ଶ୍ରୀଲଙ୍କାରେ ଆହୁରି ବିଗିଡିଲା ଆର୍ଥିକ ସଙ୍କଟ, ଭୋକରେ ମରୁଛନ୍ତି ପୋଲିସ ଘୋଡ଼ା

କଲମ୍ବୋ,୧୦ ।୧୨: ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି ଶ୍ରୀଲଙ୍କାର ଆର୍ଥିକ ସଙ୍କଟ । ମନୁଷ୍ୟ ସହ ଏହାର ପ୍ରଭାବ ପ୍ରାଣୀମାନଙ୍କ ଉପରେ ବି ପଡୁଛି । ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀଲଙ୍କା ପୋଲିସର ୬ଟି ଘୋଡ଼ାଙ୍କର ଖାଦ୍ୟ ଅଭାବରୁ ମୃତ୍ୟୁ ହୋଇଛି ।

କୁହାଯାଉଛି ଖାଦ୍ୟ ଆମଦାନୀ ଉପରେ ନିଷେଧାଦେଶ ଯୋଗୁ ପୋଲିସ ଘୋଡ଼ାମାନେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ପାଉ ନାହାନ୍ତି । ପୋଲିସର ମୁଖପାତ୍ର ନିହାଲ ଥାଲଡୁଭା ନିଶ୍ଚିତ କରିଛନ୍ତି ଯେ ଖାଦ୍ୟ ଅଭାବରୁ ୬ଟି ଘୋଡ଼ାଙ୍କର ମୃତ୍ୟୁ ହୋଇଛି । ହେଲେ ଗୋଟିଏ ଘୋଡ଼ାର ଆଘାତ ଯୋଗୁ ମୃତ୍ୟୁ ହୋଇଛି । ଚଳିତ ବର୍ଷ ଏସବୁ ଘୋଡ଼ାଙ୍କର ମୃତ୍ୟୁ ହୋଇଛି । ୱେବସାଇଟ ଇକୋନମିକ୍ସ ଡଟ କମ ସହିତ କଥାବାର୍ତ୍ତା କରି ଥାଲଡୁଭା କହିଛନ୍ତି, ପୁଷ୍ଟିକର ଖାଦ୍ୟର ଅଭାବରୁ ଘୋଡ଼ାଗୁଡିକ ଅନେକ ରୋଗର ଶିକାର ହେଉଛନ୍ତି । ମୃତ୍ୟୁ ସମ୍ପର୍କିତ ସବିଶେଷ ତଥ୍ୟ ଦେଇ ସେ କହିଛନ୍ତି, ଫେବୃୟାରୀ, ଏପ୍ରିଲ, ଅକ୍ଟୋବର ଏବଂ ନଭେମ୍ବରରେ ଏହି ମୃତ୍ୟୁ ହୋଇଛି ।
କୁହାଯାଉଛି ସମସ୍ତ ଘୋଡ଼ା ପୋଲିସର ମାଇଂଟେଡ ଡିଭିଜନର । ଥଲଡୁଭା କହିଛନ୍ତି, ଡାକ୍ତରୀ ରିପୋର୍ଟ ଅନୁଯାୟୀ, ଗୋଟିଏ ଘୋଡ଼ାର ଇଣ୍ଟରନାଲ ଇଞ୍ଜୁରି ଯୋଗୁ ମୃତ୍ୟୁ ହୋଇଛି । ହେଲେ ଅନ୍ୟ ଘୋଡ଼ାଗୁଡିକଙ୍କର ଖାଦ୍ୟାଭାବରୁ ମୃତ୍ୟୁ ହୋଇଛି । ପୋଲିସ ପ୍ରବକ୍ତା କହିଛନ୍ତି ଏହି ମୃତ ଘୋଡାଙ୍କ ମୂଲ୍ୟ ପାୟ ୩୫ ହଜାର ଡଲାର ହେବ । ଏବେ ମାଉଂଟେଡ ଡିଭିଜନ ନିକଟରେ ପ୍ରାୟ ୫୦ରୁ ଅଧିକ ଘୋଡ଼ା ରହିଛନ୍ତି ।

Share