ପିଜି ନାମଲେଖା ପାଇଁ ସ୍ପଟ୍‌ ଆଡ୍‌ମିଶନ

ଭୁବନେଶ୍ୱର,୮।୧(ବ୍ୟୁରୋ): ରାଜ୍ୟରେ ଥିବା ସରକାରୀ ବିଶ୍ବବିଦ୍ୟାଳୟଗୁଡ଼ିକରେ ଖାଲିଥିବା ପିଜି ତଥା ସ୍ନାତକୋତ୍ତର ସିଟ୍‌ ପୂରଣ ଲାଗି ସ୍ପଟ୍‌ ଆଡ୍‌ମିଶନ ହେବ। ପ୍ରଥମ, ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ଚୟନ ପ୍ରକ୍ରିୟାରେ ନାମ ଲେଖାଇ ପାରି ନ ଥିବା ଛାତ୍ରୀଛାତ୍ର ସ୍ପଟ୍‌ ନାମଲେଖା ପାଇଁ ଆବେଦନ କରିପାରିବେ। ସେହିଭଳି ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି) ଦେଇଥିଲେ ମଧ୍ୟ କୌଣସି ପର୍ଯ୍ୟାୟରେ ଚୟନ ହୋଇ ନ ଥିବା କିମ୍ବା ପ୍ରବେଶିକା ପରୀକ୍ଷା ଦେଇ କୌଣସି କାରଣ ଲାଗି ସ୍ନାତକ ମାର୍କ ଅପ୍‌ଲୋଡ୍‌ କରି ନ ଥିବା ଛାତ୍ରୀଛାତ୍ର ମଧ୍ୟ ଏହି ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ। ତେବେ ସ୍ପଟ୍‌ ନାମଲେଖା ଲାଗି ଆସନ୍ତା ୯ ତାରିଖ ପୂର୍ବାହ୍ନ ୧୧ଟାରୁ ୧୨ ତାରିଖ ଅପରାହ୍ନ ୨ଟା ମଧ୍ୟରେ ଛାତ୍ରୀଛାତ୍ର କମନ୍‌ ଆପ୍ଲିକେଶନ ଫର୍ମ(ସିଏଏଫ୍‌) ଦାଖଲ କରିବାକୁ କୁହାଯାଇଛି। ୧୫ ତାରିଖ ପୂର୍ବାହ୍ନ ୧୧ଟାରେ ମେଧା ତାଲିକା ପ୍ରକାଶ ପାଇବ ଏବଂ ଜାନୁୟାରୀ ୧୬, ୧୮, ୧୯ ଓ ୨୦ ତାରିଖରେ ମନୋନୀତ ଛାତ୍ରୀଛାତ୍ର ବିଶ୍ବବିଦ୍ୟାଳୟ/କଲେଜରେ ରିପୋର୍ଟିଂ କରିପାରିବେ। ୨୧ ଓ ୨୨ ତାରିଖରେ ଡକ୍ୟୁମେଣ୍ଟ ଯାଞ୍ଚ, ଫି’ ଦାଖଲ ଓ ନାମଲେଖା ଅନୁଷ୍ଠିତ ହେବ। ୨୩ ତାରିଖ ଅପରାହ୍ନ ୫ଟାରେ ସାମ୍ସ ପୋର୍ଟାଲରେ ଡାଟା ଅପ୍‌ଡେଶନ ହେବ। ଏହାପରେ ସିଟ୍‌ ଖାଲି ରହିଲେ ରିପୋର୍ଟିଂରେ ସାମିଲ ହୋଇଥିବା ଅନ୍ୟ ଛାତ୍ରୀଛାତ୍ରଙ୍କ ନାମଲେଖା ଜାନୁୟାରୀ ୩୧ ମଧ୍ୟରେ କରାଯାଇପାରିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।
ଯୋଗ୍ୟତାଭିତ୍ତିରେ କ୍ୟାରିଅର ମାର୍କ ସହ ସିପିଇଟି ମାର୍କ ଆଧାରରେ ଛାତ୍ରୀଛାତ୍ର ଚୟନ କରାଯିବ। ସ୍ପଟ୍‌ ନାମଲେଖା ଲାଗି କୌଣସି ସ୍ଲାଇଡ୍‌ ଅପ୍‌ ବିକଳ୍ପ ରହିବ ନାହିଁ। ବିଷୟ ଅନୁଯାୟୀ ଖାଲିଥିବା ପଦବୀର ତିନିଗୁଣା ମେଧାବୀ ତାଲିକା ପ୍ରସ୍ତୁତ ଓ ପ୍ରକାଶିତ ହେବ। ପ୍ରାର୍ଥୀଙ୍କୁ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଅବଗତ କରାଯିବ। ସେମାନେ ଷ୍ଟୁଡେଣ୍ଟ ଲଗ୍‌ଇନ୍‌ ମାଧ୍ୟମରେ ବି ଜାଣିପାରିବେ। ଆବଶ୍ୟକ ସଂଖ୍ୟକ ସଂରକ୍ଷଣ ବ୍ୟବସ୍ଥା ଲାଗୁହେବ। ରିପୋର୍ଟ କରିଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ ଯଦି ଆବଶ୍ୟକତା ଅନୁଯାୟୀ ସଂରକ୍ଷଣ ବର୍ଗର ପ୍ରାର୍ଥୀ ଉପଲବ୍ଧ ନ ଥିବେ ସେ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକ ସେମାନଙ୍କ ସ୍ତରରେ ସିଟ୍‌ ସଂରକ୍ଷଣ ବ୍ୟବସ୍ଥାକୁ ହଟାଇପାରିବେ ଓ ଚୂଡ଼ାନ୍ତ ତାଲିକା ପ୍ରକାଶ କରିବେ। ମନୋନୀତ ଛାତ୍ରୀଛାତ୍ର ନିର୍ଦ୍ଧାରିତ ତାରିଖ ଅନୁଯାୟୀ ରିପୋର୍ଟ କରିବେ। ଯଦି ଜଣେ ପ୍ରାର୍ଥୀ ଏକାଧିକ ଶିକ୍ଷାନୁଷ୍ଠାନ ଓ ବିଷୟବସ୍ତୁରେ ମନୋନୀତ ହୁଅନ୍ତି, ତେବେ ସେ ଗୋଟିଏ ଶିକ୍ଷାନୁଷ୍ଠାନ ଓ ବିଷୟକୁ ଚୂଡାନ୍ତ କରିବେ। ନାମଲେଖାର ୭ ଦିନ ମଧ୍ୟରେ ୟୁଏଲ୍‌ସି ଓ ସିଏଲ୍‌ସି ଦାଖଲ କରିବେ। ଏହା ପରିବର୍ତ୍ତେ ମାଇଗ୍ରେଶନ ସାର୍ଟିଫିକେଟ୍‌ ମଧ୍ୟ ଗ୍ରହଣ କରାଯିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri