Categories: ଖେଳ

ଦୁଇଟି ବିଶ୍ୱଯୁଦ୍ଧ ଯାହା କରିପାରି ନ ଥିଲା, ତାହା କରି ଦେଖାଇଲା କୋଭିଡ୍‌-୧୯

କଲମ୍ବୋ,୨୭।୪ : ଶ୍ରୀଲଙ୍କାରେ ଦେଖାଦେଇଥିବା କରୋନା ଭାଇରସର ନୂଆ ଷ୍ଟ୍ରେନ ଯୋଗୁ ବାଧାପ୍ରାପ୍ତ ହୋଇଛି ଦେଶର ଦୁଇ ସ୍କୁଲ ମଧ୍ୟରେ ହେବାକୁ ଥିବା ପାରମ୍ପରିକ କ୍ରିକେଟ ମ୍ୟାଚ୍‌। ଦୀର୍ଘ ୧୪୧ ବର୍ଷ ହେଲା ଖେଳାଯାଉଥିବା ଏହି ମ୍ୟାଚ୍‌ ଦୁଇ ଦୁଇଟି ବିଶ୍ୱଯୁଦ୍ଧ ବେଳେ ମଧ୍ୟ ଜାରି ରହିଥିଲା।

୪ ଜଣ ଖେଳାଳି କରୋନା ପଜିଟିଭି ଚିହ୍ନଟ ହେବା ପରେ ଆସନ୍ତା ମାସରେ ଦି ଆନୁଆଲ ରୟାଲ ଓ ସେଣ୍ଟ ଥୋମାସ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌କୁ ସ୍ଥଗିତ ରଖାଯାଇଛି। ୩ ଦିନିଆ ମ୍ୟାଚ୍‌ ବିନା ଦର୍ଶକରେ ଖେଳାଯିବାର ଥିଲା।

କୋଭିଡ୍‌ ଲହର କାରଣରୁ ୧୪୨ ତମ ରୟାଲ-ଥୋମେନ ମ୍ୟାଚ୍‌ ଚଳିତ ବର୍ଷ ଖେଳା ନ ଯାଇପାରେ ବୋଲି ଜଣେ ଅଫିସିଆଲ କହିଛନ୍ତି। ୧୮୦୫ରେ ଏହି ଇଭେଣ୍ଟର ପ୍ରଥମ ମ୍ୟାଚ୍‌ ଏଟନ ଓ ହାରୋ ମଧ୍ୟରେ ଖେଳାଯାଇଥିଲା। ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧବେଳେ ମଧ୍ୟ ଏହି ମ୍ୟାଚ୍‌ ଖେଳାଯାଇଥିଲା।

Share