Categories: ଖେଳ

ଭାରତ ବିପକ୍ଷ ସିରିଜ୍‌ରୁ ଏତିକି ଲାଭ କରିଛି ଶ୍ରୀଲଙ୍କା

କଲମ୍ବୋ, ୧୨।୮: ଖେଳାଳିମାନେ କୋଭିଡ୍‌-୧୯ରେ ସଂକ୍ରମିତ ହେବା ପରେ ମଧ୍ୟ ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ସିରିଜ୍‌କୁ ଜାରି ରଖିଥିଲା ଭାରତ। ଉଭୟ ଦଳ ମଧ୍ୟରେ ୩ ଲେଖାଏ ଦିନିକିଆ ଓ ସମାନ ସଂଖ୍ୟକ ଟି୨୦ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଖେଳାଯାଇଥିଲା। ଭାରତୀୟ ଦଳ ଏହି ଗସ୍ତ କାରଣରୁ ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲ୍‌ସି)କୁ ୧୪.୫ ନିୟୁତ ଆମେରିକୀୟ ଡଲାର ଲାଭ ହୋଇଛି। ଭାରତୀୟ ମୂଦ୍ରାରେ ଏହାର ମୂଲ୍ୟ ୧୦୭.୭ କୋଟି ଟଙ୍କା। ଲାଭ ସମ୍ପର୍କିତ ତଥ୍ୟ ପ୍ରକାଶ କରିଛନ୍ତି ଏସ୍‌ଏଲ୍‌ସି ସମ୍ପାଦକ ମୋହନ ଡି ସିଲଭା।

ଉଲ୍ଲେଖଥାଉ କି, ଭାରତୀୟ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ସଂକ୍ରମିତ ହେବା ପରେ ଟି୨୦ ସିରିଜ୍‌ ଉପରେ ଦେଖାଦେଇଥିଲା ଆଶଙ୍କାର କଳା ବାଦଲ। ଘରୋଇ ବୋର୍ଡ ସିରିଜ୍‌ ବାତିଲ କରିବାକୁ ଚିନ୍ତା କରୁଥିଲା। କିନ୍ତୁ ବିସିସିଆଇର ହସ୍ତକ୍ଷେପ ପରେ ବିନା ଅସୁବିଧାରେ ସିରିଜ୍‌ ଆୟୋଜନ ଶେଷ ହୋଇଥିଲା। ଟିମ୍‌ ଇଣ୍ଡିଆ ସିରିଜ୍‌ ମଧ୍ୟରୁ ଓହରି ଯାଇଥିଲେ ଶ୍ରୀଲଙ୍କା ବୋର୍ଡକୁ ବଡ଼ କ୍ଷତି ସହିବାକୁ ପଡ଼ିଥାନ୍ତା।

Share