Posted inଖେଳ

ସଚିନଙ୍କୁ ଦେଇଥିଲେ ସୁଯୋଗ, ଶାସ୍ତ୍ରୀଙ୍କର ଥିଲେ ବନ୍ଧୁ; ହୃଦ୍‌ଘାତରେ ଆଖି ବୁଜିଲେ ଏହି ଭେଟେରାନ କ୍ରିକେଟର

ନୂଆଦିଲ୍ଲୀ,୧୯।୨: ଭାରତୀୟ କ୍ରିକେଟ ପାଇଁ ଦୁଃଖଦ ଖବର। ଘରୋଇ କ୍ରିକେଟରେ ମୁମ୍ବାଇ ଦଳର ଅଧିନାୟକ ତଥା ଭେଟେରାନ ମିଲିନ୍ଦ ରେଗେଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ସେ ଘରୋଇ କ୍ରିକେଟରେ ଏକ ବଡ଼ ନାମ ଥିଲେ। ଟିମ ଇଣ୍ଡିଆର କିମ୍ବଦନ୍ତୀ ଖେଳାଳି ସୁନୀଲ ଗାଭାସ୍କରଙ୍କ ଘନିଷ୍ଠ ବନ୍ଧୁ ଥିଲେ। ଦୁହେଁ ମୁମ୍ବାଇ ପାଇଁ ଏକାଠି ଖେଳିଥିଲେ। ଗତ ସପ୍ତାହରେ ଫେବୃଆରୀ ୧୬ ତାରିଖରେ ସେ ତାଙ୍କର ୭୬ତମ ଜନ୍ମଦିନ ପାଳନ କରିଥିଲେ। ହେଲେ ହଠାତ୍‌ ବୁଧବାର ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିବା ପରେ କ୍ରିକେଟଜଗତରେ ଶୋକର ଛାୟା ଖେଳିଯାଇଛି।

ମିଲିନ୍ଦ ରେଗେଙ୍କ ବିଷୟରେ କୁହାଯାଏ ଯେ ସେ କ୍ରିକେଟକୁ ବହୁତ ଭଲ ପାଉଥିଲେ। ହେଲେ ୨୬ ବର୍ଷ ବୟସରେ ତାଙ୍କର ପ୍ରଥମ ହୃଦଘାତ ହୋଇଥିଲା। ଏହି କାରଣରୁ ତାଙ୍କୁ ତାଙ୍କର ପ୍ରିୟ ଖେଳ ଛାଡିବାକୁ ପଡିଥିଲା। ଯଦି ଏହା ହୋଇ ନ ଥାନ୍ତା, ତେବେ ସେ ଟିମ ଇଣ୍ଡିଆ ପାଇଁ ନିଶ୍ଚିତ ଭାବେ ଖେଳିପାରିଥାନ୍ତେ। ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ତାଙ୍କ କ୍ୟାରିୟର କେବଳ ଘରୋଇ କ୍ରିକେଟରେ ସୀମିତ ରହିଥିଲେ। ଖେଳ ଛାଡିବା ପରେ ମଧ୍ୟ ସେ କ୍ରିକେଟ ସହିତ ଜଡିତ ରହିଥିଲେ। ମୁମ୍ବାଇ କ୍ରିକେଟ ଆସୋସିଏଶନର ଲାଗି କାମ କରୁଥିଲେ। ସେ ପ୍ରାୟ ୩ ଦଶନ୍ଧି ଧରି MCAର ଚୟନକର୍ତ୍ତା ଥିଲେ। ସେ ଏହାର କ୍ରିକେଟ ଉନ୍ନତି କମିଟିର ମଧ୍ୟ ଏକ ଅଂଶ ଥିଲେ। ବର୍ତ୍ତମାନ, ୭୬ ବର୍ଷ ବୟସରେ ମଧ୍ୟ, ସେ ଜଣେ କ୍ରିକେଟ ପରାମର୍ଶଦାତା ଭାବରେ ଆସୋସିଏଶନ ସହିତ ଜଡିତ ଥିଲେ।

ଭାରତର ମହାନ କ୍ରିକେଟର ସଚିନ ତେନ୍ଦୁଲକର ୧୯୮୮-୮୯ ସିଜିନରେ ଘରୋଇ କ୍ରିକେଟରେ ଡେବ୍ୟୁ କରିଥିଲେ। ସେତେବେଳେ ତାଙ୍କର ବୟସ ମାତ୍ର ୧୫ ବର୍ଷ ଥିଲା। ମୁମ୍ବାଇ ଦଳରେ ଚୟନରେ ମିଲିନ୍ଦ ରେଗେଙ୍କର ମଧ୍ୟ ଏକ ବଡ଼ ହାତ ରହିଛି ବୋଲି କୁହାଯାଏ। ସେ ୧୯୮୮-୮୯ ମସିହାରେ MCA ଚୟନ କମିଟିର ଅଂଶ ଥିଲେ। ତାଙ୍କ ଯୋଗୁ ହିଁ ସଚିନଙ୍କୁ ପ୍ରଥମ ଥର ପାଇଁ ପ୍ରଥମ ଶ୍ରେଣୀ ଏବଂ ଲିଷ୍ଟ A ରେ ଖେଳିବାର ସୁଯୋଗ ମିଳିଥିଲା।

ମିଲିନ୍ଦ ରେଗେଙ୍କ କ୍ୟାରିୟର ପ୍ରାୟ ଏକ ଦଶନ୍ଧି ଧରି ଚାଲିଥିଲା। ସେ ୧୯୬୬-୬୭ ରୁ ୧୯୭୭-୭୮ ପର୍ଯ୍ୟନ୍ତ ଘରୋଇ କ୍ରିକେଟ ଖେଳିଥିଲେ। ହେଲେ ସେ କେବେବି ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିପାରି ନ ଥିଲେ। ଘରୋଇ କ୍ରିକେଟରେ ସେ ସ୍ପିନ ଅଲରାଉଣ୍ଡର ଭାବରେ ୫୨ଟି ମ୍ୟାଚ୍‌ ଖେଳିଥିଲେ। ଏହି ଇନିଂସଗୁଡ଼ିକରେ ମିଲିନ୍ଦ ୨୩.୫୬ ହାରରେ ୧୫୩୨ ରନ କରିଥିଲେ। ବୋଲିଂରେ ସେ ୨୯.୮୩ ହାରରେ ୧୨୬ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri