Categories: ଜାତୀୟ

ବରୁଣ ଗାନ୍ଧୀଙ୍କୁ ଏସପିର ଖୋଲା ଅଫର, ତାଙ୍କ ବିରୋଧରେ ଦିଆଯିବନି ପ୍ରାର୍ଥୀ

ନୂଆଦିଲ୍ଲୀ,୨୧।୩: ଭାଜପା ନେତା ବରୁଣ ଗାନ୍ଧୀ ଲୋକସଭା ନିର୍ବାଚନରେ କେଉଁ ଆସନରୁ ଓ କେଉଁ ଦଳରୁ ପ୍ରତିଦ୍ୱନ୍ଦ୍ୱିତା କରିବେ, କିମ୍ବା ସ୍ବାଧିନ ଭାବେ ଛିଡ଼ା ହେବେ ସେନେଇ କଳ୍ପନାଜଳ୍ପନା କରାଯାଉଛି। ଏହାରି ଭିତରେ ଏସପି(ସମାଜବାଦୀ ପାର୍ଟି) ପକ୍ଷରୁ ତାଙ୍କୁ ଏକ ଖୋଲା ଅଫର ମିଳିଛି। ପିଲିଭିତ ଆସନରୁ ଏସପିର ବର୍ତ୍ତମାନ ପ୍ରାର୍ଥୀ ଭଗଓ୍ବତ ଶରଣ ଗାଙ୍ଗୱାର ବରୁଣ ଗାନ୍ଧୀଙ୍କୁ ନେଇ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି, ଯଦି ବରୁଣ ଗାନ୍ଧୀ ପିଲଭିତ ଆସନରୁ ନିର୍ବାଚନ ଲଢିବାକୁ ଚାହୁଁଛନ୍ତି ତେବେ ମୁଁ ତାଙ୍କୁ ଆସନ ଛାଡିଦେବି।

ଭଗଓ୍ବତ କହିଛନ୍ତି, ଯଦି ବରୁଣ ଗାନ୍ଧୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହାଁନ୍ତି ତେବେ ମୁଁ ମୋର ପ୍ରାର୍ଥୀପତ୍ର ଛାଡିଦେବି। କହି ରଖୁଛୁ ଯେ, ଏସପି ନେତାଙ୍କ ଏହି ବିବୃତ୍ତି ଏପରି ସମୟରେ ଆସିଛି ଯେତେବେଳେ ଗାନ୍ଧୀଙ୍କୁ ଭାଜପା ପକ୍ଷରୁ ଟିକେଟ କଟିବାର ଅନୁମାନ କରାଯାଉଛି। ରାଜନୈତିକ ମାହୋଲରେ ଚର୍ଚ୍ଚା ହେଉଛି କି, ଭାଜପା ଗାନ୍ଧୀଙ୍କୁ ଏଥର ଟିକେଟ ଦେବ ନାହିଁ।

Share