ସ୍ପୁଟନିକ ସିଙ୍ଗଲ ଡୋଜ ଭ୍ୟାକ୍ସିନକୁ ମଞ୍ଜୁରୀ ଦେଲା ଆର୍ଜେଣ୍ଟିନା

ବୁନୋସ ଏରିସ,୬ ।୧୨: କରୋନା ମହାମାରୀକୁ ଦୂରେଇ ଦେବାକୁ ଆର୍ଜେଣ୍ଟିନା ରୁଷିଆ ଦ୍ୱାରା ପ୍ରସ୍ତୁତ ସ୍ପୁଟନିକ ଲାଇଟ୍ ଭ୍ୟାକ୍ସିନକୁ ବ୍ୟବହାର ଲାଗି ମଞ୍ଜୁରୀ ପ୍ରଦାନ କରିଛି । ଏହାପରେ ଏହାକୁ ବୁଷ୍ଟର ଶଟ୍ କିମ୍ବା ଭ୍ୟାକ୍ସିନ ଡୋଜ ଭାବେ ବ୍ୟବହାର କରାଯାଇ ପାରିବ । ରଷିଆନ୍ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ(ଆର୍‌ଡିଆଇଏଫ୍‌) ପକ୍ଷରୁ କୁହାଯାଇଛି କି ଆର୍ଜେଣ୍ଟିନାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ପୁଟନିକ ଲାଇଟ ଟିକାକୁ ଏକ ସ୍ୱତନ୍ତ୍ର ଏବଂ ବୁଷ୍ଟର ସଟ୍ ଭାବେ ବ୍ୟବହାର କରିବାକୁ ଅନୁମୋଦନ କରିଛି । ସ୍ପୁଟନିକ ଲାଇଟ ଭ୍ୟାକ୍ସିନ ହ୍ୟୁମାନ୍ ଏଣ୍ଡୋଭାଇରସ ଷ୍ଟେରିଓଟାଇପ ୨୬ ଉପରେ ଆଧାରିତ । ସୂଚନାଯୋଗ୍ୟ, ଆର୍ଜେଣ୍ଟିନା ବିଶ୍ୱର ପ୍ରଥମ ଦେଶ ଭାବେ ୨୦୨୦ ଡିସେମ୍ବରରେ ସ୍ପୁଟନିକ-ଭି ଭ୍ୟାକ୍ସିନକୁ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଛି । ଦ ନ୍ୟାଶନାଲ ଆଡମିନିଷ୍ଟ୍ରେଶନ ଅଫ୍ ଡ୍ରଗ୍ସ ଆଣ୍ଡ ମେଡିକାଲ ଡିଭାଇସେସ୍ ଆଜେଣ୍ଟିନାରେ ବିନା କୌଣସି ଟ୍ରାଏଲରେ ରୁଷିଆରେ ଏକ କ୍ଲିନିକାଲ ଡାଟା ଆଧାରରେ ଏହାକୁ ମଞ୍ଜୁରୀ ପ୍ରଦାନ କରିଛି । ଏପଟେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମର ପୁଟିନ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ଠାରୁ ସ୍ପୁଟନିକ ଭି ଟିକାର ବ୍ୟବହାର ପାଇଁ ମଞ୍ଜୁରୀ ମିଳିବ ବୋଲି ଆଶା କରିଛନ୍ତି ।

Share