ଅନ୍ଧାରରେ କ୍ରୀଡ଼ାବିତ୍‌ ଦୀନବନ୍ଧୁଙ୍କ ଭାଗ୍ୟ

ବ୍ରହ୍ମପୁର,୧୧ା୪ (ତନୁଶ୍ରୀ ନାହାକ)କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ଉନ୍ନତି ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା ପ୍ରସ୍ତୁତ ହେବା ସହ ବହୁ କୋଟି ଟଙ୍କା ବ୍ୟୟ କରାଯାଉଛି। ତଥାପି କ୍ରୀଡ଼ାବିତ୍‌ମାନେ ଉପଯୁକ୍ତ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି। ଯାହାର ମୁଖ୍ୟ କାରଣ କେତେବେଳେ ନିଜ ଅଞ୍ଚଳରେ କ୍ରୀଡ଼ାଭ୍ୟାସ ପାଇଁ ଭିତ୍ତିଭୂମି ଅଭାବ ତ ପୁଣି କେତେବେଳେ କ୍ରୀଡ଼ାକ୍ଷେତ୍ରରେ ନୂତନ ଜ୍ଞାନ କୌଶଳ ଓ ଅଭ୍ୟାସ ନିମନ୍ତେ ପ୍ରଶିକ୍ଷକ ନ ଥିବାରୁ ଉଦୀୟମାନ କ୍ରୀଡ଼ାବିତ୍‌ମାନଙ୍କ ଆଗ୍ରହ ଅନ୍ଧାରକୁ ଠେଲି ହୋଇଯାଉଛି। ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ନୂଆପଡ଼ା ଗ୍ରାମର କ୍ରୀଡ଼ାବିତ୍‌ ଦୀନବନ୍ଧୁ ଷଡ଼ଙ୍ଗୀ(୨୧)ଙ୍କ କ୍ଷେତ୍ରରେ ଏଭଳି ଦେଖାଯାଇଛି। ଜଣେ ସଫଳ କ୍ରୀଡ଼ାବିତ ଭାବେ ଜାତୀୟ ଓ ଅନାର୍ଜାତୀୟସ୍ତରରେ ନିଜ ପରିଚୟ ସୃଷ୍ଟି କରିବା ହେଉଛି ତାଙ୍କ ସ୍ବପ୍ନ। ଶଟଫୁଟ କ୍ରୀଡାରେ ଜିଲାରେ ତାଙ୍କର ନାଁ ରହିଛି। ଏଥିସହ ଦୌଡ, କବାଡି, ଖୋ ଖୋ, ଭରୋତ୍ତୋଳନ କ୍ଷେତ୍ରରେ ମଧ୍ୟ ସେ ପାରଙ୍ଗମ। ହେଲେ ଉପଯୁକ୍ତ ତାଲିମ ପାଇପାରୁ ନ ଥିବାରୁ ନିରାଶ ହୋଇଛନ୍ତି। ନୂଆପଡ଼ା ଗ୍ରାମର ସଦାନନ୍ଦ ଦାସ ଓ ସୁବର୍ଣ୍ଣମାଳା ଦାସଙ୍କ ସାନପୁଅ ଦୀନବନ୍ଧୁ ବର୍ତ୍ତମାନ ବ୍ରହ୍ମପୁର ସରକାରୀ ପଲିଟେକନିକରେ କମ୍ପ୍ୟୁଟର ସାଇନ୍ସ ବିଭାଗର ଦ୍ୱିତୀୟ ବର୍ଷ ଛାତ୍ର। ଗରିବ ପରିବାରରୁ ହୋଇଥିଲେ ମଧ୍ୟ ଆଗ୍ରହ ଥିବାରୁ କ୍ରୀଡ଼ାକ୍ଷେତ୍ରରେ ସେ ଯଥାସମ୍ଭବ ସଂଘର୍ଷ ଜାରି ରଖିଛନ୍ତି। ଲଗାତାର ଭାବେ ୨୦୨୧ରୁ ସେ ଶଟଫୁଟରେ ଜିଲାରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ହାସଲ କରିି ଆସୁଥିବା ବେଳେ ରାଜ୍ୟସ୍ତରରେ ୪ର୍ଥ ସ୍ଥାନ ହାସଲ କରିଥିଲେ। ଦୀନବନ୍ଧୁ ୨୦୨୧ ଆଞ୍ଚଳିକ କ୍ରୀଡ଼ା ସମାରୋହରେ ଜିଲାରେ ପ୍ରଥମ, ୨୦୨୨ରେ ଇଞ୍ଜିିନିୟରିଂ ସ୍କୁଲ ଖେଳପଡ଼ିଆରେ ହୋଇଥିବା ଜିଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ପ୍ରଥମ ଏବଂ ଗତବର୍ଷ ହୋଇଥିବା ଜିଲାସ୍ତରୀୟ ପଲିଫେଷ୍ଟରେ ପ୍ରଥମ ଓ ଗତ ଡିସେମ୍ବର ଶେଷ ସପ୍ତାହରେ ହୋଇଥିବା ଦକ୍ଷିଣାଞ୍ଚଳ ଜୋନସ୍ତରୀୟ ପଲିଫେଷ୍ଟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଏ ଯାଏ ୩ଟି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ପରେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଶଟଫୁଟ ଭାଗନେଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ନିଜସ୍ବ ପ୍ରଚେଷ୍ଟାରେ ସେ ଏସବୁ ସଫଳତା ପାଇଛନ୍ତି। ବର୍ତ୍ତମାନ ବ୍ରହ୍ମପୁରରେ ଶଟଫୁଟ ଓ ଡିସକସ ଥ୍ରୋ ଅଭ୍ୟାସ ନିମନ୍ତେ ପଡ଼ିଆ ଅଭାବ ରହିଛି। ଏହି ଖେଳରେ ଉନ୍ନତମାନର ଜ୍ଞାନକୌଶଳ ପ୍ରଦାନ ନିମନ୍ତେ ଜିଲାରେ ଜଣେ ମଧ୍ୟ କୋଚ ନାହାନ୍ତି। ତେଣୁ ଆବଶ୍ୟକ ସମୟରେ ରାଜ୍ୟସ୍ତରୀୟ କୋଚ ସଞ୍ଜୟ କୁମାର ପଟ୍ଟନାୟକଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରି କିଛି ପରାମର୍ଶ ନିଏ ବୋଲି ଦୀନବନ୍ଧୁ କହିଛନ୍ତି। ଏହା ବ୍ୟତୀତ କ୍ରୀଡ଼ା କ୍ଷେତ୍ରରେ କୌଣସି ପ୍ରକାର ସହଯୋଗ କିମ୍ବା ସହାୟତା ମିଳିନାହିଁ। ସରକାର ସହଯୋଗ କଲେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବହୁ ପଦକ ଓ ସୁନାମ ଆଣିପାରନ୍ତେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

ଥୁଆମୂଳ ରାମପୁରରେ ବାଘ ଆତଙ୍କ: ଜନଗହଳିପୂର୍ଣ୍ଣ ସାପ୍ତାହିକ ବଜାର ନିକଟରେ ବୁଲୁଛି ମହାବଳ, ଭୟଭୀତ ଅଞ୍ଚଳବାସୀ…

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜଲା ଥୁଆମୂଳ ରାମପୁର ବ୍ଲକ ତଳଆମ୍ବ ପଦର ପଞ୍ଚାୟତ ଅଞ୍ଚଳରେ ଏବେ ବାଘ ଆତଙ୍କ ଖେଳିଯାଇଛି। ମୁଖ୍ୟ ରାସ୍ତା…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

ଥୁଆମୂଳ ରାମପୁରରେ ମା’ ଗଙ୍ଗାଦୀଙ୍କ ଚୈତ୍ର ଯାତ୍ରା ଆରମ୍ଭ: ଅନ୍ଧାରରେ ମା’ଙ୍କ ପରିକ୍ରମା, ପୂଜା କମିଟିର ଅବ୍ୟବସ୍ଥାକୁ ନେଇ …

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପାରମ୍ପରିକ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମା’ ଗଙ୍ଗାଦୀ ଠାକୁରାଣୀଙ୍କ ପ୍ରସିଦ୍ଧ ୮…

ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଉତ୍ସବମୁଖର ତିଳେଶ୍ୱର ଗାଁ: ପୋଷ୍ୟ ଗ୍ରାମ ଘୋଷଣା କଲା ବ୍ଲକ ପ୍ରଶାସନ

ଦିଗପହଣ୍ଡି, ୨୪।୩ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତର ଐତିହାସିକ ଗ୍ରାମ ତିଳେଶ୍ୱର ଏବେ ଉତ୍ସବମୁଖର। ମଙ୍ଗଳବାରଠାରୁ ଗ୍ରାମଦେବତୀ ମା’ ବୁଢ଼ୀ…

ରେଳମନ୍ତ୍ରୀଙ୍କୁ ଭେଟିଲେ ଏମପି ପ୍ରଦୀପ ପୁରୋହିତ: ପଶ୍ଚିମ ଓଡ଼ିଶାର ରେଳ ସମସ୍ୟାର ସମାଧାନ ପାଇଁ…

ବରଗଡ,୨୪।୩(ପ୍ରେମାନନ୍ଦ ଖମାରୀ) – ପଶ୍ଚିମ ଓଡ଼ିଶାରେ ରେଳ ବିକାଶ ନେଇ ବରଗଡ଼ ଲୋକସଭା ସାଂସଦ(ଏମପି) ପ୍ରଦୀପ ପୁରୋହିତ ମଙ୍ଗଳବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କଠାରେ ଦାବି କରିଛନ୍ତି।…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri