ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଇବ ଶ୍ରୀଲଙ୍କା

କଲମ୍ବୋ,୧୩।୩ : ଶ୍ରୀଲଙ୍କା ‘ବୁର୍ଖା’ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛି। ଏଥିସହ ୧ ହଜାରରୁ ଅଧିକ ଇସ୍‌ଲାମିକ ବିଦ୍ୟାଳୟକୁ ମଧ୍ୟ ବନ୍ଦ କରିଦିଆଯିବ। ସରକାରଙ୍କ ଏହି ପଦକ୍ଷେପ ଏଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ପ୍ରଭାବିତ କରିବ।

ଏକ ଖବରଦାତା ସମ୍ମିଳନୀରେ ଜନସୁରକ୍ଷା ମନ୍ତ୍ରୀ ସାରଥ୍‌ ଓ୍ବାରାସେକେରା ଏହି ସୂଚନା ଦେଇଛନ୍ତି। ସେ ଶୁକ୍ରବାର ଏକ ପେପରରେ ଦସ୍ତଖତ କରିଥିଲେ। ଯେଉଁଥିରେ ମହିଳାମାନେ ପିନ୍ଧୁଥିବା ବୁର୍ଖା ଉପରେ ନିଷେଧାଦେଶ ଅନୁମୋଦନ କରାଯାଇଥିଲା। ଜାତୀୟ ସୁରକ୍ଷା ଅଧୀନରେ ଏହି ନିଷ୍ପତ୍ତି ନିଆଯାଇଛି। ଶ୍ରୀଲଙ୍କା ବ୍ୟତୀତ ବିଶ୍ୱର ଅନେକ ଦେଶ ମଧ୍ୟ ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କିଛିଦିନ ପୂର୍ବରୁ ସ୍ବିଜରଲ୍ୟାଣ୍ଡ ମଧ୍ୟ ଉପନିର୍ବାଚନ କରି ବୁର୍ଖା ପିନ୍ଧିବାକୁ ବାରଣ କରିଥିଲା।

Share