Posted inଖେଳ

ଖରାପ ଫିଲ୍ଡିଂ ଛଡ଼ାଇ ନେଲା ସିରିଜ୍‌ ମୂଳପୋଛ ସୁଯୋଗ

କଲମ୍ବୋ,୨୩।୭: ଶ୍ରୀଲଙ୍କା ବିପକ୍ଷ ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ। କିନ୍ତୁ ଖରାପ ଫିଲ୍ଡିଂ ଭାରତ ହାତରୁ ସିରିଜ୍‌ ମୂଳପୋଛ କରିବାର ସୁଯୋଗ ଛଡ଼ାଇ ନେଲା। ଗୋଟିଏ କି ଦୁଇଟି ନୁହେଁ ଭାରତୀୟ ଫିଲ୍ଡରମାନେ ବାରମ୍ବାର କ୍ୟାଚ୍‌ ଛାଡ଼ିଥିଲେ। ତା’ ସାଙ୍ଗକୁ ଓ୍ବାଇଡ୍‌ ଓ ନୋ ବଲ ବାବଦକୁ ୩୦ ଅତିରିକ୍ତ ରନ୍‌ ଦେଇଥିଲେ ବୋଲରମାନେ। ଏହା ଭାରତ ପାଇଁ କାଳ ସାଜିଥିଲା। ଏହାସତ୍ତ୍ୱେ ୨୨୭ ରନ୍‌ର ସାଧାରଣ ବିଜୟ ଲକ୍ଷ୍ୟକୁ ହାସଲ କରିବା ପାଇଁ ଘରୋଇ ଶ୍ରୀଲଙ୍କାକୁ ବେଶ୍‌ ସଂଘର୍ଷ କରିବାକୁ ପଡ଼ିଥିଲା। ସିରିଜ୍‌ର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌କୁ ଶ୍ରୀଲଙ୍କା ୩ ଉଇକେଟରେ ଜିତି ନେଇଛି। ଘରୋଇ ଦଳର ସାନ୍ତ୍ୱନାମୂଳକ ବିଜୟ ସତ୍ତ୍ୱେ ଶିଖର ଧାଓ୍ବନଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ୨-୧ରେ ସିରିଜ ହାତେଇଛି। ପଦାର୍ପଣକାରୀ ଖେଳାଳିଙ୍କ ମଧ୍ୟରେ ସଞ୍ଜୁ ସାମସନ, ଚେତନ ସାକାରିୟା ଓ ରାହୁଲ ଚହରଙ୍କ ପ୍ରଭାବି ପ୍ରଦର୍ଶନ କରିଥିଲେ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ଆରମ୍ଭରୁ ଅଧିନାୟକ ଧାଓ୍ବନ (୧୩)ଙ୍କ ଉଇକେଟ ହରାଇଥିଲା। ଏହାପରେ ପୃଥ୍ବୀ ଶ’ ଓ ସାମସନ ଦ୍ୱିତୀୟ ଉଇକେଟ ପାଇଁ ଦଳୀୟ ସ୍କୋରରେ ଯୋଡ଼ିଥିଲେ ୭୪ ରନ୍‌। ପୃଥ୍ବୀ (୪୯ ରନ୍‌, ୮ ଚୌକା) ଓ ସାମସନ (୪୬ ରନ୍‌, ୫ ଚୌକା ଓ ଗୋଟିଏ ଛକା) ଆଉଟ୍‌ ହେବା ପରେ ଆରମ୍ଭ ହୋଇଥିଲା ଉଇକେଟ ପତନ ପ୍ରକ୍ରିୟା। ଫଳରେ ଭାରତ ୨୨୫ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଡିଏଲ୍‌ଏସ୍‌ ମେଥଡ୍‌ରେ ଶ୍ରୀଲଙ୍କା ଆଗରେ ଧାର୍ଯ୍ୟ ହୋଇଥିଲା ୨୨୭ ରନ୍‌ର ବିଜୟ ଲକ୍ଷ୍ୟ।

ଜବାବରେ ଅଭିଷ୍କା ଫର୍ନାଣ୍ଡୋ (୭୬ ରନ୍‌, ୪ ଚୌକା ଓ ଗୋଟିଏ ଛକା) ଓ ଭାନୁକା ରାଜପାକସା (୬୫ ରନ୍‌, ୧୨ ଚୌକା )ଙ୍କ ଅର୍ଦ୍ଧଶତକୀୟ ଇନିଂସ ଘରୋଇ ଦଳର ବିଜୟ ନିଶ୍ଚିତ କରିଥିଲା। କିନ୍ତୁ ରାହୁଲ ଓ ସାକାରିୟା କ୍ରମାଗତ ବ୍ୟବଧାନରେ ଉଇକେଟ ନେଇ ମ୍ୟାଚ୍‌ରେ ଭାରତର ସମ୍ଭାବନା ସୃଷ୍ଟି କରିଥିଲେ। ଶେଷରେ ୩୯ ଓଭରରେ ୭ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ଶ୍ରୀଲଙ୍କା।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri