Posted inଫୁରସତ

ଶ୍ରାବଣରେ ଲଗାନ୍ତୁ ଏସବୁ ଗଛ: ଘରେ ରହିବନି ଧନର ଅଭାବ

ଆଉ କିଛିଦିନ ପରେ ଅର୍ଥାତ ୨୨ରୁ ଶ୍ରାବଣ ମାସ ଆରମ୍ଭ ହେବ । ଏହି ମାସଟି ଭଗବାନ ଶିବଙ୍କ ମାସ ବୋଲି କୁହାଯାଏ। ଏହାଛଡ଼ା ପର୍ଯ୍ୟାବରଣ ଏବଂ ଭାଗ୍ୟ ଦୃଷ୍ଟିକୋଣରୁ ଏହି ମାସରେ ଅନେକ ଗଛ ଲଗାଯାଏ। ଆସନ୍ତୁ ଜାଣିବା ଶ୍ରାବଣ ମାସରେ କେଉଁ ଗଛ ଲଗାଇବା ଦ୍ୱାରା ଭାଗ୍ୟ ଚମକିଥାଏ।

-ତୁଳସୀ: ତୁଳସୀ ଗଛ ଶ୍ରାବଣ ମାସରେ ଲଗାଯାଏ। ଏହାକୁ କାର୍ତ୍ତିକରେ ମଧ୍ୟ ଲଗାଇପାରିବେ। ଏହି ଗଛ ଲଗାଇବା ଦ୍ୱାରା ଜୀବନରେ ସଫଳତା, ସୁଖସମୃଦ୍ଧି ଏବଂ ଉତ୍ତମ ସ୍ବାସ୍ଥ୍ୟ ମିଳିଥାଏ। ତେବେ ପ୍ରତ୍ୟେହ ଏହି ଗଛର ଚାରିପଟେ ବୁଲିବା ସହ ନିୟମିତ ଭାବେ ଘିଅର ଦୀପ ଜାଳିବା ଉଚିତ।

-କଦଳୀ: ଶ୍ରାବଣ ମାସ ଏକାଦଶୀ ନଚେତ ଗୁରୁବାର ଦିନ ଘରର ପଛରେ ନଚେତ ଛାତର ପଛପଟେ କଦଳୀ ଗଛ ଲଗାନ୍ତୁ। ଏହି ଗଛକୁ କେବେହେଲେ ଘରର ଆଗରେ ଲଗାଇବା ଉଚିତ ନୁହେଁ। ବୈବାହିକ ଜୀବନର ସମସ୍ୟା ଦୂର କରିବା ଲାଗି ନିୟମିତ ଭାବେ କଦଳୀ ଗଛରେ ପାଣି ଦେବା ଭଲ ବୋଲି କୁହାଯାଏ।

-ଡାଳିମ୍ବ: ଶ୍ରାବଣ ମାସରେ ଘରର ସମ୍ମୁଖରେ ଅଥବା ମୁଖ୍ୟ ଦ୍ୱାର ନିକଟରେ ରାତି ସମୟରେ ଡାଳିମ୍ବ ଗଛ ଲଗାଇବା ଶୁଭ। ଏହାକୁ ଲଗାଇବା ଦ୍ୱାରା ଘରର ପରିବେଶ ଭଲ ରହିଥାଏ। ସମସ୍ତ ନକରାତ୍ମକ ଶକ୍ତି କମ୍‌ ହୋଇଥାଏ। ଏହାଛଡ଼ା ଘର ଉପରେ କୌଣସି ତନ୍ତ୍ର-ଯନ୍ତ୍ରର ପ୍ରଭାବ ପଡ଼ି ନ ଥାଏ ବୋଲି ମାନ୍ୟତା ରହିଛି।

-ଅଁଳା: ଶ୍ରାବଣ ମାସର ଶନିବାର ଦିନ ଅଁଳା ଗଛ ଲଗାଇବା ଉଚିତ। ଘରର ମୁଖ୍ୟ ଦ୍ୱାରର ବାମପଟେ ଏହାକୁ ଲଗାଇବା ଶୁଭ। ନିୟମିତ ଭାବେ ଏହି ଗଛର ମୂଳରେ ସୋରିଷ ତେଲର ଦୀପ ଜାଳନ୍ତୁ। ଏପରି କରିବା ଦ୍ୱାରା ଶନି ସମ୍ବନ୍ଧୀୟ କଷ୍ଟ ଦୂର ହୋଇଥାଏ। ସ୍ବାସ୍ଥ୍ୟ ଭଲ ରୁହେ। ବିଜୟାଦଶମୀ ଦିନରେ ଏହି ଗଛକୁ ପୂଜା କଲେ ଧନର ଅଭାବ ରୁହେ ନାହିଁ।

-ଅଶ୍ୱସ୍ଥ ଗଛ: ଶ୍ରାବଣ ମାସର ଗୁରୁବାର ଦିନ ଅଶ୍ୱସ୍ଥ ଗଛ ଲଗାଇବା ଶୁଭ। ହେଲେ ଘରେ କେବେହେଲେ ଏହି ଗଛ ଲଗାନ୍ତୁ ନାହିଁ। ପାର୍କ ନଚେତ ରାସ୍ତା କଡ଼ରେ ଏହାକୁ ଲଗାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ଦରରେ ରେକର୍ଡ ସ୍ତରରେ ବୃଦ୍ଧି: ଏକାଥରକେ ବଢିଲା ୧୧ ହଜାର ଟଙ୍କା

ଭୁବନେଶ୍ୱର,୨୯।୧: ସୁନା ଦରରେ ରେକର୍ଡ ସ୍ତରରେ ବୃଦ୍ଧି । ଆଉ ଛୁଇଁହେବନି। ଏକାଥରକେ ୨୪ କ୍ୟାରେଟ ସୁନା ୧୧ ହଜାର ୭୭୦ ଟଙ୍କା ବୃଦ୍ଧି ପାଇଛି। ୧୦…

ହସ୍ପିଟାଲ୍‌ରେ ଭୟାବହ ଅଗିକାଣ୍ଡ, ସବୁକିଛି ଜଳିପୋଡ଼ି ଛାରଖାର

ଝାରସୁଗୁଡ଼ା,୨୯।୧(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ବେହେରମାଲସ୍ଥିତ ତ୍ରିଲୋଚନ ନେତ୍ରାଳୟରେ ସଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରୋଗୀଙ୍କ କୌଣସି କ୍ଷୟକ୍ଷତି ହୋଇ ନ ଥିବାବେଳେ ଲ୍ୟାବର…

କଳିକେଶଙ୍କ ହାତରେ ଦିଆଯାଉ ବିଜେଡି ନେତୃତ୍ୱ: ଜୋର୍‌ ଧରିଲା ଦାବି

ଭୁବନେଶ୍ୱର,୨୯।୧: ବିଜୁ ଜନତା ଦଳ(ବିଜେଡି) ୨୦୦୦ ମସିହାରୁ ଲଗାତାର ୨୦୨୪ ମସିହା ପର୍ଯ୍ୟନ୍ତ ସରକାରରେ ରହି ଆସିଥିଲା। ହେଲେ ୨୪ ବର୍ଷର ସରକାର ଗତ ସାଧାରଣ ନିର୍ବାଚନରେ…

ଗୋଟିଏ ଓଭର, ୨୯ ରନ୍‌: ବିସ୍ଫୋରକ ବ୍ୟାଟିଂ କରି ହିଟ୍‌ମ୍ୟାନ୍‌ଙ୍କ ରେକର୍ଡ ଭାଙ୍ଗିଦେଲେ ଶିବମ

ବିଶାଖାପାଟଣା,୨୯।୧: ଯଦିଓ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ୍‌ରେ ଟିମ ଇଣ୍ଡିଆ ପରାସ୍ତ ହୋଇଥିଲା, କିନ୍ତୁ ଶିବମ ଦୁବେ ବିସ୍ଫୋରକ ଇନିଂସ ସମସ୍ତଙ୍କ ଦୃଷ୍ଟି…

ଭାରତର ଡବଲ୍‌ ବିଜୟ! EU ପରେ ଆମେରିକା ସହ…

ନୂଆଦିଲ୍ଲୀ,୨୯।୧: ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଆଲୋଚନାରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଛି ଏବଂ ଖୁବ ଶୀଘ୍ର ଏକ ଚୁକ୍ତି ହୋଇପାରେ। ଭାରତ-ୟୁରୋପୀୟ ସଂଘ (EU)…

ରାମାୟଣରେ ସତୀ ସିଦ୍ଧାନ୍ତ

ରାମାୟଣର ଏକ ଓଡ଼ିଆ ସଂସ୍କରଣରେ ବର୍ଣ୍ଣନା କରାଯାଇଛି ଯେ, ଋଷି ଗୌତମ ତାଙ୍କ କନ୍ୟା ଅଞ୍ଜନି ଓ ଦୁଇ ପୁତ୍ରଙ୍କ ସହ ସମୁଦ୍ରକୂଳରେ ଚାଲୁଥିଲେ। ବାଲି ତାତି…

ନାରୀ ପାଇଁ ଭୋଟ ଅଧିକାର

ରାଣରୁ ଜଣାଯାଏ ମଦ୍ର ଦେଶର ନରପତି ଅଶ୍ୱପତି କନ୍ୟା ସନ୍ତାନଟିଏ ଲାଭକରିବା ଉଦ୍ଦେଶ୍ୟରେ ସହସ୍ରାଧିକ ଯଜ୍ଞ କରିଥିଲେ। ସେହିଭଳି ମିଥିଳାର ରାଜା ଜନକ ଏକଦା ଆକାଶରେ ସୁନ୍ଦରୀ…

ଆଖିବୁଜିଲେ ବରଗଡ଼ ଧନୁଯାତ୍ରାର ନନ୍ଦରାଜା ଅଭିନେତା: ଖେଳିଗଲା ଶୋକର ଲହରୀ

ବରଗଡ଼,୨୯।୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୋପପୁରରେ ନନ୍ଦରାଜା ଭୂମିକାରେ ଅଭିନୟ କରି ଆସୁଥିବା କଳାକାର ସତ୍ୟନାରାୟଣ ପୋଢଙ୍କ ଗୁରୁବାର ଭୋରରୁ ପରଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri