ଶ୍ରୀଲଙ୍କାକୁ ୩୭ ହଜାର କୋଟି ଋଣ ଦେଲା ଭାରତ

ନୂଆଦିଲ୍ଲୀ,୨ା୨: ଆର୍ଥିକ ସଙ୍କଟରେ ପଡ଼ିଥିବା ଶ୍ରୀଲଙ୍କାରେ ତୈଳ ଏବଂ ଶକ୍ତି ଅଭାବ ମଧ୍ୟ ଲାଗି ରହିଛି। ଜରୁରିକାଳୀନ ସ୍ଥିତିରେ ତୈଳ କ୍ରୟ ପାଇଁ ଭାରତ ଶ୍ରୀଲଙ୍କାକୁ ୫ ଶହ ମିଲିୟନ ଡଲାର (୩୭,୪୦,୪୩,୨୫,୦୦୦) ଋଣ ଦେଇଛି। ଅର୍ଥ ଅଭାବରୁ ଦ୍ୱୀପରେ ବ୍ଲାକ୍‌ଆଉଟ ଜାରି ରହିଛି। ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡ଼ିକ ଦେଶରେ ଆବଶ୍ୟକ ପରିମାଣର ବିଦ୍ୟୁତ୍‌ ଯୋଗାଇ ପାରୁନାହାନ୍ତି। ଏଥିଯୋଗୁ ପରିବହନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ଦୁଇ ସପ୍ତାହର ଆଲୋଚନା ପରେ ବୁଧବାର ଔପଚାରିକ ଭାବେ ଏହି ଚୁକ୍ତି ସ୍ବାକ୍ଷର ହୋଇଥିବା ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ଋଣ ବୋଝ ସହ ଅର୍ଥାଭାବ ସମସ୍ୟାରେ ଯୁଝି ହେଉଥିବା ଶ୍ରୀଲଙ୍କାରେ ମୁଦ୍ରାସ୍ଫୀତି ରେକର୍ଡ ସ୍ତରରେ ପହଞ୍ଚିଛି। ଅତ୍ୟାବଶ୍ୟକ ସାମଗ୍ରୀ ଆକାଶଛୁଆଁ ହୋଇଥିବାରୁ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Share