ଶ୍ରଲଙ୍କା ଆକ୍ରମଣରେ ଅଳ୍ପକେ ବର୍ତ୍ତିଲେ ଏହି ଭାରତୀୟ ଅଭିନେତ୍ରୀ

କଲମ୍ବୋ,୨୨।୪: ଇଷ୍ଟର ଉତ୍ସବ ସମୟରେ ରବିବାର ଶ୍ରୀଲଙ୍କାର ସିଲସିଲେବାରରେ ସିରିଏଲ ବିସ୍ଫୋରଣ ହୋଇଛି। ରାଜଧାନୀ କଲମ୍ବୋ ସହ ଉପକୂଳୀୟ ସହର ନେଗେମ୍ବୋ ଓ ବାଟିକଲା ସମେତ ୮ଟି ସ୍ଥାନରେ ହୋଇଥିବା ବିସ୍ଫୋରଣରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୫ଶହରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ମହିଳା, ଶିଶୁ ଓ ୧୧ଜଣ ବିଦେଶୀ ନାଗରିକ ଥିବା ଜଣାପଡ଼ିଛି।  ତେବେ ଏହି ବିସ୍ଫୋରଣରେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ତାମିଲର ପପୁଲାର ଅଭିନେତ୍ରୀ ରାଧିକା ଶରଥକୁମାର। ବିସ୍ଫୋରଣ ହେବାର କିଛି ସମୟ ପୂର୍ବରୁ ରାଧିକା ବିମାନରେ ଚେନ୍ନାଇ ଯିବା ପାଇଁ ହୋଟୋଲରୁ ବାହାରିଥିଲେ। ଏହି   ବିସ୍ଫୋରଣ ପରେ ସେ ଟୁଇଟ କର କହିଛନ୍ତି, ସିନାମନ୍‌ଗ୍ରାଣ୍ଡ ହୋଟେଲରୁ ବାହାରିବା ବେଳେ ଏହି ବିସ୍ପୋରଣର ସୂଚନା ମିଳିଥିଲା, ଏହି ଆକ୍ରମଣରେ ସେ ବହୁ ମର୍ମାହତ ହୋଇଛନ୍ତି। ଏଥିସହ ସେ କଲମ୍ବୋ ବାସିନ୍ଦାଙ୍କ ପାଇଁ ଦୁଃଖ ପ୍ରକାଶ କରିବା ସହ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି । ଅପରପକ୍ଷରେ ଏହି ମାମଲାରେ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି କଲମ୍ବୋ ପୋଲିସ।

Share