ଏସ୍‌ଆର୍‌ଏଚ୍‌  ବିଜୟୀ…

ମୁମ୍ବାଇ, ୧୭।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୬୫ ତମ ମ୍ୟାଚରେ ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ୍‌(ଏମ୍‌ଆଇ) ବିପକ୍ଷରେ ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆର୍‌ଏଚ୍‌) ବିଜୟ ହାସଲ କରିଛି ।  ଧାର୍ଯ୍ୟ ୧୯୪ ରନ୍ ଲକ୍ଷ୍ୟର ପିଛା କରି  ଏମ୍‌ଆଇ  ୨୦ ଓଭରରେ  ୭  ୱିକେଟ ହରାଇ  ୧୯୦ ରନ୍ କରିବାକୁ ସକ୍ଷମ ହୋଇ ପାରିଥିଲା । ଫଳରେ ଏସ୍‌ଆର୍‌ଏଚ୍‌   ୩ ରନରେ ବିଜୟୀ ହୋଇଛି ।

ଏମ୍‌ଆଇ ପକ୍ଷରୁ ରୋହିତ ଶର୍ମା ୩୬ ବଲରେ ୪୮ ରନ୍ , ଇଶାନ୍ କିଶନ ୩୪ ବଲରେ ୪୩ ରନ୍‌, ଡାନିଏଲ ସାମସ୍ ୧୧ ବଲରେ ୧୫ରନ କରିଥିଲେ । ସେହିପରି ତିଲକ ବର୍ମା ୯ ବଲରେ ୮ ରନ୍ କରିଥିଲେ । ଟିମ୍ ଡେଭିଡ୍ ୧୮ ବଲ୍ ରେ ୪୬ ରନ୍ କରିଥିଲେ ।

ମହାରାଷ୍ଟ୍ର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଏମ୍‌ଆଇର ଅଧିନାୟକ ରୋହିତ ଶର୍ମା ଟସ ଜିଣିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏସ୍‌ଆର୍‌ଏଚ୍‌ ଅଧିନାୟକ କେନ ୱିଲିୟମସନଙ୍କ ନେତୃତ୍ୱରେ ଟିମ୍‌ ବ୍ୟାଟିଂ ଆରମ୍ଭ କରିଥିଲା। ନିର୍ଦ୍ଧାରିତ ୨୦ ଓଭରରେ ଏସ୍‌ଆର୍‌ଏଚ୍‌ ୬ ଓ୍ବିକେଟ ହରାଇ ୧୯୩ ରନ୍‌ କରିଥିଲା। ଫଳରେ ଏମ୍‌ଆଇ ପାଇଁ ବିଜୟ ଲକ୍ଷ୍ୟ ୧୯୪ ରନ୍‌ ରହିଥିଲା।

ଏସ୍‌ଆର୍‌ଏଚ୍‌ ପକ୍ଷରୁ ଅଭିଷେକ ଶର୍ମା ୧୦ ବଲ୍‌ରେ ୯ ରନ୍‌, ପ୍ରିୟମ୍‌ ଗର୍ଗ ୨୬ ବଲ୍‌ରେ ୪୨ ରନ୍‌, ରାହୁଲ ତ୍ରିପାଠି ୪୪ ବଲ୍‌ରେ ୭୬ ରନ୍‌ କରିଥିବାବେଳେ ନିକୋଲାସ ପୁରାନ ୨୨ ବଲ୍‌ରେ ୩୮ ରନ୍‌ କରିଛନ୍ତି। ସେହିପରି ଆଡେନ ମାର୍କ୍ରାମ ବଲ୍‌ରେ ରନ୍‌, କେନ ୱିଲିୟମସନ ବଲ୍‌ରେ ରନ୍‌ କରିଛନ୍ତି।
ରାହୁଲ ଏବଂ ପୁରନଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ରନ୍‌ ସଂଗ୍ରହ ହାର ବୃଦ୍ଧି ପାଇଥିଲା।

Share