ଦେବଗଡ଼,୭।୯(ଶଶାଙ୍କ ଶେଖର ଝାଙ୍କର)ଝାରସୁଗୁଡ଼ାରୁ କୁଚିଣ୍ଡା ଦେଇ ଦେବଗଡ଼କୁ ରେଳଲାଇନ୍ କରିବା ପାଇଁ ସର୍ଭେ ଶେଷ ସମ୍ପର୍କରେ ଦେବଗଡ଼ ଜିଲାରେ ଏକ ମିଛ ପ୍ରଚାର କରାଯାଉଛି। ସୋସିଆଲ ମିଡିଆରେ ମିଛ ପୋଷ୍ଟ କରି ବାଃବାଃ ନେଉଛନ୍ତି ନେତା ଜିଲାର କେତେଜଣ ନେତା। ଘଟଣାରୁ ଜଣାଯାଇଛି ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୁଲାଇ ମାସରେ ଦେବଗଡ଼ ଜିଲା ଗସ୍ତରେ ଆସିଥିଲେ। ସେତେବେଳେ ଦେବଗଡ଼ ଜିଲାର ଜନସାଧାରଣ, ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଓ କେତେଜଣ ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଦାବିପତ୍ର ଦେଇଥିଲେ। ସେହି ଦାବିପତ୍ରରେ ଝାରସୁଗୁଡ଼ାରୁ କୁଚିଣ୍ଡା ଦେଇ ଦେବଗଡ଼କୁ ରେଳଲାଇନ୍ କରିବା ପାଇଁ ଦାବି କରିଥିଲେ। ଏହି ରେଳଲାଇନ ବାରକୋଟ ପର୍ଯ୍ୟନ୍ତ କରାଯାଇ ନିର୍ମାଣାଧୀନ ଥିବା ତାଳଚେର ବିମଳାଗଡ଼ ରେଳଲାଇନ ସହ ଯୋଗ କରିବାକୁ ଦାବି କରାଯାଇଥିଲା। ଏହି ଦାବିପତ୍ର ଦେବାର କିଛି ଦିନ ପରେ ଅଗଷ୍ଟ ୪ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜିଲାବାସୀ ବୁଦ୍ଧିଜୀବୀ ଜନସାଧାରଣଙ୍କର ଦାବିପତ୍ର ଓ ଅନୁରୋଧକୁ ସମ୍ମାନ ଜଣାଇ ଝାରସୁଗୁଡ଼ାରୁ କୁଚିଣ୍ଡା ଦେଇ ଦେବଗଡ଼କୁ ରେଳଲାଇନ୍ କରିବା ପାଇଁ ସର୍ଭେ ହେବ ବୋଲି କହିଥିଲେ। ଏହି ରେଳ ଲାଇନ ନିର୍ମାଣ ପାଇଁ ଡିପିଆର ପ୍ରସ୍ତୁତିକୁ ମଞ୍ଜୁରୀ ମିଳିଛି। ଏନେଇ କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ଅଗଷ୍ଟ ୪ରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିଲା। ସର୍ଭେ ପାଇଁ ଅର୍ଥ ମଞ୍ଜୁରୀ ହୋଇଥିବା କୁହାଯାଇଥିଲା। ଏହି ଘୋଷଣା ପରେ ଦେବଗଡ଼ରେ ଆରମ୍ଭ ହୋଇଛି ରାଜନୀତି। କେଉଁ ନେତା କହୁଛନ୍ତି ତାଙ୍କର ଉଦ୍ୟମ ଯୋଗୁ ରେଳ ଲାଇନ ହେବ ତ ଆଉ କିଏ କହୁଛନ୍ତି ତାଙ୍କର ଉଦ୍ୟମ ରହିଛି। ସମସ୍ତେ ବାଃବାଃ ନେବା ପାଇଁ ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରକାର ପୋଷ୍ଟ କରୁଛନ୍ତି। ଜଣେ ଯୁବ ନେତା ରେଳଲାଇନ ସର୍ଭେ କାମ ଶେଷ ହୋଇଗଲାଣି ବୋଲି ମିଛ ପ୍ରଚାର କରି ମିଛ ପୋଷ୍ଟ କରୁଛନ୍ତି। ରେଳଲାଇନ୍ ସର୍ଭେ ମଧ୍ୟ ଆରମ୍ଭ ହୋଇନାହିଁ କିନ୍ତୁ କେତେଜଣ ନେତା ଆମେ ରେଳଲାଇନ୍ଟା କରିଦେଲୁ, ଆମର ଦାବି ପାଇଁ ଏସବୁ ହେଲା। ଏପରି ଅନେକ କଥା ସୋସିଆଲ ମିଡିଆରେ ଛାଡ଼ୁଛନ୍ତି। ଦେବଗଡ଼ରେ କେତେଜଣ ନେତା, କୁଜି ନେତା ନିଜର ପ୍ରଚାର ପ୍ରସାର ପାଇଁ ନିଜେ କେତେ ତଳକୁ ଖସି ପାରିବେ ତାହା ଏବେ ସହରରେ ଚର୍ଚ୍ଚାର ବିଷୟ ସାଜିଛି। ଉକ୍ତ ପୋଷ୍ଟରେ ଲୋକେ କମେଣ୍ଟ କରୁଛନ୍ତି ଯେ ଏମାନଙ୍କୁ ଯାହା ବି ହେଉ କିଛି ସୋସିଆଲ ମିଡିଆ ପୋଷ୍ଟ ଦରକାର।
ଏପରି ମିଛ କଥା ପୋଷ୍ଟ କରି ଜିଲାବାସୀଙ୍କୁ ବିଭ୍ରାନ୍ତ କରି କଣ ଲାଭ ମିଳୁଛି ବୋଲି ଚାରିଆଡେ ଚାଲିଛି ଚର୍ଚ୍ଚା। ଯେଉଁ ବ୍ୟକ୍ତି ସର୍ଭେ ସରିଛି ବୋଲି ପୋଷ୍ଟ କରିଛନ୍ତି ତାଙ୍କୁ ଲୋକେ କମେଣ୍ଟରେ ପଚାରୁଛନ୍ତି ଯେ ସର୍ଭେ ରିପୋର୍ଟ ଦିଅନ୍ତୁ। ଏପଟେ କିଛି ଲୋକେ କହୁଛନ୍ତି ଯେ, ସର୍ଭେ ହୋଇଥିଲେ ସିନା ରିପୋର୍ଟ ଦେବେ। ଶସ୍ତାରେ ବାଃବାଃ ନେବାକୁ ଉଦ୍ୟମ କରୁଥିବା ନେତାଙ୍କଠାରୁ ଦୂରେଇ କି ରହିବାଟା ଠିକ୍ ବୋଲି ସବୁଆଡ଼େ ଆଲୋଚନା ହେଉଛି। ପୂର୍ବରୁ କଂଗ୍ରେସ, ଭାଜପା ସମେତ ସମ୍ବଲପୁର ଲୋକସଭା ସଦସ୍ୟ, ଦେବଗଡ଼ ବିଧାୟକ, ଜିଲା ନାଗରିକ କମିଟି, ବୁଦ୍ଧିଜିବୀ, ରେଳ ବିକାଶ ମଞ୍ଚ ଓ ଅନ୍ୟ ବିଭିନ୍ନ ସଂଘ ପକ୍ଷରୁ ବିଭିନ୍ନ ସମୟରେ ରେଳଲାଇନ୍ ପାଇଁ ଦାବି ହୋଇଆସୁଛି। ତେଣୁ ଏହାକୁ ନେଇ ରାଜନୀତି କରିବା ଠିକ୍ ନୁହେଁ ବୋଲି ବୁଦ୍ଧୀଜୀବୀମାନେ କହିଛନ୍ତି। ଯେମିତି ବି ହେଉ ଜିଲାକୁ ରେଳଲାଇନ୍ ଆସିଲେ ସମସ୍ତେ ଉପକୃତ ହେବେ। ଅନ୍ୟପକ୍ଷରେ ଦୀର୍ଘଦିନ ହେବ କୁହାଯାଉଛି ତାଳଚେର ବିମଳାଗଡ଼ ବାରକୋଟ ଦେଇ ରେଳ ଲାଇନ୍ ଯିବ କିନ୍ତୁ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ। ସେଥିପାଇଁ କେହି ଆନ୍ଦୋଳନ, ଦାବି କରୁନାହାନ୍ତି। ଏପଟେ ନୂତନ ରେଳଲାଇନ୍ ପାଇଁ ସମସ୍ତଙ୍କ ଚିନ୍ତା। ନୂତନ ରେଳଲାଇନ ପାଇଁ କିଛି ବି ଘୋଷଣା ହେଲେ ନିଜେ ବାଃବାଃ ନେବା ପାଇଁ ଅଧିକାଂଶ ଲାଗିପଡ଼ୁଛନ୍ତି। ଝାରସୁଗୁଡା କୁଚିଣ୍ଡା ଦେବଗଡ଼ ବାରକୋଟ ଲାଇନ ସର୍ଭେକୁ ତ୍ୱରାନ୍ବୀତ କରିବା ପାଇଁ ସୋମବାର ଜିଲା ନାଗରିକ କମିଟିଙ୍କ ଏକ ପ୍ରତିନିଧି ଦଳ ଭୁବନେଶ୍ୱରସ୍ଥିତ ରେଳ ସଦନରେ ମୁଖ୍ୟଯନ୍ତ୍ରୀ (ନିର୍ମାଣ) ଇଂ ରାଧାମୋହନ ସିଂଙ୍କ ସହିତ ଆଲୋଚନା କରିଥିଲେ। ଉକ୍ତ ରେଳପଥର ଫାଇନାଲ ଲୋକେସନ ସର୍ଭେ ଓ ଡ଼ିପିଆର. ପ୍ରସ୍ତୁତିକୁ ତ୍ୱରାନ୍ବୀତ କରିବା ପାଇଁ ଅନୁରୋଧ କରିବା ସହିତ ଆଲୋଚନା କରିଥିଲେ। ଆଗାମୀ ଚାରି ମାସ ମଧ୍ୟରେ ସର୍ଭେ ଓ ଡ଼ିପିଆର କାର୍ଯ୍ୟ ସମାପ୍ତ ହେବ ବୋଲି ଇଞ୍ଜିନିୟର ସିଂ ପ୍ରତିଶ୍ରୁତି ଦେଇଛନ୍ତି।
Posted inHome, Home Left, ଆମ ଜିଲା ଖବର, ଦେବଗଡ଼ View All
ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା
ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…
ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?
ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…
ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…
ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…
ଗିଲ୍ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ
ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍ରେ ବଡ଼ ବିଜୟ ହାସଲ…
ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…
କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…
ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….
ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…
ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ
ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…
ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!
ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

