ଶ୍ରୀଲଙ୍କାରେ ପରିବା ଦର ଆକାଶଛୁଆଁ: ୨ଶହ କିଲୋ ପିଆଜ,୨୨୦ ଆଳୁ-୪୯୦ମୂଳା

କଲମ୍ବୋ,୧୨।୭: ପଡ଼ୋଶୀ ଦେଶ ଶ୍ରୀଲଙ୍କାର ଅବସ୍ଥା ଗତ କିଛି ମାସରୁ ବହୁତ ଖରାପ ରହିଛି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଦେଶରେ ବର୍ତ୍ତମାନ ରାଜନୈତିକ ଅସ୍ଥିରତା ଲାଗିରହିଛି। ଜନତାଙ୍କ ବିରୋଧ ପ୍ରଦର୍ଶନ ପରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପାକ୍ସେ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ଇତିମଧ୍ୟରେ ଉକ୍ତ ଦେଶରେ ଖାଦ୍ୟ ପାନୀୟ ଓ ଜରୁରୀ ଜିନିଷର ଦରଦାମ୍‌ ଆକାଶ ଛୁଆଁ ହୋଇଛି। ଶ୍ରୀଲଙ୍କାର ରାଜଧାନୀ କଲମ୍ବୋର ଫୋସ୍‌ ମାର୍କେଟରେ ଟମାଟର କିଲୋ ୧୫୦ଟଙ୍କା ହୋଇଥିବା ବେଳେ ପିଆଜ ୨୦୦, ଆଳୁ ୨୨୦ ଓ ମୂଳା ୪୯୦ ଟଙ୍କାରେ ପହଞ୍ଚିଛି। ଫଳରେ ସ୍ଥାନୀୟ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଅନ୍ୟପଟେ ପୂର୍ବରୁ ଦେଶରେ ଡିଜେଲ-ପେଟ୍ରୋଲର ଅଭାବ ଓ ଦୀର୍ଘ ସମୟ ପର୍ଯ୍ୟନ୍ତ ବିଦ୍ୟୁତ୍‌ କାଟ ଲୋକଙ୍କ ସମସ୍ୟାକୁ ଆହୁରି ଦ୍ୱିଗୁଣିତ କରିଛି।

Share