Categories: ଖେଳ

ହାଇଦ୍ରାବାଦରେ ଏସଆରଏଚ-ଆରସିବି ମୁହାଁମୁହିଁ…

ହାଇଦ୍ରାବାଦ,୧୮।୫ : ଆଇପିଏଲ ୨୦୨୩ର ୬୫ ତମ ମ୍ୟାଚରେ ଗୁରୁବାର ସନ୍ଧ୍ୟା ସାଢ଼େ ୭ଟାରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ସନ ରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ଏବଂ ରୟାଲ ଚ୍ୟାଲେଞ୍ଜରର୍ସ ବାଙ୍ଗାଲୋର(ଆରସିବି) ମଧ୍ୟରେ ଖେଳାଯାଉଛି । ପଏଣ୍ଟ ଟେବୁଲରେ ଏସଆରଏଚ ନଶମ ସ୍ଥାନରେ ରହିଛି। ସେହିପରି ପଞ୍ଚମ ସ୍ଥାନରେ ଆରସିବି ଦଳ ରହିଛି।
ଏସଆରଏଚ ୧୨ ଟି ମ୍ୟାଚ ଖେଳିଛି ଏବଂ ସେଥିରୁ ୪ ଟି ଜିତିଛି ଏବଂ ୮ ଟି ହାରିଛି । ଏସଆରଏଚର ପଏଣ୍ଟ ୮ ରହିଛି। ଏଥି ସହିତ ବାଙ୍ଗାଲୋର ୧୨ ଟି ମ୍ୟାଚ ଖେଳିଛି। ଏହାର ପଏଣ୍ଟ ୧୨ ରହିଛି। ବାଙ୍ଗାଲୋର ୬ ଟି ମ୍ୟାଚ ଜିତି ୬ଟିରେ ହାରିଛି।

ସନରାଇଜର୍ସ ହାଇଦ୍ରାବାଦ ଦଳରେ ଆଡେନ ମାର୍କ୍ରାମ (ଅଧିନାୟକ), ହେନ୍ରିଚ କ୍ଲାସେନ (ଓ୍ବିକେଟ କିପର), ଅଭିଷେକ ଶର୍ମା, ରାହୁଲ ତ୍ରିପାଠୀ, ଅବଦୁଲ ସମଦ, ସାନବୀର ସିଂ, ମାୟାନକ ମାର୍କାଣ୍ଡେ, ମାର୍କୋ ଜାନସେନ, ଭୁବନେଶ୍ୱର କୁମାର, ଫଜଲହକ ଫାରୁକି, ଟି ନାଟାରାଜାନ, ଅମଲପ୍ରୀତ ସିଂ ଅକିଲ ହୋସେନ, ଗ୍ଲେନ ଫିଲିପ୍ସ, ସମାର୍ଥ ଭାୟାସ, ମାୟାନକ ଦାଗର, ଉପେନ୍ଦ୍ର ଯାଦବ, ହ୍ୟାରି ବ୍ରୁକ, କାର୍ତ୍ତିକ ଟାୟାଗି, ନୀତୀଶ ରେଡ୍ଡୀ, ଉମ୍ରାନ ମଲିକ, ଭାଇବ୍ରାଣ୍ଟ ଶର୍ମା ପ୍ରମୁଖ ଅଛନ୍ତି।

ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳରେ ଫାଫ ଡୁ ପ୍ଲେସିସ (ଅଧିନାୟକ), ଦୀନେଶ କାର୍ତ୍ତିକ (ଓ୍ବିକେଟ କିପର), ବିରାଟ କୋହଲି, ଅନୁଜ ରାୱତ, ଗ୍ଲେନ ମ୍ୟାକ୍ସୱେଲ, ମହିପାଲ ଲୋମୋର, ମାଇକେଲ ବ୍ରେସୱେଲ, ୱେନ ପାର୍ନେଲ, କର୍ଣ୍ଣ ଶର୍ମା, ହର୍ଷଲ ପଟେଲ, ମହମ୍ମଦ ସିରାଜ, ଶାହବାଜ ଅହମ୍ମଦ, ସିଦ୍ଧର କୌଲ, କେଦାର ଯାଦବ, ଜୋଶ ହାଜଲେଉଡ, ବିଜୟକୁମାର ବିଶାକ, ୱାନିଣ୍ଡୁ ହାସାରଙ୍ଗା, ଫିନ ଆଲେନ, ସୋନୁ ଯାଦବ, ସୁୟାଶ ପ୍ରଭାସେସାଇ, ମନୋଜ ଭଣ୍ଡେଜ, ଆକାଶ ଦୀପ, ରାଜନ କୁମାର, ଅବିନାଶ ସିଂ, ହିମାଂଶୁ ଶର୍ମା ପ୍ରମୁଖ ଅଛନ୍ତି।

Share