Posted inଖେଳ

ସଚିନଙ୍କୁ ଦେଇଥିଲେ ସୁଯୋଗ, ଶାସ୍ତ୍ରୀଙ୍କର ଥିଲେ ବନ୍ଧୁ; ହୃଦ୍‌ଘାତରେ ଆଖି ବୁଜିଲେ ଏହି ଭେଟେରାନ କ୍ରିକେଟର

ନୂଆଦିଲ୍ଲୀ,୧୯।୨: ଭାରତୀୟ କ୍ରିକେଟ ପାଇଁ ଦୁଃଖଦ ଖବର। ଘରୋଇ କ୍ରିକେଟରେ ମୁମ୍ବାଇ ଦଳର ଅଧିନାୟକ ତଥା ଭେଟେରାନ ମିଲିନ୍ଦ ରେଗେଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ସେ ଘରୋଇ କ୍ରିକେଟରେ ଏକ ବଡ଼ ନାମ ଥିଲେ। ଟିମ ଇଣ୍ଡିଆର କିମ୍ବଦନ୍ତୀ ଖେଳାଳି ସୁନୀଲ ଗାଭାସ୍କରଙ୍କ ଘନିଷ୍ଠ ବନ୍ଧୁ ଥିଲେ। ଦୁହେଁ ମୁମ୍ବାଇ ପାଇଁ ଏକାଠି ଖେଳିଥିଲେ। ଗତ ସପ୍ତାହରେ ଫେବୃଆରୀ ୧୬ ତାରିଖରେ ସେ ତାଙ୍କର ୭୬ତମ ଜନ୍ମଦିନ ପାଳନ କରିଥିଲେ। ହେଲେ ହଠାତ୍‌ ବୁଧବାର ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିବା ପରେ କ୍ରିକେଟଜଗତରେ ଶୋକର ଛାୟା ଖେଳିଯାଇଛି।

ମିଲିନ୍ଦ ରେଗେଙ୍କ ବିଷୟରେ କୁହାଯାଏ ଯେ ସେ କ୍ରିକେଟକୁ ବହୁତ ଭଲ ପାଉଥିଲେ। ହେଲେ ୨୬ ବର୍ଷ ବୟସରେ ତାଙ୍କର ପ୍ରଥମ ହୃଦଘାତ ହୋଇଥିଲା। ଏହି କାରଣରୁ ତାଙ୍କୁ ତାଙ୍କର ପ୍ରିୟ ଖେଳ ଛାଡିବାକୁ ପଡିଥିଲା। ଯଦି ଏହା ହୋଇ ନ ଥାନ୍ତା, ତେବେ ସେ ଟିମ ଇଣ୍ଡିଆ ପାଇଁ ନିଶ୍ଚିତ ଭାବେ ଖେଳିପାରିଥାନ୍ତେ। ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ତାଙ୍କ କ୍ୟାରିୟର କେବଳ ଘରୋଇ କ୍ରିକେଟରେ ସୀମିତ ରହିଥିଲେ। ଖେଳ ଛାଡିବା ପରେ ମଧ୍ୟ ସେ କ୍ରିକେଟ ସହିତ ଜଡିତ ରହିଥିଲେ। ମୁମ୍ବାଇ କ୍ରିକେଟ ଆସୋସିଏଶନର ଲାଗି କାମ କରୁଥିଲେ। ସେ ପ୍ରାୟ ୩ ଦଶନ୍ଧି ଧରି MCAର ଚୟନକର୍ତ୍ତା ଥିଲେ। ସେ ଏହାର କ୍ରିକେଟ ଉନ୍ନତି କମିଟିର ମଧ୍ୟ ଏକ ଅଂଶ ଥିଲେ। ବର୍ତ୍ତମାନ, ୭୬ ବର୍ଷ ବୟସରେ ମଧ୍ୟ, ସେ ଜଣେ କ୍ରିକେଟ ପରାମର୍ଶଦାତା ଭାବରେ ଆସୋସିଏଶନ ସହିତ ଜଡିତ ଥିଲେ।

ଭାରତର ମହାନ କ୍ରିକେଟର ସଚିନ ତେନ୍ଦୁଲକର ୧୯୮୮-୮୯ ସିଜିନରେ ଘରୋଇ କ୍ରିକେଟରେ ଡେବ୍ୟୁ କରିଥିଲେ। ସେତେବେଳେ ତାଙ୍କର ବୟସ ମାତ୍ର ୧୫ ବର୍ଷ ଥିଲା। ମୁମ୍ବାଇ ଦଳରେ ଚୟନରେ ମିଲିନ୍ଦ ରେଗେଙ୍କର ମଧ୍ୟ ଏକ ବଡ଼ ହାତ ରହିଛି ବୋଲି କୁହାଯାଏ। ସେ ୧୯୮୮-୮୯ ମସିହାରେ MCA ଚୟନ କମିଟିର ଅଂଶ ଥିଲେ। ତାଙ୍କ ଯୋଗୁ ହିଁ ସଚିନଙ୍କୁ ପ୍ରଥମ ଥର ପାଇଁ ପ୍ରଥମ ଶ୍ରେଣୀ ଏବଂ ଲିଷ୍ଟ A ରେ ଖେଳିବାର ସୁଯୋଗ ମିଳିଥିଲା।

ମିଲିନ୍ଦ ରେଗେଙ୍କ କ୍ୟାରିୟର ପ୍ରାୟ ଏକ ଦଶନ୍ଧି ଧରି ଚାଲିଥିଲା। ସେ ୧୯୬୬-୬୭ ରୁ ୧୯୭୭-୭୮ ପର୍ଯ୍ୟନ୍ତ ଘରୋଇ କ୍ରିକେଟ ଖେଳିଥିଲେ। ହେଲେ ସେ କେବେବି ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିପାରି ନ ଥିଲେ। ଘରୋଇ କ୍ରିକେଟରେ ସେ ସ୍ପିନ ଅଲରାଉଣ୍ଡର ଭାବରେ ୫୨ଟି ମ୍ୟାଚ୍‌ ଖେଳିଥିଲେ। ଏହି ଇନିଂସଗୁଡ଼ିକରେ ମିଲିନ୍ଦ ୨୩.୫୬ ହାରରେ ୧୫୩୨ ରନ କରିଥିଲେ। ବୋଲିଂରେ ସେ ୨୯.୮୩ ହାରରେ ୧୨୬ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri