ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର,୨୫ା୧୧(ବ୍ୟୁରୋ): ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା ଶୁକ୍ରବାର ପୁଣି ଇଡିରେ ହାଜର ହୋଇଛନ୍ତି। ଏହା ପୂର୍ବରୁ ଅର୍ଥାତ୍‌ ଗତ ବୁଧବାର ମଧ୍ୟ ଶ୍ରଦ୍ଧାଞ୍ଜଳିଙ୍କୁ ୧୪ ଘଣ୍ଟା ଜୋରା କରିଥିଲା ଇଡି। ଏହା ପରେ ରାତି ୧୦ଟାରେ ତାଙ୍କୁ ଛାଡ଼ି ଦେଇଥିଲା। କାହାଠାରୁ କେତେ ଟଙ୍କା ଆଦାୟ କରାଯାଉଥିଲା, ଏଥିରେ କେଉଁମାନେ ସଂପୃକ୍ତ ଏମିତି ଅନେକ ପ୍ରଶ୍ନ ତାଙ୍କୁ ପଚରାଯାଇଥିଲା। ଆଜି ମଧ୍ୟ ଶ୍ରଦ୍ଧାଞ୍ଜଳିକୁ ଇଡି ଅନେକ ପ୍ରଶ୍ନ ପଚାରିବ ବୋଲି ଆଶଙ୍କା କରାଯାଉଛି। କାରଣ ପୂର୍ବରୁ ଏହି ମାମଲାରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା, ଅମୀୟକାନ୍ତ ଦାଶ ଏବଂ ଗଙ୍ଗାଧର ସାମଲ ଏବଂ ଖଗେଶ୍ୱରଙ୍କୁ ଜେରା କରିସାରିଛି ଇଡି। ଏମାନଙ୍କଠାରୁ ଇଡି ଅଧିକାରୀମାନେ କିଛି ଅଧିକ ତଥ୍ୟ ହାସଲ କରିଥାଇପାରନ୍ତି। ତେଣୁ ଆଜି ପୁଣି ଥରେ ଶ୍ରଦ୍ଧାଞ୍ଜଳିଙ୍କୁ ଜେରା ହେବ। ଆଉ କିଛି ସତ କଥା ପଦାକୁ ଆସିପାରେ ବୋଲି କୁହାଯାଉଛି।