୧୩ରେ ଇସ୍ତଫା, ୨୦ରେ ମତଦାନ

କଲେମ୍ବୋ,୧୧।୭: ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ମଧ୍ୟରେ ଦେଶର ରାଷ୍ଟ୍ରପତି ଗୋଟବାୟା ରାଜପାକ୍ସେଙ୍କ ବିରୋଧରେ ବ୍ୟାପକ ବିରୋଧ ପ୍ରଦର୍ଶନ ଜାରି ରହିଛି। ଇତିମଧ୍ୟରେ ଗୋଟବାୟା ସୋମବାର ନିଜ ପଦରୁ ଇସ୍ତଫା ଦେବା ପାଇଁ ଘୋଷଣା କରିଛନ୍ତି। ତେବେ ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ହେବ। ଏହାପରେ ଜୁଲାଇ ୨୦ରେ ଏହି ପଦ ପାଇଁ ମତଦାନ କରାଯିବ ବୋଲି ଶ୍ରୀଲଙ୍କା ବାଚସ୍ପତି ମହିନ୍ଦା ୟପ୍ପା ଅଭୟବର୍ଦ୍ଧନ ଏକ ଗଣାମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଅନ୍ୟପଟେ ଏହା ପୂର୍ବରୁ ରାଷ୍ଟ୍ରପତି ଗୋଟବାୟା ଇସ୍ତଫା ଘୋଷଣା କରିବା ପରେ ଦେଶ ଛାଡି ପଳାଇଯାଇଥିବା ବେଲେ ବୁଧବାର ଫେରି ଇସ୍ତଫା ପତ୍ର ପ୍ରଦାନ କରିବେ ବୋଲି କୁହାଯାଇଉଥିଲା। ହେଲେ ଏହାକୁ ବାଚସ୍ପତି ଖଣ୍ଡନ କରିଛନ୍ତି। ସେ ଏକ ଗଣାମାଧ୍ୟମକୁ ଫୋନ କରି କହିଛନ୍ତି ଯେ, ଗୋଟବାୟା ଏବେ ବି ଦେଶରେ ଅଛନ୍ତି, ସେ ଜୁଲାଇ ୧୩ରେ ଇସ୍ତଫା ଦେବେ ବୋଲି ସ୍ପଷ୍ଟ କରିଛନ୍ତି।

Share