙ୍କା ହାତଛଡା କରି ନ ଥିଲା। ଶ୍ରୀଲଙ୍କାର ୱାନିନ୍ଦୁ ହାସରାଙ୍ଗା ୪ ଉଇକେଟ ନେଇଥିବା ବେଳେ ଅଧିନାୟକ ଦାସୁନ ଶାନାକା ୨ ଉଇକେଟ ନେଇଥିଲେ।

Share