Categories: ଖେଳ

ସନରାଇଜର୍ସ ହାଇଦ୍ରାବାଦକୁ ବଡ଼ ଝଟ୍‌କା

ଶ୍ରୀଲଙ୍କା କ୍ରିକେଟର ଭେଟେରାଲ ଖେଳାଳି ତଥା ଆଇପିଏଲ୍‌ରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ର ବୋଲିଂ କୋଚ୍‌ ମୁଥିୟା ମୁରଲିଧରନ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେଠାରେ ସେ ଆଞ୍ଜିଓପ୍ଲାଷ୍ଟି କରିଛନ୍ତି। ନିକଟରେ ତାଙ୍କ ହାର୍ଟରେ ଏକ ବ୍ଲକେଜ୍‌ ହୋଇଥିବା ଜଣାପଡ଼ିଥିଲା।
ଗତ ଶୁକ୍ରବାର ହାଇଦ୍ରାବାଦ୍‌ ମ୍ୟାଚ୍‌ ଅବସରରେ ସେ ଟିମ୍‌ ସହ ଥିଲେ। ପରେ ଅର୍ଥାତ୍‌ ରବିବାର ସନ୍ଧ୍ୟାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Share