Posted inଖେଳ

ଶ୍ରୀଜେଶ, ସବିତା ବର୍ଷର ଶ୍ରେଷ୍ଠ ଗୋଲକିପର

ନୂଆଦିଲ୍ଲୀ, ୭ା୧୦(ପି.ଟି.):ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ଦ୍ୱାରା ଭାରତର ପି.ଆର୍‌. ଶ୍ରୀଜେସ ଓ ସବିତା ପୁନିଆ ଯଥାକ୍ରମେ ବର୍ଷର ଶ୍ରେଷ୍ଠ ପୁରୁଷ ଓ ମହିଳା ଗୋଲ୍‌କିପର ବିବେଚିତ ହୋଇଛନ୍ତି। ଭାରତୀୟ ଫରଓ୍ବାର୍ଡ ମମ୍‌ତାଜ ଖାଁ ଏଫ୍‌ଆଇଏଚ୍‌ ରାଇଜିଂ ଷ୍ଟାର ଅଫ୍‌ ଦି ଇୟର ବିବେଚିତ ହୋଇଛି। ଅନ୍ୟପକ୍ଷରେ ଭାରତ ମହିଳା ଓ ପୁରୁଷ ଦଳର କୋଚ୍‌ ଗ୍ରାହମ ରିଡ୍‌ ଓ ଜାନେକ୍‌ ସ୍କୋପ୍‌ମ୍ୟାନ ସେମାନଙ୍କ ବିଭାଗରେ ବର୍ଷର ଶ୍ରେଷ୍ଠ ଗୋଲକିପର ବିବେଚିତ ହୋଇଛନ୍ତି। ରିଡ୍‌ କ୍ରମାଗତ ଦ୍ୱିତୀୟ ବର୍ଷ ଏହି ପୁରସ୍କାରର ଅଧିକାରୀ ହୋଇଛନ୍ତି। ଗତବର୍ଷ ଭାରତ କୋଚ୍‌ ଜୋର୍ଡ ମାରିଜନେ ଏଫ୍‌ଆଇଏଚ୍‌ ଦ୍ୱାରା ବର୍ଷର ଶ୍ରେଷ୍ଠ ମହିଳା କୋଚ୍‌ ବିବେଚିତ ହୋଇଥିଲେ। ଶ୍ରୀଜେସ୍‌ ଭୋଟିଂରେ ୩୯.୯ ପଏଣ୍ଟ ପାଇଥିଲେ। ସେ ବେଲ୍‌ଜିୟମର ଲୋଇକ୍‌ ଭାନ୍‌ ଡୋରେନ (୨୬.୩ ପଏଣ୍ଟ) ଓ ନେଦରଲାଣ୍ଡ୍ସର ପ୍ରିମିନ୍‌ ବ୍ଲାକ୍‌ (୨୩.୨ ପଏଣ୍ଟ)ଙ୍କୁ ପଛରେ ପକାଇ ପୁରସ୍କାର ଜିତିଛନ୍ତି। ପଛକୁ ପଛ ଗୋଲକିପର ଅଫ୍‌ ଦି ଇୟର ପୁରସ୍କାର ଜିତିବାରେ ସେ ତୃତୀୟ ଖେଳାଳି। ଏହି ସଫଳତା ହାସଲ କରିଥିବା ଅନ୍ୟ ଦୁଇ ଗୋଲକିପର ହେଲେ ଆୟର୍ଲାଣ୍ଡର ଡେଭିଡ୍‌ ହାର୍ଟେ (୨୦୧୫ ଓ ୨୦୧୬) ଓ ବେଲଜିୟମର ଭିନ୍‌ସେଣ୍ଟ ଭାନାସ୍କ (୨୦୧୭ ଓ ୨୦୧୯)। ୩୨ ବର୍ଷୀୟା ଗୋଲକିପର ସବିତା ୩୭.୬ ପଏଣ୍ଟ ସହ ଭୋଟିଂ ତାଲିକାର ଶୀର୍ଷରେ ରହିଥିଲେ। ତାଙ୍କ ପଛକୁ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଯଥାକ୍ରମେ ଆର୍ଜେଣ୍ଟିନା କିମ୍ବଦନ୍ତୀ ବେଲନ୍‌ ସୁସି (୨୬.୪) ଓ ଅଷ୍ଟ୍ରେଲିଆ ଷ୍ଟଲଓ୍ବାର୍ଟ ଜୋସ୍‌ଲିନ ବାର୍ଟାମ (୧୬ ପଏଣ୍ଟ) ରହିଥିଲେ। ଭାରତୀୟ ଜୁନିୟର ମହିଳା ଦଳର ଫରଓ୍ବାର୍ଡ ମମ୍‌ତାଜ ଚଳିତବର୍ଷ ପ୍ରଥମ ଭାଗରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ଜୁନିୟର ବିଶ୍ୱକପ୍‌ରେ ଭାରତୀୟ ଅଭିଯାନରେ ତାଙ୍କର ବିଶେଷ ଭୂମିକା ରହିଥିଲା। ଲକ୍ଷ୍ନୌ ବାସିନ୍ଦା ମମ୍‌ତାଜ ଏହି ୬ଟି ମ୍ୟାଚରେ ଏକ ହ୍ୟାଟ୍ରିକ୍‌ ସମେତ ୮ ଗୋଲ ସ୍କୋର କରିଥିଲେ। ଏପ୍ରିଲରେ ପୋଶ୍ଚେଫଷ୍ଟ୍ରୁମ୍‌ଠାରେ ଅନୁଷ୍ଠିତ ଏହି ଚାମ୍ପିୟନଶିପ୍‌ରେ ଭାରତ ୪ର୍ଥ ସ୍ଥାନ ସହ ଏହାର ଅଭିଯାନ ଶେଷ କରିଥିଲା। ବିଶ୍ୱକପ୍‌ ଟପ୍‌ ଗୋଲ ସ୍କୋରର ତାଲିକାରେ ସେ ତୃତୀୟ ସ୍ଥାନରେ ରହିଥିଲେ। ସେ କେବଳ ନେଦରଲାଣ୍ଡ୍ସ ବିପକ୍ଷରେ ଗୋଲ ସ୍କୋର କରିପାରି ନ ଥିଲେ। ବ୍ରୋଞ୍ଜ ପଦକ ପାଇଁ ଇଂଲଣ୍ଡ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ସେ ୨ଟି ଗୋଲ ସ୍କୋର କରିବାରୁ ମ୍ୟାଚର ନିର୍ଦ୍ଧାରିତ ସମୟ ଖେଳ ୨-୨ରେ ଅମୀମାଂସିତ ରହିଥିଲା। ଭାରତ ପେନାଲ୍ଟି ଶୁଟ୍‌ଆଉଟରେ ପରାସ୍ତ ହୋଇ ଚତୁର୍ଥ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri