Categories: ଜାତୀୟ

ଦେଶରେ ଆଇନଗତ ସଚେତନତାର ପ୍ରସାରଣ ଜରୁରୀ…

ମୁମ୍ବାଇ,୨୪।୧୦: ଦେଶରେ ଆଇନଗତ ସଚେତନତାର ପ୍ରସାରଣ ଅନ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଦ୍ୱାରା ସାଧାରଣ ଲୋକେ ଉପକୃତ ହୋଇପାରିବେ ବୋଲି ମହାରାଷ୍ଟ୍ର ଆଇନ ସେବା ପ୍ରାଧିକରଣ ଦ୍ୱାରା ଆୟୋଜିତ ଏକ ମେଗା ଆଇନ ସେବା ଶିବିରରେ ଯୋଗଦେଇ ସୁପ୍ରିମକୋର୍ଟର ବିଚାରପତି ଉଦୟ ଉମେଶ ଲଲିତ ପ୍ରକାଶ କରିଛନ୍ତି।

ମାମଲା ସମାଧାନ ପାଇଁ ଜାତୀୟ ଲୋକ ଅଦାଲତ ସଫଳତାର ସହ ଆୟୋଜନ କରାଯାଉଥିବାରୁ ଆଇନ ସେବା ପ୍ରାଧିକରଣକୁ ସେ ପ୍ରଶଂସା କରିଛନ୍ତି। ଦେଶର ସମ୍ବିଧାନ ଅନୁସାରେ ସାଧାରଣ ନାଗରିକଙ୍କ ପାଖରେ ଯେଭଳି ନ୍ୟାୟ ପହଞ୍ଚି ପାରିବ ସେ ନେଇ ନ୍ୟାୟପାଳିକା କାର୍ଯ୍ୟ କରିବା ଉଚିତ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।

ଅସହାୟ ଲୋକଙ୍କୁ ଆଇନ ସେବା ତଥା ଆଇନ ସହାୟତା ଯୋଗାଇବା ସମ୍ବିଧାନର ମୁଖ୍ୟ ଉଦ୍ଦେଶ୍ୟ। ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ସମାନ ନ୍ୟାୟ ସୁନିଶ୍ଚିତ କରିବା ଆଇନ ସେବା ପ୍ରାଧିକରଣର ମୁଖ୍ୟ ଲକ୍ଷ୍ୟ।
ପାନ ଇଣ୍ଡିଆ ଆଉଟରିଚ ଅଭିଯାନ ସହାୟତାରେ ସମାଜର ଦୁର୍ବଳ ବର୍ଗ ତଥା ଅନ୍ୟାନ୍ୟ ଲୋକଙ୍କ ମଧ୍ୟରେ ଆଇନଗତ ସଚେତନତା ସୃଷ୍ଟି କରିବା ଦ୍ୱାରା ସମସ୍ତେ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି।

Share