Categories: ଖେଳ

ଟି୨୦ ବିଶ୍ୱକପ୍‌ ଲାଗି ଦଳ ଘୋଷଣା କଲା ଶ୍ରୀଲଙ୍କା

କଲମ୍ବୋ,୧୬।୯: ଭାରତ ଏବଂ ପାକିସ୍ତାନ ଭଳି ଶକ୍ତିଶାଳୀ ଟିମ୍‌ ଉପସ୍ଥିତିରେ ଏସିଆ କପ୍‌ ୨୦୨୨ ଟାଇଟଲ ଜିତି ଇତିହାସ ରଚିଥିଲା ଶ୍ରୀଲଙ୍କା କ୍ରିକେଟ ଟିମ୍‌। ଏବେ ଦଳର ନଜର ଆଗାମୀ ଟି-୨୦ ବିଶ୍ୱକପ୍‌ ଉପରେ ରହିଛି। ଏଭଳି ସ୍ଥିତିରେ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ବିଶ୍ୱକପ୍‌ ଲାଗି ୧୫ ଜଣିଆ ଦଳ ଘୋଷଣା କରିଛି।

ଦାସୁନ ଶାନାକାଙ୍କ ଅଧିନାୟକତ୍ୱରେ ଦଳରେ ଆହତ ଥିବା ଦୁଷ୍ମନ୍ତ ଚାମିରା ଏବଂ ଲାହିରୁ କୁମାରଙ୍କୁ ସାମିଲ କରାଯାଇଛି। ହେଲେ ଫିଟ୍‌ନେସ୍‌ ପ୍ରମାଣ ପାଇବା ପରେ ଉଭୟ ଦଳରେ ସ୍ଥାନ ପାବେ। ସେହିଭଳି ଷ୍ଟାଣ୍ଡି ଖେଳାଳି ଭାବେ ଆଶେନ ଭଣ୍ଡାରା, ପ୍ରବୀଣ ଜୟବିକ୍ରମ, ଦୀନେଶ ଚାନ୍ଦିମାଲ, ବିନୁରା ଫର୍ନାଣ୍ଡୋ ଏବଂ ନୁଭେନ୍ଦୁ ହାସରଙ୍ଗା ରହିଛନ୍ତି। ଏହି ସମସ୍ତ ଖେଳାଳି ଦଳ ସହ ଅଷ୍ଟ୍ରେଲିଆ ଯିବେ। ତେବେ ଶ୍ରୀଲଙ୍କା ଟିମ୍‌ରେ ଏସିଆ କପ୍‌ ଜିତିଥିବା ଦଳରେ ଅନ୍ତର୍ଭୁକ୍ତ ଥିବା ଅଧିକାଂଶ ଖେଳାଳି ସୁଯୋଗ ପାଇଛନ୍ତି।

ଶ୍ରୀଲଙ୍କା ଟି -୨୦ ବିଶ୍ୱକପ ଦଳ:
ଦାସୁନ ଶାନାକା (କ୍ୟାପ୍‌ଟେନ), ଦାନୁସ୍କା ଗୁନାଥିଲାକା, ପଥୁମ ନିଶଙ୍କା, କୁସାଲ ମେଣ୍ଡିସ, ଚରିତ ଆସ୍ଲଙ୍କା, ଭାନୁକା ରାଜପାକ୍‌ସେ, ଧନଞ୍ଜୟ ଡି ସିଲଭା, ଭାନିନ୍ଦୁ ହାସରାଙ୍ଗା, ମହିଷ ତେକ୍ସାନା, ଜେଫ୍ରି ଭାଣ୍ଡର୍ସେ, ଚାମିକା କରୁଣାରତ୍ନେ, ଦୁଷ୍ମନ୍ଥା ଚାମିରା(ଫିଟନେସ ଅଧୀନରେ), ଦିଲଶାନ ମଧୁସାଙ୍କା, ପ୍ରମୋଦ ମଧୁସାନ

ଷ୍ଟାଣ୍ଡବାଇ ଖେଳାଳି: ଆଶେନ ବାନ୍ଦାରା, ପ୍ରବୀଣ ଜୟଭିକ୍ରମ, ଦୀନେଶ ଚାନ୍ଦିମାଲ, ବିନୁରା ଫର୍ନାଣ୍ଡୋ, ନୁଭାଇଣ୍ଡୁ ଫର୍ନାଣ୍ଡୋ

Share