୨୪ ବର୍ଷ ଧରି ଭଙ୍ଗାଘରେ ପୂଜା ପାଉଛନ୍ତି ଶ୍ରୀଜଗନ୍ନାଥ

ଗୋପ,୨୨।୫(ଡି.ଏନ୍‌.ଏ.): ପୁରାତନ ଫୁଲୁବାଙ୍କ ମଠ ଏବେ ଜରାଜୀର୍ଣ୍ଣ ଓ ଅବହେଳିତ ଅବସ୍ଥାରେ ପଡ଼ି ରହିଛି। ଦୀର୍ଘ ୨୪ ବର୍ଷ ଧରି ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟିଏ ଭଙ୍ଗାଘରେ ପୂଜା ପାଉଥିବାବେଳେ କେହି ଏଥିପ୍ରତି ଗୁରୁତ୍ୱ ନ ଦେବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ମଠର ମହନ୍ତ ଭାଗୀରଥି ଦାସ ଗଁା ଗଁାରେ ମାଗିଯାଚି ପ୍ରଭୁଙ୍କ ନୀତି କରୁଥିବାବେଳେ ବ୍ଲକ ପ୍ରଶାସନ ପକ୍ଷରୁ ଭାଙ୍ଗି ପଡ଼ିଥିବା ନଳକୂପକୁ ମଧ୍ୟ ମରାମତି କରୁନାହିଁ। ରାଜ୍ୟ ସରକାର ବିଭିନ୍ନ ମଠ ମନ୍ଦିରର ପୁନଃ ଉଦ୍ଧାର କରୁଥିବାବେଳେ କାହିଁକି ଏହି ପୁରାତନ ମଠ ପ୍ରତି ଗୁରୁତ୍ୱ ଦିଆଯାଉନାହିଁ ତା’ ମଧ୍ୟ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।
କୁହାଯାଏ ସତ୍ୟଯୁଗରେ ଶ୍ରୀଜଗନ୍ନାଥ ଓ ପ୍ରଭୁ ରାମଚନ୍ଦ୍ର ଏହି ସ୍ଥାନରେ ରହିଥିଲେ। ଜଙ୍ଗଲ ମଧ୍ୟରେ ଥିବା ମଠରେ ରହି ଗୋରୁଙ୍କୁ ଜଙ୍ଗଲରେ ଥିବା ହିଂସ୍ର ଜୀବଙ୍କଠାରୁ ସୁରକ୍ଷା ଦେଉଥିଲେ। ସେ ସମୟରେ ମଠକୁ ଆସୁଥିବା ସାଧୁସନ୍ଥ ଓ ସନ୍ନ୍ୟାସୀଙ୍କୁ କେବଳ ଗୋରୁଙ୍କ କ୍ଷୀର ପ୍ରସାଦ ଭାବେ ଦିଆଯାଉଥିଲା ବୋଲି ଜନଶ୍ରୁତି ରହିଛି। କ୍ରମଶଃ ଏହି ପୁରାତନ ମଠର ସଂସ୍କୃତି ପରମ୍ପରା ରୀତିନୀତି ବନ୍ଦ ହୋଇଗଲାଣି। ଏହି ମନ୍ଦିର ୧୯୯୯ ମସିହା ପ୍ରଳୟଙ୍କରୀ ମହାବାତ୍ୟାରେ ଭାଙ୍ଗିରୁଜି ଯିବାରୁ ମଠ ପକ୍ଷରୁ ଏକ ଆଜବେଷ୍ଟସ ଘରେ ମହାପ୍ରଭୁ ଜଗନ୍ନାଥ ପ୍ରତିମୂର୍ତ୍ତିକୁ ପୂଜା କରାଯାଉଛି। ଏହି ମଠର ପୁନଃ ଉଦ୍ଧାର କରିବାକୁ ସ୍ଥାନୀୟ ବାସିନ୍ଦା ଅଜିତ୍‌ ରାଉତରାୟ, ପ୍ରକାଶଚନ୍ଦ୍ର ପ୍ରଧାନ, ପ୍ରମୋଦ ନିଶଙ୍ଗ, ମାଧବାନନ୍ଦ ଦାଶ ପ୍ରମୁଖ ଦାବି କରିଛନ୍ତି। ଅପରପକ୍ଷେ ପ୍ରତ୍ୟେକ ଦିନ ଏହି ମଠକୁ ରୋଷେଇ କରିବାକୁ ଆସୁଥିବା ଶ୍ରଦ୍ଧାଳୁ ପାନୀୟ ଜଳ ଓ ବିଦ୍ୟୁତ୍‌ ନ ଥିବାରୁ ବହୁ ଅସୁବିଧା ଭୋଗୁଛନ୍ତି। ଏବେ ସ୍ଥାନୀୟ ଅଞ୍ଚଳର କେତେକ ଯୁବକ ମଠ ମନ୍ଦିରର ରକ୍ଷଣାବେକ୍ଷଣ ନିମନ୍ତେ ମାଗିଯାଚି ମରାମତି କରୁଥିବାବେଳେ ବାରମ୍ବାର ସ୍ଥାନୀୟ ବିଧାୟକ, ଜିଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ ହେଉଛି। ଯଦି ଏହି ପୁରାତନ ଫୁଲୁବାଙ୍କ ମଠ ପ୍ରତି ଗୁରୁତ୍ୱ ଦିଆ ନ ଯାଏ, ତା’ ହେଲେ ଆଗାମୀ ଦିନରେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବାଲି କହିଛନ୍ତି। ଏ ସମ୍ପର୍କରେ ବିଡ଼ିଓ ଦୀପ୍ତିରାଣୀ ଦାସଙ୍କୁ ପଚାରିବାରେ ଅଚଳ ନଳକୂପ ଉପରେ ଖୁବ୍‌ଶୀଘ୍ର ଗୁରୁତ୍ୱ ଦେବା ସହ ଅନ୍ୟାନ୍ୟ ଅଭିଯୋଗ ଉପରେ ଜିଲା ପ୍ରଶାସନକୁ ଚିଠି ଲେଖିବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri