Posted inଜାତୀୟ

ଅଜ୍ଞାତ ନମ୍ବରରୁ ପାର୍ଟ ଟାଇମ ଚାକିରିର ଲୋଭ ଦେଖାଇ ହ୍ବାଟସଆପ୍‌ କରୁଛି ଗୁପ୍ତଚରୀ: କେନ୍ଦ୍ରମନ୍ତ୍ରୀ…

ନୂଆଦିଲ୍ଲୀ,୧୦।୫ : ଅନ୍ତର୍ଜାତୀୟ କଲ ଏବଂ ଚାକିରି ସମ୍ପର୍କିତ ବାର୍ତ୍ତା ମଧ୍ୟରେ ଉପଭୋକ୍ତାମାନେ ହ୍ବାଟସ ଆପରେ ଏକ ନୂତନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସମ୍ପ୍ରତି ଜଣେ ଉପଭୋକ୍ତା ପ୍ରକାଶ କରିଛନ୍ତି ଏହି ଆପ
ସେ ଶୋଇବା ସମୟରେ ମଧ୍ୟ ମାଇକ୍ରୋଫୋନ ବ୍ୟବହାର କରୁଛି। ଏହି ମାମଲା ସାମ୍ନାକୁ ଆସିବା ମାତ୍ରେ ସରକାର ମଧ୍ୟ ସତର୍କ ହୋଛନ୍ତି ଏବଂ ତୁରନ୍ତ ତଦନ୍ତ ପାଇଁ କହିଛନ୍ତି। କେନ୍ଦ୍ର ମନ୍ତ୍ରୀ ଏହାକୁ ଗୋପନୀୟତାର ଉଲ୍ଲଂଘନ ବୋଲି କହିଛନ୍ତି।

ଟୁଇଟର ବ୍ୟବହାରକାରୀ ଫୋଡ ଡାବିରୀ ଶନିବାର ଟୁଇଟ କରି କହିଛନ୍ତି ମୁଁ ଶୋଇଥିଲି ଏବଂ ସକାଳ ୬ଟାରେ ଉଠିଲି, ହ୍ବାଟସ ଆପ ପୃଷ୍ଠଭୂମିରେ ମାଇକ୍ରୋଫୋନ ବ୍ୟବହାର କରୁଥିଲା୍‌। ଏନେଇ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ନେଟ ଟୁଇଟ ବିଷୟରେ ଲେଖିଛନ୍ତି, ଏହା ଗୋପନୀୟତାର ଉଲ୍ଲଂଘନ। ଏହା ଗ୍ରହଣୀୟ ନୁହେଁ। ଆମେ ତୁରନ୍ତ ଏହି ଘଟଣାର ଅନୁସନ୍ଧାନ କରୁଛୁ ଏବଂ କୌଣସି ଉଲ୍ଲଂଘନ ଜଣାପଡ଼ିଲେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।

ସମ୍ପ୍ରତି ହ୍ବାଟସ ଆପରେ ଅନ୍ତର୍ଜାତୀୟ ନମ୍ବରରୁ ଅଡିଓ ଏବଂ ଭିଡିଓ କଲ ବିଷୟରେ ଅନେକ ଉପଭୋକ୍ତା ଅଭିଯୋଗ କରିଛନ୍ତି। ଏ ବାବଦରେ କମ୍ପାନୀ ପକ୍ଷରୁ ଏକ ବିବୃତ୍ତି ମଧ୍ୟ ଜାରି କରାଯାଇଛି।
ଯେଉଁଥିରେ କୁହାଯାଇଛି ଉପଭୋକ୍ତାମାନେ ଏହି ନମ୍ବରଗୁଡ଼ିକୁ ଅବରୋଧ ଏବଂ ରିପୋର୍ଟ କରିବା ଉଚିତ। ଏଥିସହ କମ୍ପାନୀ ଏଗୁଡିକୁ ବିପଜ୍ଜନକ ବୋଲି କହିଛି ଏବଂ ଏପରି କଲର ଉତ୍ତର ନ ଦେବାକୁ ପରାମର୍ଶ ଦେଇଛି।

ହ୍ବାଟସ ଆପ ବାର୍ତ୍ତା ଯୋଗୁଁ ଅନେକ ଲୋକ ଲକ୍ଷ ଲକ୍ଷ ଟଙ୍କା ହରାଇଥିବା ଖବର ରହିଛି। ଜେରୋଡା ସିଇଓ ନିଖିଲ କାମାତ ମଧ୍ୟ ଏଭଳି ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି ଯେଉଁଠାରେ ତାଙ୍କର ଘନିଷ୍ଠ ବନ୍ଧୁଙ୍କର ୫ ଲକ୍ଷ ଟଙ୍କା ଠକି ନିଆ ଯାଇଥିଲା। ହ୍ବାଟସ ଆପରେ ଆସୁଥିବା ଅଜ୍ଞାତ ନମ୍ବରରୁ ବାର୍ତ୍ତା ଲୋକଙ୍କୁ ପାର୍ଟ ଟାଇମ ଚାକିରିର ଲୋଭ ଦେଖାଇ ଆକର୍ଷିତ କରୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଏପ୍ରିଲ ୧ରୁ ନୂଆ ଆବେଦନ, ଏଥିରେ ସାମିଲ ହେବେ…

ଭୁବନେଶ୍ୱର,୨୮ା୩: ସୁଭଦ୍ରା ଯୋଜନାକୁ ନେଇ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧ରୁ ନୂଆ ସୁଭଦ୍ରା ପଞ୍ଜୀକରଣ ଆରମ୍ଭ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

ହର୍ମୁଜ ଷ୍ଟ୍ରେଟରେ ଇରାନର ମାୟାବି ଜାଲ, ଏନର୍ଜି କରିଡର ଏବେ ‘ମୃତ୍ୟୁର କୂଅ’! ସୁପରପାଓ୍ବାରକୁ ଦେଖାଇଦେଲା ଅସଲ ସ୍ଥିତି

ତେହରାନ୍‌,୨୮।୩: ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଇବା ପରେ, ପରିସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ବନ୍ଦ ହେବା…

ସରକାରଙ୍କ ବଡ଼ ଘୋଷଣା, ପହିଲାରୁ ସ୍କୁଲରେ ଖରାଛୁଟି, ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୨୮।୩: ଏପ୍ରିଲ ଆରମ୍ଭ ନ ହେଉଣୁ ତାତି ତାର କରାଳ ରୂପ ଦେଖାଇଲାଣି । ସ୍ଥିତି ଏମିତି ହେଲାଣି ଯେ, ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡ଼ିଲାଣି…

‘ଇରାନର ନୂଆ ସର୍ବୋଚ୍ଚ ନେତା ଆଉ ନାହାନ୍ତି’: ମୋଜତାବା ଖାମେନେଇଙ୍କୁ ନେଇ କିଏ ଏମିତି ଦାବି କଲେ ଜାଣନ୍ତୁ…

ଓ୍ବାଶିଂଟନ,୨୮।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଦାବି କରିଛନ୍ତି ଯେ ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ମୃତ୍ୟୁ ଘଟିଛି। ମିଆମିରେ ‘ଭବିଷ୍ୟତ ନିବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri