Posted inଖେଳ

ସୁପର-୧୨ରେ ପହଞ୍ଚିଲା ଶ୍ରୀଲଙ୍କା, ନେଦରଲାଣ୍ଡ୍ସ

ଜିଲଙ୍ଗ,୨୦ା୧୦: ଆଇସିସି ଟି୨୦ ବିଶ୍ୱକପ ମୁଖ୍ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଶ୍ରୀଲଙ୍କା ଓ ନେଦରଲାଣ୍ଡ୍ସ। ଗ୍ରୁପ୍‌ ଏ’ରେ ସ୍ଥାନ ପାଇଥିବା ଦୁଇ ଦଳ ୩ ମ୍ୟାଚରୁ ଦୁଇଟି ଲେଖାଏ ବିଜୟ ସହିତ ସୁପର-୧୨ରେ ପ୍ରବେଶ କରିଛନ୍ତି। ଗୁରୁବାର ଶ୍ରୀଲଙ୍କା ଅନ୍ତିମ ମ୍ୟାଚରେ ନେଦରଲାଣ୍ଡ୍ସକୁ ୧୬ ରନ୍‌ରେ ପରାସ୍ତ କରିଥିଲା। ଅନ୍ୟପକ୍ଷେ ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ପରାସ୍ତ କରିଥିବା ନାମ୍ବିଆ ଏହାର ଅନ୍ତିମ ମ୍ୟାଚରେ ୟୁଏଇ ନିକଟରୁ ପରାଜିତ ହେବାରୁ ନେଦରଲାଣ୍ଡ୍ସ ଯୋଗ୍ୟତା ହାସଲ କରିଛି।

ଗୁରୁବାରର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ୧୬ ରନ୍‌ରେ ନେଦରଲାଣ୍ଡ୍ସକୁ ହରାଇଥିଲା। ଉଇକେଟ କିପର କୁଶାଲ ମେଣ୍ଡିସ୍‌ଙ୍କ ଲଢୁଆ ୭୯ ରନ ସହିତ ୧୬୨ ରନ୍‌ ସଂଗ୍ରହ କରିଥିଲା। ୪୪ ବଲର ଏହି ଇନିଂସରେ ୫ଟି ଲେଖାଏ ଛକା ଓ ଚୌକା ସାମିଲ ଥିଲା। ଅନ୍ୟମାନଙ୍କ ମଧ୍ୟରେ ଚରିଥ୍‌ ଅସଲଙ୍କା ୩୧ ରନ୍‌ କରିଥିଲେ। ତେବେ ଦୁଇ ସ୍ପିନର ଓ୍ବନିନ୍ଦୁ ହସରଙ୍ଗା ଓ ମହୀଷ ଥିକ୍‌ସାନା ୫ ଉଇକେଟ ଅକ୍ତିଆର କରିବାରୁ ନେଦରଲାଣ୍ଡସ ୧୪୬/୯ରେ ସୀମିତ ରହିଥିଲା। ଓପନର ମ୍ୟାକ୍ସ ଓଡଡ୍‌ ଅପରାଜିତ ୭୧ ରନ୍‌ କରିଥିଲେ ହେଁ ଏହା ବିଜୟ ପାଇଁ ଯଥେଷ୍ଟ ନ ଥିଲା। କୁଶାଲମେଣ୍ଡିସଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା।

ଦ୍ୱିତୀୟ ମ୍ୟାଚଟି ୟୁଏଇ ଓ ନାମ୍ବିଆ ମଧ୍ୟରେ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ୟୁଏଇ ୩ ଉଇକେଟରେ ୧୪୮ ରନ୍‌ କରିଥିବା ବେଳେ ନାମ୍ବିଆ ୮/୧୪୧ରେ ସୀମିତ ରହିଥିଲା। ୟୁଏଇ ପକ୍ଷରୁ ମହମ୍ମଦ ଓ୍ବାସିମ୍‌ ୫୦ ଓ ଚନ୍ଦନଗାପୋୟିଲ ରିଜଓ୍ବାନ ୪୩ ରନ୍‌ କରିଥିଲେ। ଜବାବରେ ଡେଭିଡ୍‌ ଓ୍ବିଜଙ୍କ ୫୫ ରନ୍‌ ସତ୍ତ୍ୱେ ନାମ୍ବିଆ ବିଜୟ ଲକ୍ଷ୍ୟରୁ ୭ ରନ୍‌ ଦୂରରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri