Categories: ଖେଳ

ଫ୍ରାଞ୍ଚାଇଜ୍‌ କ୍ରିକେଟରୁ ଅବସର ନେଲେ ଶ୍ରୀଲଙ୍କାର ଏହି ଅଭିଜ୍ଞ ବୋଲର୍‌

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ଆମାଗୀ ସିଜନ ପାିଁ ମୁମ୍ବାଇ ଇଣ୍ଡିଆନ୍ସ ସହ ହୋଇଥିବା ଚୁକ୍ତି ନବୀକରଣ ନ ହେବା ପରେ ଶ୍ରୀଲଙ୍କାର ଅଭିଜ୍ଞ ଦ୍ରୁତ ବୋଲର୍‌ ଲସିଥ ମାଲିଙ୍ଗା ଫ୍ରାଞ୍ଚାଇଜ୍‌ କ୍ରିକେଟରୁ ଅବସର ନେଇଛନ୍ତି।

ଆଇପିଏଲ୍‌ ଇତିହାସରେ ସର୍ବାଧିକ ୧୭୦ ଉଇକେଟ ନେଇଥିବା ମଲିଙ୍ଗା ନିଜର ନିଷ୍ପତ୍ତି ନେଇ ମାସ ଆରମ୍ଭରୁ ଟିମ୍‌କୁ ଅବଗତ କରାଇଥିଲେ। ଏଥିପାଇଁ ସେ ଚୟନ ପାଇଁ ଉପଲବ୍ଧ ନ ଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏକ ବିବୃତ୍ତିରେ ଏନେଇ ସୂଚନା ଦିଆଯାଇଛି। ଅପରପକ୍ଷେ ମାଲିଙ୍ଗା ଏକ ବିଜ୍ଞପ୍ତିରେ କହିଛନ୍ତି, ପରିବାର ସହ କଥାବାର୍ତ୍ତା ହେବା ପରେ ସମସ୍ତ ପ୍ରକାର ଫ୍ରାଞ୍ଚାଇଜ୍‌ କ୍ରିକେଟରୁ ଅବସର ନେବାର ଏହା ଉପଯୁକ୍ତ ସମୟ ବୋଲି ଲାଗିଲା।

ଟେଷ୍ଟ ଏବଂ ଦିନିକିଆ କ୍ରିକେଟରୁ ଅବସର ନେଇଛନ୍ତି ମାଲିଙ୍ଗା। ହେଲେ ଟି୨୦ ଖେଳୁଛନ୍ତି। ଗତ ବର୍ଷ ସେ ଶ୍ରୀଲଙ୍କା ପାଇଁ ଟି୨୦ ବିଶ୍ୱକପ୍‌ ଖେଳିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଅକ୍ଟୋବର-ନଭେମ୍ବର ୨୦୨୦ରେ ଏହା ହେବାକୁ ଥିଲା। ଏବେ ମାଲିଙ୍ଗାଙ୍କ ନିଷ୍ପତ୍ତି ପରେ ସେ କୋଚିଂ ଦେଇପାରନ୍ତି ବୋଲି କୁହାଯାଉଛି।

Share