ନୀତାଙ୍କୁ ସ୍ପୋଟର୍‌ସ ଲିଡର ଅଫ୍‌ ଦି ଇୟର ଆଓ୍ବାର୍ଡ

ଭୁବନେଶ୍ୱର,୭।୧୨ରିଲାଏନ୍ସ ଫାଉଣ୍ଡେଶନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଏମ୍‌. ଅମ୍ବାନୀଙ୍କୁ ନିକଟରେ ସ୍ପୋଟର୍‌ସ ଲିଡର ଅଫ୍‌ ଦି ଇୟର (ମହିଳା) ଆଓ୍ବାର୍ଡ (ପୁରସ୍କାର)ରେ
ସମ୍ମାନିତ କରାଯାଇଛି। ବିଶେଷକରି କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୀତାଙ୍କୁ ଉପରୋକ୍ତ ଆଓ୍ବାର୍ଡ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ନୂଆଦିଲ୍ଲୀଠାରେ ଆୟୋଜିତ ସିଆଇଆଇ ସ୍କୋରକାର୍ଡ଼-୨୦୨୩ ସମ୍ମାନ ସମାରୋହରେ ନୀତାଙ୍କୁ ସମ୍ମାନିତ ଓ ପୁରସ୍କୃତ କରାଯାଇଥିଲାବେଳେ କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷର ମାନକ ସ୍ଥାପନ କରିଥିବାରୁ ରିଲାଏନ୍ସ ଫାଉଣ୍ଡେଶନକୁ ମଧ୍ୟ କର୍ପୋରେଟ ଆଓ୍ବାର୍ଡ (କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଥିବା ଶ୍ରେଷ୍ଠ କର୍ପୋରେଟ ପୁରସ୍କାର) ପ୍ରଦାନ କରାଯାଇଛି।
ଏହି ପରିପ୍ରେକ୍ଷୀରେ ରିଲାଏନ୍ସ ଫାଉଣ୍ଡେଶନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଏମ୍‌. ଅମ୍ବାନୀ କହିଛନ୍ତି, ସିଆଇଆଇ ସ୍ପୋଟର୍‌ସ ବିଜ୍‌ନେସ୍‌ ଆୱାର୍ଡ ସମାରୋହରେ ସ୍ପୋଟର୍‌ସ ଲିଡର ଅଫ୍‌ ଦି ଇୟର ପୁରସ୍କାର ଏବଂ କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଥିବା ଶ୍ରେଷ୍ଠ କର୍ପୋରେଟ ପୁରସ୍କାର ଗ୍ରହଣକରି ମୁଁ ବେଶ୍‌ ଗୌରବାନ୍ବିତ ଅନୁଭବ କରୁଛି। ବିଶେଷକରି କ୍ରୀଡା ଏକ ଅନନ୍ୟ ଏକତା ଓ ସମାନତା ସୃଷ୍ଟିକାରୀ ଏବଂ ଶକ୍ତି ପ୍ରଦାନକାରୀ ବୋଲି ମୋର ଦୃଢ଼ ବିଶ୍ୱାସ ରହିଛି। ଚଳିତ ବର୍ଷ (୨୦୨୩ ବର୍ଷ) ବାସ୍ତବରେ ଭାରତର କ୍ରୀଡ଼ା ଉତ୍କର୍ଷର ବର୍ଷ ହୋଇଥିବାବେଳେ ବିବିଧ କ୍ରୀଡ଼ାରେ ମେଡାଲ ଜିତି ଓ ବିଜୟୀ ହୋଇ ଆମ ଆଥ୍‌ଲେଟମାନେ ବିଶ୍ୱସ୍ତରରେ ଦେଶର ଗୌରବ ବଢ଼ାଇଛନ୍ତି। ଅପରପକ୍ଷରେ ୧୪୧ତମ ଆନ୍ତର୍ଜାତିକ ଅଲିମ୍ପିକ କମିଟି ଅଧିବେଶନ ମୁମ୍ବାଇଠାରେ ଆୟୋଜିତ କରି ଆମେ ଅଲିମ୍ପିକ ଅଭିଯାନକୁ ୪୦ବର୍ଷ ପରେ ଭାରତକୁ ନେଇ ଆସିଛୁ। ରିଲାଏନ୍ସ ଫାଉଣ୍ଡେଶନରେ ଆମେ ଭାରତର ଯୁବପିଢ଼ିକୁ ବିଶ୍ୱସ୍ତରୀୟ ସୁବିଧା ସୁଯୋଗ ଓ ସହାୟତା ପ୍ରଦାନକରି ଭାରତକୁ ବିଶ୍ୱର କ୍ରୀଡ଼ା ଶକ୍ତି କେନ୍ଦ୍ରରେ ପରିଣତ କରିବାକୁ ପ୍ରତିବଦ୍ଧ ରହିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri