କାନାଡା ଆକାଶରେ ସନ୍ଦିଗ୍ଧ ବସ୍ତୁ

ଓଟାୱା,୧୨ ।୨: ଆମେରିକା ପରେ ଏବେ କାନାଡା ଆକାଶରେ ବି ବିପଦ ଦେଖାଯାଇଛି । ଏୟାର ସ୍ପେସ ଭେଦ କରିବା ପରେ ଆମେରିକାର ଫାଇଟର ଜେଟ ଏକ ଫ୍ଲାଇଙ୍ଗ ଅବଜେକ୍ଟକୁ ନଷ୍ଟ କରି ଦେଇଛି । କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଜଷ୍ଟିନ ଟ୍ରୁଡୋ ଶନିବାର କହିଛନ୍ତି ତାଙ୍କ ନିର୍ଦ୍ଦେଶରେ କାନାଡାର ଆକାଶମାର୍ଗରେ ଦେଖାଯାଇଥିବା ଏକ ଅଜ୍ଞାତ ଫ୍ଲାଇଙ୍ଗ ଅବଜେକ୍ଟକୁ ନଷ୍ଟ କରି ଦିଆଯାଇଛି ।
ଏହି ଅପରେଶନ ଏକ ସପ୍ତାହ ପୂର୍ବରୁ ୪ ଫେବୃୟାରୀରେ ଆମେରିକା ଏକ ଚାଇନିଜ ବେଲୁନକୁ ଫାଇଟର ଜେଟ ଜରିଆରେ ମିଶାଇଲରେ ନଷ୍ଟ କରି ଦେଇଥିଲା ।
କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଟୁଇଟ କରିଛନ୍ତି, ମୁଁ କାନାଡାର ଆକାଶ ମାର୍ଗକୁ ଉଲ୍ଲଂଘନ କରିଥିବା ଏକ ଅଜ୍ଞାତ ବସ୍ତୁକୁ ନଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛି । ଜଷ୍ଟିନ ଟ୍ରୁଡୋ କହିଛନ୍ତି, ତାଜା ଅନୁପ୍ରବେଶକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ କଥା ହୋଇଛି । ଉତ୍ତର ଆମେରିକା ଏୟାର ସ୍ପେଶ ଡିଫେନ୍ସ କମାଣ୍ଡ ୟୁକୋନର ଉପରେ ଫ୍ଲ।।ଇଙ୍ଗ ଅବଜେକ୍ଟକୁ ନଷ୍ଟ କରିଛନ୍ତି । କାନାଡା ଓ ଆମେରିକା ବିମାନକୁ ଅବତରଣ କରାଯାଇଛି ଓ ଏକ ୟୁଏସ ଏଫ-୨୨ ଅବଜେକ୍ଟ ଉପରେ ସଫଳତା ପୂର୍ବକ ଲକ୍ଷ୍ୟ ଭେଦ କରିଛି ।

Share