Posted inଖେଳ

ଉଦ୍‌ଯାପନୀ ସମାରୋହରେ ଭାକରଙ୍କ ସହ ପତାକା ବାହକ ରହିବେ ଶ୍ରୀଜେଶ

ପ୍ୟାରିସ୍‌,୧୦ା୮: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ର ଉଦ୍‌ଯାପନୀ ସମାରୋହ ପାଇଁ ଭାରତୀୟ ଦଳର ପତାକା ବାହକ ଦାୟିତ୍ୱ ନିର୍ବାହ କରିବେ ଭାରତୀୟ ହକି ଦଳର ଗୋଲ୍‌କିପର ପି.ଆର. ଶ୍ରୀଜେଶ। ପୂର୍ବରୁ ଶୁଟିଂ ସେନ୍‌ସେସନ୍‌ ମନୁ ଭାକର ପତାକା ବାହକ ଦାୟିତ୍ୱ ନିର୍ବାହ କରିବେ ବୋଲି ଘୋଷଣା କରାଯାଇଥିଲା। ଗୁରୁବାର ଅବସର ଘୋଷଣା କରିଥିବା ଶ୍ରୀଜେଶ୍‌ ଭାରତର ଅନ୍ୟତମ ଶ୍ରେଷ୍ଠ ସେଲିବ୍ରେଟେଡ ଗୋଲକିପର। ଶ୍ରୀଜେଶଙ୍କ ନାମ ଘୋଷଣା କରିବା ପୂର୍ବରୁ ଭାରତୀୟ ଅଲିମ୍ପିକ୍ସ ଆସୋସିଏଶନ(ଆଇଓଏ) ସଭାପତି ପି.ଟି. ଉଷା ନୀରଜ ଚୋପ୍ରାଙ୍କ ସହ ଆଲୋଚନା କରିଥିଲେ। ନୀରଜ ଉଦ୍‌ଯାପନୀ ସମାରୋହରେ ମନୁଙ୍କ ସହିତ ପତାକା ବାହକ ରହିବାର କାର୍ଯ୍ୟକ୍ରମ ରହିଥିଲା। ତେବେ ଶ୍ରୀଜେଶ୍‌ଙ୍କ ନାମ ଶୁଣି ନୀରଜ ତୁରନ୍ତ ହଁ ଭରିଥିଲେ। ଚଳିତ ଅଲିମ୍ପିକ୍ସର ଜାଭେଲିନ୍‌ରେ ଅଂଶଗ୍ରହଣ କରିଥିବା ନୀରଜ ରୌପ୍ୟ ପଦକ ବିଜୟୀ ହୋଇଥିଲେ। ପ୍ରଥମ ଭାରତୀୟ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଆଥ୍‌ଲେଟ୍‌ ଭାବରେ ଦୁଇଟି ଅଲିମ୍ପିକ୍ସ ପଦକ ଜିତିବାରେ ସମର୍ଥ ହୋଇଛନ୍ତି।
ନୀରଜଙ୍କ ସହ ଆଲୋଚନା ପରେ ଉଷା କହିଥିଲେ, ମୁଁ ପ୍ରସ୍ତାବ ଦେବା ସଙ୍ଗେ ସଙ୍ଗେ ସେ ମାନି ଯାଇଥିଲେ। ଏପରି କି ଆଇଓଏ ପଚାରି ନ ଥିଲେ ନୀରଜ ନିଜ ଆଡୁ ଶ୍ରୀଜେଶ୍‌ଙ୍କ ନାମ ପ୍ରସ୍ତାବ କରିଥାନ୍ତେ ବୋଲି ମଧ୍ୟ କହିଥିଲେ। ଶ୍ରୀଜେଶ୍‌ଙ୍କ ନାମ ଭାବବିହ୍ବଳ ଓ ପପୁଲାର ଚଏସ ଆଧାରରେ ଚୟନ କରାଯାଇଥିବା କହିଛନ୍ତି ଉଷା। ଭାରତକୁ ବ୍ରୋଞ୍ଜ ପଦକ ଜିତାଇବା ପରେ ଶ୍ରୀଜେଶ୍‌ ଦୀର୍ଘ ୧୮ ବର୍ଷର କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ଉଭୟ ଶ୍ରୀଜେଶ୍‌ ଓ ମନୁ ଭାକରଙ୍କୁ ଚଳିତ ଅଲିମ୍ପିକ୍ସ ଉଦ୍‌ଯାପନୀ ସମାରୋହରେ ପତାକା ବାହକ ଭାବରେ ଘୋଷଣା କରିଥିବାରୁ ଆମେ ଅତ୍ୟନ୍ତ ଗର୍ବିତ ବୋଲି ଆଇଓଏ ପକ୍ଷରୁ ଏକ ବିବୃତିରେ ପ୍ରକାଶ ପାଇଛି। ୩୬ ବର୍ଷୀୟ ଶ୍ରୀଜେଶ୍‌ଙ୍କୁ ବ୍ରୋଞ୍ଜ ପଦକ ସହ ଭାରତୀୟ ହକି ଦଳ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିବା ବେଳେ ବର୍ତ୍ତମାନ ଏହା ଆଇଓଏର ଦାୟିତ୍ୱ ବୋଲି କହିଛନ୍ତି ଉଷା। ଶ୍ରୀଜେଶ୍‌ ଭାରତୀୟ ହକି ଦଳ ସହିତ ଅଲିମ୍ପିକ୍ସ ଜିତିଥିବା ବେଳେ ମନୁ ସ୍ବାଧୀନ ଭାରତର ପ୍ରଥମ ଆଥ୍‌ଲେଟ ଭାବରେ ଗୋଟିଏ ସଂସ୍କରଣରେ ଦୁଇଟି ବ୍ରୋଞ୍ଜ ପଦକ ହାସଲ କରିଥିଲେ। ୧୦ ମିଟର ଏୟାର ପିସ୍ତଲ ଓ ଏୟାର ପିସ୍ତଲ ମିକ୍ସଡ ଟିମ୍‌ ଇଭେଣ୍ଟରେ ମନୁ ଉଭୟ ପଦକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

ଓଜନ ହ୍ରାସ ଔଷଧ ବେଆଇନ ବିକ୍ରିକଲେ ଲାଇସେନ୍ସ ରଦ୍ଦ: କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ,୨ା୪:ଓଜନ ହ୍ରାସ ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକ ଭାରତୀୟ ବଜାରରେ ସହଜରେ ଉପଲବ୍ଧ ହେଉଥିବାରୁ ଏହାର ଅପବ୍ୟବହାର ବଢ଼ିବାରେ ଲାଗିଛି। ଏଭଳି ଡ୍ରଗ୍ସ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ କରାଯିବା…

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। ବଙ୍ଗଳାଗୁଡ଼ା ନିକଟରେ ଚବେରୀ ନଦୀ…

ଚାଲିଥିଲା ଗ୍ରାମସଭା: ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ ଘଟିଲା…

ନିରାକାରପୁର,୨ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ସଭା ଚାଲିଥିବା ବେଳେ ଗ୍ରାମର ଜଣେ ଯୁବକ…

ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ

କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…

ଶେଷରେ ଏମିତି କହିଦେଲେ ନିଶିକାନ୍ତ ଦୁବେ: ଯଦି ବାଧିଥାଏ…

ଭୁବନେଶ୍ୱର, ୨।୪(ସୁନିତ୍‌ ମିଶ୍ର):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବାବଦରେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ସବୁଆଡୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri