ଆଦର୍ଶ ଶ୍ରୀକୃଷ୍ଣ ମହାଭାରତର

ଡା. ଗୋପାଳ ଚନ୍ଦ୍ର ଦାଶ

ମହାଭାରତ ଯୁଦ୍ଧ ଦ୍ୱାରା ଆର୍ଯ୍ୟବର୍ତ୍ତ ଜ୍ଞାନୀ ପଣ୍ଡିତଶୂନ୍ୟ ହୋଇଗଲା। ବେଦ, ଉପନିଷଦ ଓ ଦର୍ଶନ ଶାସ୍ତ୍ରର ପଠନ ରୁଦ୍ଧ ହୋଇଗଲା। ବେଦ ଜ୍ଞାନକୁ ବୁଝିବା ପାଇଁ ବ୍ୟାସଦେବ ଯେଉଁ ୪ ବେଦକୁ ସଂକଳିତ କରିଥିଲେ ତାହାକୁ ଅଜ୍ଞାନୀ ପଣ୍ଡିତମାନେ ବୁଝିବା ପାଇଁ ସକ୍ଷମ ହେଲେ ନାହିଁ। ତେଣୁ ମନଇଚ୍ଛା ମୂଳ ଶାସ୍ତ୍ରରେ ମିଶ୍ରଣକରି ଅବାସ୍ତବ, ଅଲୌକିକ ଓ କାଳ୍ପନିକ କାହାଣୀ ଲେଖି ବ୍ୟାସଦେବଙ୍କ ନାମରେ ଭଣିତ କଲେ। ଏପରିକି ମହାଭାରତର ହଜାର ହଜାର ବର୍ଷ ପରେ ଗୁପ୍ତକାଳରେ ରଚିତ ଅଷ୍ଟାଦଶ ପୁରାଣକୁ ପୁରାତନ ବା ପ୍ରାଚୀନ କହି ଏହା ବ୍ୟାସଦେବଙ୍କ ଦ୍ୱାରା ପ୍ରଣୀତ ବୋଲି କୁହାଗଲା। ଏହାଦ୍ୱାରା ମୂଳଶାସ୍ତ୍ରର ସତ୍ୟାସତ୍ୟ ଉନ୍ମୋଚନ ହୋଇପାରିଲା ନାହିଁ। ମୁଖ୍ୟ କାବ୍ୟରୁ ବିଚ୍ୟୁତ ହୋଇ ବିଭିନ୍ନ ପର୍ଯ୍ୟାୟରେ ଲେଖାଯାଇଥିବା ମହାଭାରତ ଗ୍ରନ୍ଥର ଅନେକ ମିଶ୍ରଣ ଥିବାରୁ ତାହା ପାଠକ ଗୋଷ୍ଠୀଙ୍କୁ ଭ୍ରମରେ ପକାଇଲା। ବର୍ତ୍ତମାନ ଶାସ୍ତ୍ରଜ୍ଞ ପଣ୍ଡିତମାନେ ପରୀକ୍ଷାନିରୀକ୍ଷା କରି ‘ଶୁଦ୍ଧ ମହାଭାରତ’ ସମ୍ପାଦନ କରିଛନ୍ତି ଯାହା ପାଠକମାନଙ୍କର ଭ୍ରମ ଦୂରକରିବାରେ ସହାୟକ ହେବ। ଆସନ୍ତୁ, ଏହି ସମ୍ବନ୍ଧରେ କିଛି ଆଲୋଚନା କରିବା।
ମୂଳ ମହାଭାରତ ଓ ଭାଗବତରେ କୌଣସିଠାରେ ରାଧାଙ୍କ ନାମ ନାହିଁ। ବ୍ରହ୍ମବୈବର୍ତ୍ତ ପୁରାଣରେ ପ୍ରଥମକରି ରାଧାଙ୍କ ନାମ ଦେଖିବାକୁ ମିଳେ। ଏହି ପୁରାଣ ଷୋଡ଼ଶ ଶତାବ୍ଦୀର ଏକ କାଳ୍ପନିକ ରଚନା, ଯେଉଁଥିରେ ୫୦୦୦ ବର୍ଷ ପୂର୍ବବର୍ତ୍ତୀ ମହାଭାରତ ଯୁଦ୍ଧର କୌଣସି ଐତିହାସିକ ପ୍ରମାଣ ମିଳେ ନାହିଁ। ଏହି ପୁରାଣରେ ରାଧାଙ୍କୁ କୃଷ୍ଣଙ୍କର ପ୍ରେମିକା ଓ କେତେକ ସ୍ଥଳରେ ମାତା, ମାତୁଳା, ପୁତ୍ରୀ ଓ ପତ୍ନୀ ଭାବରେ ଦର୍ଶାଯାଇଛି। ଏପରିକି ରାଧା-କୃଷ୍ଣ ପ୍ରସଙ୍ଗ ସାଂଖ୍ୟ ଦର୍ଶନର ପ୍ରକୃତି-ପୁରୁଷ ବୋଲି କୁହାଯାଇଛି। କାମ-କ୍ରୋଧ ବିବର୍ଜିତ, ସର୍ବଦୋଷ ରହିତ, ବ୍ରହ୍ମଚାରୀ, ସତ୍ୟବାଦୀ, ମହାଜ୍ଞାନୀ, ଈଶ୍ୱରଭକ୍ତ, ନିର୍ଭୀକ, ନିର୍ଲୋଭ, ନମ୍ର, ସହିଷ୍ଣୁ, ସଂକଳ୍ପବାନ୍‌, ରାଷ୍ଟ୍ର ନିର୍ମାତା, ଧର୍ମନିରପେକ୍ଷ ଶାନ୍ତିଦୂତ, ବ୍ରହ୍ମଜ୍ଞାନର ଉପଦେଷ୍ଟା ଓ ସର୍ବଲୋକୋତ୍ତମ ଯୋଗେଶ୍ୱର ଶ୍ରୀକୃଷ୍ଣଙ୍କୁ ଲମ୍ପଟ, ବହୁପତ୍ନୀକ, ଲବଣି ଚୋର, କୁଚକ୍ରୀ, ମିଥ୍ୟାବାଦୀ, ରିପୁବଶୀଭୂତ, ଚିର ହରଣକାରୀ, ଲୀଳାମୟ, ଅବତାର ପୁରୁଷ ତଥା ଭଗବାନ ବୋଲି ବିଭିନ୍ନ ପୁରାଣରେ ଦର୍ଶାଯାଇଛି। କାଳ୍ପନିକ ରାଧା ସହିତ ଯୋଡ଼ି ଶ୍ରୀକୃଷ୍ଣଙ୍କର ଚରିତ୍ର ସଂହାର କରାଯାଇଛି। ଶ୍ରୀକୃଷ୍ଣ ଥିଲେ ସଂଯମୀ ଓ ଏକ ପତ୍ନୀବ୍ରତ ସଦାଚାର ପୁରୁଷ। ସେ ବିଦର୍ଭ ନରେଶ ଭୀଷ୍ମକଙ୍କ କନ୍ୟା ରୁକ୍ମିଣୀଙ୍କୁ ବୈଦିକରୀତିରେ ବିବାହ କରିଥିଲେ। ହିମାଳୟ ପାଦଦେଶରେ ରୁକ୍ମିଣୀଙ୍କ ସହିତ ୧୨ ବର୍ଷ କାଳ କଠୋର ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ ପରେ ଫଳ ସ୍ବରୂପ ତେଜସ୍ବୀ ପୁତ୍ର ପ୍ରଦ୍ୟୁମ୍ନଙ୍କୁ ଲାଭ କରିଥିଲେ। ତେଣୁ ରୁକ୍ମିଣୀଙ୍କ ବ୍ୟତୀତ କୃଷ୍ଣଙ୍କର ଆଉ କୌଣସି ପତ୍ନୀ ନ ଥିଲେ ବୋଲି ମୂଳ ମହାଭାରତରେ ଉଲ୍ଲେଖ ଅଛି। ବିଭିନ୍ନ ପୁରାଣରେ କୃଷ୍ଣ ବହୁପତ୍ନୀକ ବୋଲି ବର୍ଣ୍ଣନା କରାଯାଇଛି। ବିଷ୍ଣୁ ପୁରାଣ ଅନୁସାରେ କୃଷ୍ଣଙ୍କର ୩ ଜଣ ପତ୍ନୀ ଥିଲେ- ରୁକ୍ମିଣୀ, ଜାମ୍ବବତୀ ଓ ସତ୍ୟଭାମା। ଭାଲୁକ ପତ୍ନୀ ଜାମ୍ବବତୀ ଓ ଯାଦବ କନ୍ୟା ସତ୍ୟଭାମାଙ୍କ ସହିତ କୃଷ୍ଣଙ୍କର ପରିଣୟ ଏକ କାଳ୍ପନିକ ବ୍ୟାଖ୍ୟା। ପୌରାଣିକମାନେ କୃଷ୍ଣଙ୍କର କାଳିନ୍ଦୀ, ସତ୍ୟା, ଲକ୍ଷ୍ମାଣା, ମିତ୍ରବୃନ୍ଦା ଓ ଭଦ୍ରା ଆଦି ମହିଳାମାନଙ୍କ ସହିତ ବିବାହ ହୋଇଥିଲା ବୋଲି ବର୍ଣ୍ଣନା କରିଛନ୍ତି। ଏହି ତଥ୍ୟ ଅପ୍ରମାଣିତ, ଯୁକ୍ତିହୀନ ଓ ଅମୂଳକ। ପଦ୍ମପୁରାଣରେ କୃଷ୍ଣଙ୍କର ଷୋଡ଼ ସହସ୍ର ନାରୀ ଥିଲେ ବୋଲି ବର୍ଣ୍ଣନା କରାଯାଇଛି। ବ୍ରହ୍ମବୈବର୍ତ୍ତ ପୁରାଣରେ ଦର୍ଶାଯାଇଛି ଯେ ଶ୍ରୀକୃଷ୍ଣଙ୍କ ଆଜ୍ଞାରେ ତିରିଶ କୋଟି ଗୋପୀ ଗୋଲକ ଧମାରୁ ଆସି ଧରାପୃଷ୍ଟରେ ଜନ୍ମଗ୍ରହଣ କରିଥିଲେ। କୃଷ୍ଣ ଏକାଧିକ ପୁରୁଷ ହୋଇ ଏହି ନାରୀମାନଙ୍କୁ ରମଣ କରୁଥିଲେ। ଷୋଡ଼ଶ ଶତାବ୍ଦୀରେ ରଚିତ ବ୍ରହ୍ମବୈବର୍ତ୍ତ ପୁରାଣରେ କୃଷ୍ଣଙ୍କ ଚରିତ୍ରକୁ କଳଙ୍କିତ କରି କୁହାଯାଇଛି, ରାଧାଙ୍କ ବ୍ୟତୀତ ଗଙ୍ଗା ଓ ବିରଜା ଆଦି ନାରୀମାନଙ୍କ ସହ କୃଷ୍ଣଙ୍କର ପ୍ରେମ ସମ୍ପର୍କ ଥିଲା। ସେଥିପାଇଁ ରାଧା କୃଷ୍ଣଙ୍କୁ ଧୂର୍ତ୍ତ, ରତିଚୋର ଓ ଲମ୍ପଟ ଆଦି ଅପଶବ୍ଦରେ ଭର୍ତ୍ସନା କରୁଥିଲେ। ଷୋହଳ ଶତାବ୍ଦୀରେ ନବାବ ଓ ରାଜା ମହାରାଜାମାନେ କାମୁକ ଓ ଲମ୍ପଟ ଥିଲେ। ତାହାକୁ ଆଦର୍ଶ କରି ତତ୍କାଳୀନ ପୁରାଣକର୍ତ୍ତାମାନେ ନିଜର କାମନା ରଚିତ ବିକାରଗ୍ରସ୍ତ ମନରୁ କୃଷ୍ଣଙ୍କ ଚରିତ୍ରକୁ ଏପରି ଭାବରେ ବର୍ଣ୍ଣନା କରିଛନ୍ତି। ଏପରିକି ପୁରାଣର କୁପ୍ରଭାବ ଦ୍ୱାରା ଜୟଦେବ, ବିଦ୍ୟାପତି ଓ ଚଣ୍ଡିଦାସ ପ୍ରମୁଖ ଶୃଙ୍ଗାର କବିମାନେ ନିଜ ନିଜର ରଚନା ମାଧ୍ୟମରେ ଯୋଗେଶ୍ୱର କୃଷ୍ଣଙ୍କର ଚରିତ୍ରକୁ ଭକ୍ତମାନଙ୍କ ସମ୍ମୁଖରେ ନିକୃଷ୍ଟ ଭାବରେ ପ୍ରତିପାଦନ କରିଛନ୍ତି। ବିଷ୍ଣୁ ପୁରାଣ ଅନୁସାରେ କୃଷ୍ଣଙ୍କର ସମସ୍ତ ପତ୍ନୀଙ୍କଠାରୁ ଜନ୍ମିତ ସନ୍ତାନମାନଙ୍କର ସଂଖ୍ୟା ଥିଲା ମୋଟ୍‌ ଏକଲକ୍ଷ ଅଶୀ ହଜାର। ପୁରାଣରେ ବର୍ଣ୍ଣିତ ଅଛି ଯେ କୃଷ୍ଣ ୧୨୫ ବର୍ଷ ବଞ୍ଚିଥିଲେ। ହିସାବ ଅନୁସାରେ ସେ ବର୍ଷକୁ ୧୪୪୦ ବା ଦିନକୁ ୪ ଗୋଟି ସନ୍ତାନର ଜନକ ହେଉଥିଲେ। ପୁରାଣରେ ଏହି ପ୍ରକାର ବର୍ଣ୍ଣନା ହାସ୍ୟାସ୍ପଦ ଓ ଅମୂଳକ।
ମିଶ୍ରିତ ମହାଭାରତ କାବ୍ୟରେ ଦ୍ରୌପଦୀଙ୍କ ବସ୍ତ୍ରହରଣ ଯେପରି କପୋଳକଳ୍ପିତ ଠିକ୍‌ ସେହିପରି ପୁରାଣ ବର୍ଣ୍ଣିତ ଶ୍ରୀକୃଷ୍ଣଙ୍କ ଦ୍ୱାରା ଗୋପ କନ୍ୟାଙ୍କର ଚିତ୍ତହରଣ ଉପାଖ୍ୟାନ ସମ୍ପୂର୍ଣ୍ଣ ମିଥ୍ୟା ଓ କାଳ୍ପନିକ। କୃଷ୍ଣ ଥିଲେ ଦ୍ୱାପରଯୁଗର ଜଣେ ଆଦର୍ଶ ଓ ନୀତିବାନ୍‌ ପୁରୁଷ। ମନୁଷ୍ୟଠାରେ କୌଣସି ଅଲୌକିକ ଶକ୍ତି ନ ଥାଏ। ତେଣୁ ମିଶ୍ରିତ ମହାଭାରତ ଓ ପୁରାଣରେ କୃଷ୍ଣଙ୍କର ଯେଉଁ ଅଲୌକିକ ଶକ୍ତି ସମ୍ବନ୍ଧର ବର୍ଣ୍ଣନା କରାଯାଇଛି ତାହା ଅମୂଳକ ଓ ପ୍ରକ୍ଷିପ୍ତ। ଉଭୟ ଶ୍ରୀକୃଷ୍ଣ ଓ ଯୁଧିଷ୍ଠିର ଥିଲେ ସତ୍ୟବାଦୀ। ‘ଅଶ୍ୱତ୍ଥମା ହତ ଇତି ଗଜଃ’- ଏହି କଥାଟି ମୂଳ ମହାଭାରତରେ ନାହିଁ। ଏହି ଘଟଣା ଦ୍ୱାରା ପ୍ରକ୍ଷିପ୍ତକାରୀମାନେ କୃଷ୍ଣ ଓ ଯୁଧିଷ୍ଠିରଙ୍କୁ ମିଥ୍ୟାବାଦୀ ବୋଲି ଅଭିହିତ କରିଛନ୍ତି। ଉକ୍ତ ଘଟଣା ସମ୍ପୂର୍ଣ୍ଣ ମିଥ୍ୟା। କୃଷ୍ଣ ଈଶ୍ୱରଙ୍କ ଅବତାର ଏହା ଅବୈଜ୍ଞାନିକ। ବେଦ କହେ, ଈଶ୍ୱର ହେଉଛନ୍ତି ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ସ୍ରଷ୍ଟା ଓ ନିୟନ୍ତା। ତାଙ୍କ ଦ୍ୱାରା ସଂସ୍ଥାପିତ ନିୟମରେ ସମଗ୍ର ଜଗତ କ୍ରିୟାଶୀଳ। ସ୍ବୟଂ ଈଶ୍ୱର ଏହି ସ୍ବୟଂଚାଳିତ ପ୍ରକ୍ରିୟାରେ ହସ୍ତକ୍ଷେପ କରନ୍ତି ନାହିଁ। ସୁତରାଂ ସର୍ବବ୍ୟାପୀ, ନିରାକାର ପରମାତ୍ମା ମାନବ ଦେହ ଧାରଣକରି ଭୂମଣ୍ଡଳରେ ଅବତୀର୍ଣ୍ଣ ହେବା ବେଦ ବିରୁଦ୍ଧ ।
ସାଧାରଣ ମନୁଷ୍ୟ ରାଜସିକ ଗୁଣର ଅଧିକାରୀ ହୋଇଥିବାରୁ ଅଲୌକିକ ଓ ଆବେଗଭରା ଘଟଣାଗୁଡ଼ିକ ପ୍ରତି ଆକର୍ଷିତ ହୋଇଥାଏ। ଏହିପରି ଅନେକ ଘଟଣା ଦୈନିକ ଖବରକାଗଜ ଓ ସିନେମାରେ ଦେଖିବାକୁ ମିଳିଥାଏ। ପାଠକଗଣଙ୍କୁ ଆକର୍ଷିତ କରିବା ପାଇଁ ଲେଖକମାନେ ମୂଳ ରଚନାରେ ଅନେକ ଅତିରଞ୍ଜିତ ତଥ୍ୟ ମିଶ୍ରଣ କରିଥାନ୍ତି ଯାହା ଆଧୁନିକ ମହାଭାରତ ଓ ପୁରାଣଗୁଡ଼ିକରେ କୃଷ୍ଣଙ୍କ ଚରିତ୍ର ସମ୍ବନ୍ଧରେ ଦୃଶ୍ୟମାନ ହୋଇଥାଏ। ମୌଳ ଶାସ୍ତ୍ରଗୁଡ଼ିକରେ ଭୀଷ୍ମ, ଦ୍ରୋଣ, ବ୍ୟାସ, ଯୁଧିଷ୍ଠିର, ସଞ୍ଜୟ ଓ ବିଦୁର ପ୍ରମୁଖ ସମକାଳୀନ ମହାତ୍ମାମାନଙ୍କ ଦ୍ୱାରା କୃଷ୍ଣଙ୍କ ଆଦର୍ଶ ବ୍ୟକ୍ତିତ୍ୱ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଥିବା ବେଳେ ବିଭିନ୍ନ ପୁରାଣର ରଚୟିତାମାନେ କୃଷ୍ଣଙ୍କ ଚରିତ୍ରକୁ ବିକୃତ ଭାବରେ ପ୍ରତିପାଦନ କରିଛନ୍ତି। ମୂଳଶାସ୍ତ୍ରକୁ ଅଧ୍ୟୟନକଲେ ପୁରାଣର ଲେଖାଗୁଡ଼ିକ ଆମ ମାଆର ବୁଢ଼ୀ ଅସୁରୁଣୀ ଗପ ଭଳି ପ୍ରତୀୟମାନ ହୁଏ। ପାଠକଗଣ ସଦ୍‌ଗ୍ରନ୍ଥ ଅଧ୍ୟୟନ ଦ୍ୱାରା ପ୍ରକୃତ ତଥ୍ୟର ଆବିଷ୍କାର ପାଇଁ ଚେଷ୍ଟିତ ହେବା ଦରକାର। ବର୍ତ୍ତମାନର ସରକାର ଏହିସବୁ ମନଗଢ଼ା କାଳ୍ପନିକ ଅନୈତିକ ଓ ମିଶ୍ରିତ ତଥ୍ୟଗୁଡ଼ିକର ସଂଶୋଧନ ପାଇଁ ପ୍ରଚେଷ୍ଟା କରୁଛନ୍ତି। ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଏହାଦ୍ୱାରା ବୈଦିକ ସାହିତ୍ୟର ପ୍ରକୃତ ତଥ୍ୟ ଉନ୍ମୋଚନ ହୋଇପାରିବ।
ମୋ: ୭୮୪୮୮୫୦୯୫୦


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri