Categories: ଖେଳ

୭ଟାରେ ପଡ଼ିବ ଟସ୍‌: ଜାଣନ୍ତୁ କେବେ, କେଉଁଠି ଦେଖିବେ ହାଇଦ୍ରାବାଦ- କୋଲକାତା ଲଢ଼େଇ

ମୁମ୍ବାଇ,୧୫।୪: ଆଇପିଏଲ୍‌ ୨୦୨୨ର ୨୫ତମ ମୁକାବିଲା ଶୁକ୍ରବାର ସନରାଇଜର୍ସ ହାଇଦ୍ରାବାଦ ଏବଂ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଖେଳାଯିବ। ପ୍ରାରମ୍ଭିକ ମ୍ୟାଚ୍‌ରେ ପରାଜୟ ସତ୍ତ୍ୱେ କେନ୍‌ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ଟିମ୍‌ ଲଗାତାର ଦୁଇ ମ୍ୟାଚ୍‌ରେ ବିଜେତା ହୋଇଛି। ସେହିଭଳି ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ କେକେଆର୍‌ ଗତ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜିତ ହୋଇଛି। ଏଭଳି ସ୍ଥିତିରେ ଉଭୟ ଟିମ୍‌ ମଧ୍ୟରେ ଖେଳାଯିବାକୁ ଥିବା ଆଜିର ମୁକାବିଲା ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।

କେବେ ଖେଳାଯିବ?
ହାଇଦ୍ରାବାଦ ଏବଂ କୋଲକାତା ମଧ୍ୟରେ ମୁକାବିଲା ଏପ୍ରିଲ ୧୫, ଶୁକ୍ରବାର ଖେଳାଯିବ।

କେଉଁଠି ଖେଳାଯିବ?
ମୁମ୍ବାଇର ବ୍ରାଭନ୍‌ ଷ୍ଟାଡିୟମରେ ଖେଳାଯିବ। ଟସ୍‌ ୭ଟାରେ ପଡ଼ିବାକୁ ଥିବା ବେଳେ ୭.୩୦ରୁ ମ୍ୟାଚ୍‌ ଆରମ୍ଭ ହେବ।

ଲାଇଭ୍‌ ପ୍ରସାରଣ କେଉଁଠି ଦେଖିବେ?
ମ୍ୟାଚ୍‌ର ସିଧା ପ୍ରସାରଣ ଷ୍ଟାର ସ୍ପୋଟର୍‌ସ ୧, ଷ୍ଟାର ସ୍ପୋଟର୍‌ସ ୧ ଏଚ୍‌ଡି, ଷ୍ଟାର ଷ୍ପୋଟର୍‌ସ ୨, ଷ୍ଟାର ସ୍ପୋଟର୍‌ସ ୨ ଏଚ୍‌ଡିରେ ହେବ। ସେହିଭଳି ଡିଜ୍‌ନୀ ପ୍ଲସ୍‌ ହଟ୍‌ଷ୍ଟାରରେ ଏହି ମ୍ୟାଚ୍‌ ଦେଖିପାରିବେ।

Share