ଜ୍ୟାକଲିନଙ୍କ ଇମୋଶନାଲ ପୋଷ୍ଟ

ମୁମ୍ବାଇ: ମହଙ୍ଗା ମାଡରେ ଭାଙ୍ଗି ପଡିଥିବା ଶ୍ରୀଲଙ୍କା ପରିସ୍ଥିତି ଦେଖି ଦୁଃଖ ପ୍ରକାଶ କରିଛନ୍ତି ବଲିଉଡ ନାୟିକା ଜ୍ୟାକଲିନ ଫର୍ନାଡିଜ । ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଲମ୍ବା ଚଉଡା ପୋଷ୍ଟ ଲେଖି ସମସ୍ତଙ୍କୁ ଇମୋଶନାଲ କରି ଦେଇଛନ୍ତି । ସେ ଲେଖିଛନ୍ତି ଜଣେ ଶ୍ରାଙ୍କାବାସୀ ଭାବେ ଏବେ ଶ୍ରୀଲଙ୍କା ପରିସ୍ଥିତି ଦେଖି ଦୁଃଖ ଲାଗୁଛି । ତେବେ ଏଥିପାଇଁ କାହାକୁ ଦାୟୀ କରାଯିବା ଉଚିତ ନୁହେଁ । ଏଭଳି ପରିସ୍ଥିତି ଧୀରେ ଧୀରେ ସୁଧୁରି ଯିବ । ଏହାସହ ଏଭଳି ସ୍ଥିତି ଶୀଘ୍ର ସୁଧୁରିଯାଉ ବୋଲି ସେ ପ୍ରାର୍ଥନା କରିଛନ୍ତି । ଶ୍ରୀଲଙ୍କାବାସୀ ଏକାଠି ହୋଇ ପରିସ୍ଥିତିର ସମାନା କରିବାକୁ ସେ ଅପିଲ କରିଛନ୍ତି । ସୂଚନାଯୋଗ୍ୟ, ଜ୍ୟାକଲିନଙ୍କ ପିତା ଶ୍ରୀଲଙ୍କାବାସୀ ହୋଇଥିବାରୁ ସେହିଠାରେ ହିଁ ସେ ତାଙ୍କର ଶିକ୍ଷା ସମାପ୍ତ କରିଛନ୍ତି । ଏହାସହ ଜ୍ୟାକଲିନ ମିସ୍ ଶ୍ରୀଲଙ୍କା ଭାବେ ସେଠାକାର ଥିଲଟରରେ କାମ କରିବା ସହ ଏବେ ବଲିଉଡରେ ଜଣେ ସକ୍ରିୟ ଅଭିନେତ୍ରୀ ଭାବେ କାମ କରୁଛନ୍ତି ।

Share