ଚାଷରେ ବ୍ୟବହାର ହେଲା ଝରଣାପାଣି

ସମ୍ବଲପୁର,୨୭ା୮(ବ୍ୟୁରୋ): ଜଙ୍ଗଲ ଭିତରେ ଝରଣା ପାଣି ଅପଚୟ ହେଉଥିଲା। ବର୍ଷାଋତୁରେ ଏହି ଝରଣା ପାଣିକୁ କେବଳ ଲୋକେ ବ୍ୟବହାର କରିପାରୁଥିଲେ। ଗ୍ରୀଷ୍ମ ଋତୁରେ ସେହି ପାଣି ବ୍ୟବହାର ହୋଇପାରୁ ନ ଥିଲା। ଝରଣାର ସେହି ଅପଚୟ ଜଳକୁ ସଂରକ୍ଷଣ କରିବା ପାଇଁ ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ପ୍ରଶାସନ ପକ୍ଷରୁ ଏଥିପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ଡାଇଭର୍ସନ ୱାଲ୍‌, କଂକ୍ରିଟ ଡ୍ରେନ ଓ ମାଟି କେନାଲ ନିର୍ମାଣ କରି ବୋହି ଯାଉଥିବା ପାଣିକୁ ୨ କିମି ଦୂର କଟାରେ ସଂରକ୍ଷଣ ରଖାଯାଉଛି । ଏଥିରୁ ଚାଷୀମାନେ ଚାଷ ଉପଯୋଗୀ ଜଳ ପାଇ ପାରୁଛନ୍ତି। ଗ୍ରାମ କଟାରୁ ପାଣି ନେଇ ପ୍ରାୟ ୫୦ ହେକ୍ଟର ଜମି ଚାଷ କରାଯାଉଛି । ଏହା ସହ ଏହି ଯୋଜନା କରୋନା ସମୟରେ ଶ୍ରମିକମାନଙ୍କୁ ରୋଜଗାର ଦେଇପାରିଛି ।
ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ୍‌ କୟାକୁଦ ଗ୍ରାମର କୁଟୁରଲଟିଆ ଝରଣାରେ ଏହି ପ୍ରକଳ୍ପ ୨୦୨୦-୨୧ ଆର୍ଥିକ ବର୍ଷରେ ନିର୍ମାଣ ହୋଇଛି। ଏ ସମ୍ପର୍କରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ବ୍ଲକ ପ୍ରୋଗ୍ରାମ ଅଫିସର ବିଶ୍ୱରଞ୍ଜନ ପ୍ରଧାନ ସୂଚନା ଦେଇ କହିଛନ୍ତି, ଝରଣା ପାଣିକୁ ସଞ୍ଚୟ କରିବା ପାଇଁ ଯୋଜନା କରାଯାଇଥିଲା। ତିନୋଟି ଭାଗରେ ଏହି ଯୋଜନା ରହିଛି। ପ୍ରଥମେ ଝରଣା ପାଣିକୁ ଅଟକାଇବା ପାଇଁ ଡାଇଭର୍ସନ ୱାଲ ନିର୍ମାଣ କରାଗଲା। ଉପଯୁକ୍ତ ସ୍ଥାନ ଚିହ୍ନଟ କରି ସିମେଣ୍ଟ କଂକ୍ରିଟ, ଲୁହା ରଡ଼ ବ୍ୟବହାର କରି ୱାଲ ନିର୍ମାଣ କରାଗଲା । ଏଥିରେ ପ୍ରାୟ ୭ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଛି । ସେହିପରି ୯ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପ୍ରାୟ ୩୫୦ ମିଟରର କଂକ୍ରିଟ ଡ୍ରେନ ନିର୍ମାଣ କରାଯାଇଛି । ଡାଏଭର୍ସନ ୱାଲଠାରୁ ଏହା ଆରମ୍ଭ ହୋଇଛି। ଅନୁଦାନ ଅଭାବ ଯୋଗୁ ମାଟି କେନାଲ ମଧ୍ୟ ତିଆରି କରାଯାଇଛି। ବର୍ଷା ପାଣି ପ୍ରଥମେ ଡ୍ୟାମରେ ଗଚ୍ଛିତ ରହୁଛି । ଅଧିକ ହେଲେ ପାଣି ତଳକୁ ପ୍ରବାହିତ ହୋଇଯାଉଛି । ଡିଜାଇନ୍‌ ଅନୁସାରେ ଡ୍ୟାମ୍‌ରେ ଗଚ୍ଛିତ ପାଣି ଡ୍ରେନ ଓ କେନାଲ ଦେଇ ୨ କିମି ଦୂରରେ ଥିବା ଗ୍ରାମର କଟାରେ ପଡୁଛି। ଗ୍ରାମରେ ଚାଷୀମାନେ ସେହି ପାଣି ନେଇ ଚାଷ କାର୍ଯ୍ୟରେ ବ୍ୟବହାର କରୁଛନ୍ତି । ଏହି ଗଚ୍ଛିତ ପାଣିରେ ପ୍ରାୟ ୫୦ ହେକ୍ଟର ଜମି ଚାଷ ହେଉଥିବା ଆକଳନ କରାଯାଇଛି। ଧାନ ଫସଲ ସହ ରବିଋତୁରେ ପନିପରିବା ଚାଷ ମଧ୍ୟ ଚାଷୀମାନେ କରିପାରିବେ ବୋଲି ସେ କହିଥିଲେ ।
ଏ ସମ୍ପର୍କରେ ଯୁଯୁମୁରା ବିଡ଼ିଓ ସୁରଜ ବିଶ୍ୱାଳ କହିଛନ୍ତି, କରୋନା କଟକଣା ସମୟରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମ ଦେବା ପାଇଁ ସରକାରଙ୍କ ଯୋଜନା ରହିଥିଲା । ତେଣୁ ପ୍ରବାସୀ ଓ ସ୍ଥାନୀୟ ଶ୍ରମିକଙ୍କୁ ରୋଜଗାର ଦେବା ସହ ଜନସ୍ବାର୍ଥ ଦୃଷ୍ଟିରୁ ଏହି ପ୍ରକଳ୍ପ ହାତକୁ ନିଆଯାଇଥିଲା। ପ୍ରାୟ ୨ କିମି ଦୂରରେ ଥିବା କଟାରେ ଝରଣା ପାଣିକୁ ସଂରକ୍ଷିତ କରିବାର ଯୋଜନା କରାଗଲା । ପ୍ରଥମେ ଏହା ଅସମ୍ଭବ ଭଳି ଲାଗୁଥିଲା । କାମ ଆରମ୍ଭ ପରେ ଧିରେ ଧିରେ ପ୍ରକଳ୍ପ ସଫଳ ହେବାର ଆଶା କରାଯାଇଥିଲା । ୨ କିମି ଦୂର କଂକ୍ରିଟ କରିବା ପ୍ରଥମ ପର୍ଯ୍ୟାୟରେ ଅସମ୍ଭବ। ପର୍ଯ୍ୟାୟକ୍ରମେ ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯିବ। ଯୁଯୁମୁରା ବ୍ଲକରେ ଏଭଳି ଆହୁରି ଅନେକ ପ୍ରସ୍ତାବ ରହିଛି ଯାହା କାର୍ଯ୍ୟକାରୀ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri