Posted inଖେଳ

କ୍ରୀଡ଼ା: ଦକ୍ଷତା ପ୍ରଦର୍ଶନର ଅନ୍ୟତମ ମାର୍ଗ

ସମଗ୍ର ବିଶ୍ୱରେ କ୍ରୀଡ଼ାର ମହତ୍ତ୍ୱ ବଢିଛି। ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚିତ ହେବା ଲାଗି ବିଭିନ୍ନ ଦେଶ କ୍ରୀଡ଼ାକୁ ଗୁରୁତ୍ୱ ଦେଉଛନ୍ତି। କ୍ରୀଡ଼ାରେ ଉତ୍କର୍ଷତା ହାସଲ କରିବା ସେମାନଙ୍କର ଏକମାତ୍ର ଲକ୍ଷ୍ୟ…

ସମଗ୍ର ବିଶ୍ୱରେ କ୍ରୀଡ଼ାର ମହତ୍ତ୍ୱ ବଢ଼ିଛି। ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚିତ ହେବା ଲାଗି ବିଭିନ୍ନ ଦେଶ କ୍ରୀଡ଼ାକୁ ଗୁରୁତ୍ୱ ଦେଉଛନ୍ତି। କ୍ରୀଡ଼ାରେ ଉତ୍କର୍ଷତା ହାସଲ କରିବା ଏବେ ସେମାନଙ୍କର ଏକମାତ୍ର ଲକ୍ଷ୍ୟ। ଲକ୍ଷ୍ୟପଥକୁ ତ୍ୱରାନ୍ବିତ କରିବା ସକାଶେ ପର୍ଯ୍ୟାପ୍ତ ପାଣ୍ଠି ବିନିଯୋଗ କରାଯାଉଛି। ଏସିଆ ମହାଦେଶରେ ଚାଇନା, ଜାପାନ, କୋରିଆ, ଭାରତ, ମାଲେସିଆ, ଇଣ୍ଡୋନେସିଆ ପ୍ରମୁଖ କ୍ରୀଡ଼ା କ୍ଷେତ୍ରରେ ବେଶ୍‌ ଅଗ୍ରଗତି କରିଛନ୍ତି। ବିଶ୍ୱର ଅଗ୍ରଣୀ ଦେଶଗୁଡ଼ିକ ସହିତ ସେମାନେ ମୁକାବିଲା କରୁଛନ୍ତି। ଏଥିପାଇଁ ଦେଶଗୁଡ଼ିକର ସରକାର ସ୍ବତନ୍ତ୍ର କ୍ରୀଡ଼ା ନୀତି ପ୍ରସ୍ତୁତ କରିଛନ୍ତି। ବ୍ୟକ୍ତିଗତ ବା ଏକକ କ୍ରୀଡ଼ାଗୁଡ଼ିକ ମଧ୍ୟରେ କୁସ୍ତି, ବକ୍ସିଂ, ଲନ୍‌ ଟେନିସ, ବ୍ୟାଡମିଣ୍ଟନ, ଟେବୁଲ ଟେନିସ, ତୀର ଚାଳନା ଆଦି ଜନପ୍ରିୟତା ହାସଲ କରିଛି। ଦୌଡ଼କୁଦ ଶୃଙ୍ଖଳା ଅନ୍ତର୍ଗତ ଏକକ କ୍ରୀଡ଼ାଗୁଡ଼ିକ ମଧ୍ୟ ଲୋକପ୍ରିୟ। ବିଭିନ୍ନ ଦୂରତାର ଦୌଡ଼, ଲଙ୍ଗଜମ୍ପ, ହାଇଜମ୍ପ, ଟ୍ରିପଲ୍‌ ଜମ୍ପ, ଜାଭେଲିନ୍‌ ଥ୍ରୋ, ଶଟ ପୁଟ୍‌ ଓ ଡିସକସ୍‌ ଆଦି ଏକକ କ୍ରୀଡ଼ା। ଏକକ କ୍ରୀଡ଼ା ପାଇଁ ବଛା ବଛା କ୍ରୀଡ଼ାବିତ୍‌ଙ୍କୁ ପ୍ରସ୍ତୁତ କରିବାକୁ ପଡ଼େ। ସେହିପରି ଦଳଗତ କ୍ରୀଡ଼ା ପାଇଁ ଏକାଧିକ ଦଳକୁ ପ୍ରସ୍ତୁତ କରାଯାଇ ତାଲିମ ଦିଆଯାଏ। ଯେପରି କି କ୍ରିକେଟ, ହକି, ଫୁଟବଲ, ଭଲିବଲ ଅଥବା ବାସ୍କେଟ ବଲ। ଏକକ କ୍ରୀଡ଼ାରେ ଜଣେ ପ୍ରତିଯୋଗୀର ସଫଳତା ସମ୍ଭାବନା ଯେତିକି ରହେ ତାହା ଦଳଗତ କ୍ରୀଡ଼ାରେ ଦେଖାଯାଏ ନାହିଁ। କାରଣ ପୂରା ଟିମ୍‌ର ଏକକାଳୀନ ପ୍ରସ୍ତୁତି ସମାନ ହୋଇ ନ ଥାଏ। ଖେଳାଳିର ଉପସ୍ଥିତ ଫର୍ମ ଏବଂ ତାକୁ କେନ୍ଦ୍ର କରି ମାନସିକତାକୁ ନେଇ ପ୍ରଦର୍ଶନ ପ୍ରତିଫଳିତ ହୋଇଥାଏ। ସବୁବେଳେ ଗୋଟିଏ ପ୍ରକାର ଫର୍ମ ବଜାଏ ରଖିବା ଖେଳାଳି ପକ୍ଷେ ସମ୍ଭବ ହୋଇ ନ ଥାଏ। ଆଜି ଜଣେ ଖେଳାଳି ଯେଉଁ ମାନର ଦକ୍ଷତା ପ୍ରଦର୍ଶନ କରେ ପରେ ତାହା ଦୋହରାଇବାରେ ବିଫଳ ହୋଇପାରେ। ଖେଳର ସବୁ ଦିଗରେ ସର୍ବଦା ସ୍ଥିର ପ୍ରଦର୍ଶନ ପାଇଁ ଖେଳାଳିର ମନସ୍ତାତ୍ତ୍ୱିକ ପ୍ରସ୍ତୁତି ଜରୁରୀ। ଏସିଆ, ଆଫ୍ରିକା ଓ ଦକ୍ଷିଣ ଆମେରିକାର କେତେକ ଦେଶର ଦୁର୍ବଳ ଅର୍ଥନୀତି ଯୋଗୁ ଲୋକମାନଙ୍କର ମାନସିକ ସ୍ଥିତି ଅପେକ୍ଷାକୃତ ଦୁର୍ବଳ। ଏସିଆ ଓ ଆଫ୍ରିକା ମହାଦେଶର କାୈଣସି ଦଳ ଫୁଟବଲ ବିଶ୍ୱକପ୍‌ ବିଜୟୀ ହୋଇ ପାରିନାହାନ୍ତି। ମାତ୍ର ଭାରତୀୟ ଉପମହାଦେଶରେ ହକିଖେଳର ପ୍ରସାର ଥିବାରୁ ଉଭୟ ଭାରତ ଓ ପାକିସ୍ତାନ ସଂଖ୍ୟାଧିକ ଥର ହକି ବିଶ୍ୱକପ୍‌ ଜିତି ପାରିଛନ୍ତି। ଦକ୍ଷିଣ ଆମେରିକାର ବିଭିନ୍ନ ଦେଶର ଅର୍ଥନୀତି ଭିନ୍ନ ଭିନ୍ନ ହୋଇପାରେ, ମାତ୍ର ଫୁଟବଲ ଖେଳର ଅତୀତ ବହୁ ପୁରୁଣା। ସେଇଥିପାଇଁ ଉରୁଗୁଏ, ଆର୍ଜେଣ୍ଟିନା, ବ୍ରାଜିଲ ଫୁଟବଲ ବିଶ୍ୱକପ୍‌ ଜିଣିବାରେ ସଫଳ ହୋଇଛନ୍ତି। ଭାରତରେ ହକି ଏବେ ହୃତ ଗୌରବ ଫେରିପାଇବା ପଥରେ ରହିଛି। ଟୋକିଓ ଅଲିମ୍ପିକ୍ସ ଏବଂ ଗତ ବିଶ୍ୱକପ୍‌ ଏହାର ପ୍ରକୃଷ୍ଟ ପ୍ରମାଣ। ଟୋକିଓରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ହାସଲ କରିଥିଲା ବେଳେ ଭାରତୀୟ ମହିଳା ହକି ଦଳ ଚତୁର୍ଥ ସ୍ଥାନ ହାସଲ କରି ଅଗ୍ରଣୀ ଦଳଗୁଡ଼ିକ ପାଇଁ ଆଶଙ୍କା ସୃଷ୍ଟି କରିପାରିଛି।
ବିଶ୍ୱ ଦୌଡ଼କୁଦରେ ଚାମ୍ପିୟନମାନଙ୍କ ଆଧିପତ୍ୟ
ଇତିମଧ୍ୟରେ ଆମେରିକାର ୟୁଜିନ୍‌ଠାରେ ଶେଷ ହୋଇଛି ୧୮ଶ ବିଶ୍ୱ ଦୌଡ଼କୁଦ ଚାମ୍ପିୟନଶିପ୍‌। ଏଥିରେ ଆୟୋଜକ ଦେଶ ଆମେରିକା ପୁଣି ଥରେ ଚାମ୍ପିୟନଶିପ୍‌ ଟାଇଟଲ ହାସଲ କରିବାରେ ସଫଳ ହୋଇଛି। ଆଫ୍ରିକୀୟ ଦେଶ ଇଥିଓପିଆ ମଧ୍ୟ ନିଜର ଆଧିପତ୍ୟ ବଜାୟ ରଖିଛି। ପଦକ ବିଜୟୀ ତାଲିକାରେ ଇଥିଓପିଆ ଦ୍ୱିତୀୟ ସ୍ଥାନ ହାସଲ କରିଛି। ଭାରତୀୟ ଜାଭେଲିନ୍‌ ଥ୍ରୋୟର୍‌ ନୀରଜ ଚୋପ୍ରା ଦେଶର ସମ୍ମାନ ରକ୍ଷା କରିଛନ୍ତି। ଚାମ୍ପିୟନଶିପ୍‌ର ଶେଷ ଭାଗରେ ଅନୁଷ୍ଠିତ ପ୍ରତିଯୋଗିତାରେ ନୀରଜ ୮୮.୧୩ ମିଟର ଦୂରକୁ ଜାଭେଲିନ୍‌ ଫିଙ୍ଗି ରୌପ୍ୟ ପଦକ ହାସଲ କରିଥିଲେ। ଗ୍ରେନେଡାର ଆଣ୍ଡରସନ ପିଟର୍ସ ଫାଇନେଲ ରାଉଣ୍ଡରେ ୯୦.୫୪ ମିଟର ଦୂରକୁ ଜାଭେଲିନ ଫିଙ୍ଗି ସମସ୍ତଙ୍କଠାରୁ ଅଗ୍ରଣୀ ରହିଥିଲେ। ତାହା ଶେଷ ପର୍ଯ୍ୟନ୍ତ ବଜାୟ ରହିଥିଲା। ଅନ୍ୟପକ୍ଷରେ ନୀରଜ ଓ ଜାକ୍ୟୁବ୍‌ଙ୍କ ମଧ୍ୟରେ ୨ୟ ଓ ୩ୟ ସ୍ଥାନ ପାଇଁ ମୁକାବିଲା ହୋଇଥିଲା। ଏହି ସମୟରେ ନୀରଜ କିଛି ମୁହୂର୍ତ୍ତ ଉତ୍କଣ୍ଠା ଦେଇ ଗତି କରିଥିଲେ। ଶେଷରେ ସେ ୮୮.୧୩ ମିଟର ଦୂରକୁ ଜାଭେଲିନ ଥ୍ରୋ କରି ରୌପ୍ୟ ଏବଂ ଜାକ୍ୟୁବ୍‌ ୮୮.୮ ମିଟର ଦୂରତାରେ ସୀମିତ ରହି ବ୍ରୋଞ୍ଜ ପଦକ ଜିତିଥିଲେ। ଫଳରେ ଦୀର୍ଘ ୧୯ ବର୍ଷ ପରେ ଭାରତ ବିଶ୍ୱ ଚାମ୍ପିୟନଶିପ୍‌ରେ ନୀରଜ୍‌ ଚୋପ୍ରାଙ୍କ ମାଧ୍ୟମରେ ଦ୍ୱିତୀୟ ଆଥ୍‌ଲେଟିକ୍‌ ପଦକ ଜିଣିପାରିଥିଲା। ଏହା ପୂର୍ବରୁ ପ୍ୟାରିସ ବିଶ୍ୱ ଚାମ୍ପିୟନଶିପ୍‌ରେ ଅଞ୍ଜୁ ବବି ଜର୍ଜ ମହିଳା ଲଙ୍ଗ୍‌ଜମ୍ପରେ ବ୍ରୋଞ୍ଜ ପଦକ ବିଜୟିନୀ ହୋଇ ଭାରତକୁ ଗର୍ବିତ କରିଥିଲେ। ୭ଜଣ ଭାରତୀୟ ଆଥଲେଟ୍‌ ବିଭିନ୍ନ ଇଭେଣ୍ଟରେ ସେମି ଫାଇନାଲକୁ ଉଠିଥିଲେ। ଏଣୁ ଏହାକୁ ଶ୍ରେଷ୍ଠ ପ୍ରଦର୍ଶନ କୁହାଯାଉଛି। ତେବେ ଭାରତ ପାଇଁ ଲଜ୍ଜାଜନକ ଘଟଣା ବି ଘଟିଛି। ଭାରତୀୟ ମହିଳା ଆଥଲେଟ୍‌ ଏସ. ଧନଲକ୍ଷ୍ମୀ (୧୦୦ମି, ୨୦୦ମି ଦୌଡ଼) ଓ ଲଙ୍ଗ ଜମ୍ପର୍‌ ଐଶ୍ୱର୍ଯ୍ୟ ବାବୁ ଡୋପ୍‌ ଟେଷ୍ଟରେ ଶକ୍ତି ବର୍ଦ୍ଧକ ଔଷଧ ଖାଇଥିବା ଜଣାପଡ଼ିବା ପରେ ଭାରତୀୟ ଦୌଡ଼କୁଦ ମହାସଂଘ ସମସ୍ୟାରେ ପଡ଼ିଯାଇଛି।
ଗ୍ରୋଇନ୍‌ ଇଞ୍ଜୁରୀ ଯୋଗୁ ନୀରଜ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇପାରି ନାହାନ୍ତି। ତାଙ୍କ ଅନୁପସ୍ଥିତି ଯୋଗୁ ଭାରତ ଜାଭେଲିନ ଥ୍ରୋରେ ଏକ ନିଶ୍ଚିତ ପଦକ ହରାଇଲା ବୋଲି କୁହାଯାଇପାରିବ। ଗତ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନୀରଜ ଚାମ୍ପିୟନ ହୋଇଥିଲେ। ଟୋକିଓ ଅଲିମ୍ପକ୍ସ ସ୍ବର୍ଣ୍ଣ ବିଜେତା ମରୋକୋର ସୌଫିଆନ୍‌ ଏଲ୍‌ ବକାଲି ପୁରୁଷ ୩ ହଜାର ମିଟର ଷ୍ଟିପଲଚେଜ୍‌ ରେସ୍‌ରେ କେନିଆର ଆଧିପତ୍ୟକୁ ପଣ୍ଡ କରି ଚାମ୍ପିୟନ ହୋଇଛନ୍ତି। କାତାରୀ ହାଇଜମ୍ପର୍‌ ବରଶୀମ୍‌ ୨.୩୭ ମିଟର ଉଚ୍ଚତା ଡେଇଁ କ୍ରମାଗତ ୩ଥର ବିଶ୍ୱ ଚାମ୍ପିୟନ୍‌ ହୋଇ ହ୍ୟାଟ୍ରିକ ହାସଲ କରିଥିଲେ। ଟୋକିଓରେ ବରଶୀମ୍‌ ଇଟାଲୀର ଜିଆନ୍‌ମାର୍କୋ ତମ୍ବାରୀଙ୍କ ସହିତ ମିଳିତ ଭାବେ ହାଇଜମ୍ପ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲେ। ମହିଳା ଟ୍ରିପଲଜମ୍ପ ଇଭେଣ୍ଟରେ ଭେନିଜୁଏଲାର ୟୁଲିମାର ରୋଜାସ୍‌ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ଅଲିମ୍ପିକ୍‌ ଚାମ୍ପିୟନ୍‌ ରୋଜାସ୍‌ ୧୫.୪୭ମିଟର ଲମ୍ପ ପ୍ରଦାନ କରି କ୍ରମାଗତ ୩ୟ ଥର ଟାଇଟଲ୍‌ ଜିତିଥିଲେ। ସେ ଏହି ଶୃଙ୍ଖଳାରେ ନିଜକୁ ବିଶ୍ୱର ଶ୍ରେଷ୍ଠ ପ୍ରମାଣିତ କରିଛନ୍ତି। ଇଥିଓପିଆର ଗୋଟିତମ୍‌ ଗାବ୍ରେସ୍ଲାସ୍‌ ମହିଳା ମାରାଥନ ଦୌଡ଼ରେ ୨ଘଣ୍ଟା ୧୮ ମିନିଟ ୧୧ସେକେଣ୍ଡ ନେଇ ଚାମ୍ପିୟନ୍‌ ହୋଇଛନ୍ତି। ଇଥିଓପିଆର ତମିରାଟ୍‌ ତୋଲା ପୁରୁଷ ମାରାଥନରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ପୁରୁଷ ୩ ହଜାର ମିଟର ଷ୍ଟିପିଲଚେଜ୍‌ ଫାଇନାଲରେ ଭାରତର ଅଭିନାଶ ସାବ୍‌ଲେ ବିଫଳ ହୋଇଥିଲେ। ୨୭ ବର୍ଷୀୟ ସାବ୍‌ଲେ ୮:୩୧.୭୫ ସେକେଣ୍ଡ ସମୟ ନେଇ ରେସ୍‌ ପୂରଣ କରିଥିଲେ ସୁଦ୍ଧା ତାଙ୍କର ଜାତୀୟ ରେକର୍ଡ ୮:୧୨.୪୮ ସେକେଣ୍ଡ ରହିଛି।
ଯେଉଁ ଦେଶର ସରକାର କ୍ରୀଡ଼ାକୁ ଯେତେ ଗୁରୁତ୍ୱ ଦେଉଛନ୍ତି ସେହି ଦେଶର ଖେଳାଳି ସେତେ ସଫଳତା ପାଉଛନ୍ତି। କ୍ରୀଡ଼ାବିତ୍‌ମାନଙ୍କୁ ଭିତ୍ତିଭୂମି ଯୋଗାଇଦେବା ସହିତ ଦୀର୍ଘସୂତ୍ରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି। ବୈଜ୍ଞାନିକ ପଦ୍ଧତିରେ ପ୍ରଶିକ୍ଷଣ ହେଉଥିଲାବେଳେ ମନସ୍ତାତ୍ତ୍ୱିକ ଦିଗକୁ ସର୍ବାଧିକ ଦୃଷ୍ଟି ଦିଆଯାଉଛି। ବିଜୟ ସମ୍ଭାବନା ରଖୁଥିବା ଖେଳାଳିମାନଙ୍କୁ ସ୍ବତନ୍ତ୍ର କ୍ରୀଡ଼ା ପ୍ରତିଷ୍ଠାନରେ ରଖାଯାଉଛି, ଯେପରି କି ସେମାନେ ଗୋଟିଏ ଲକ୍ଷ୍ୟରେ ତାଲିମ ନେବେ। ଇଥିଓପିଆ ଓ କେନିଆକୁ ଉଦାହରଣ ଭାବେ ନିଆଯାଇପାରେ। ଏହି ଦୁଇ ଆଫ୍ରିକୀୟ ଦେଶର ଲମ୍ବାଦାୈଡ଼ ପ୍ରତିଯୋଗୀମାନେ ଅନ୍ୟଦେଶ ପାଇଁ ସଫଳତାର ନମୁନା ସାଜୁଛନ୍ତି। ଏହା ପଛରେ ଦୁଇ ସରକାରଙ୍କର ନିଷ୍ଠାପର ଉଦ୍ୟମ ରହୁଛି। ନିଜ ଖେଳାଳିମାନଙ୍କର ଉନ୍ନତ ପ୍ରଦର୍ଶନ ବଳରେ ଦୁଇ ଦେଶ ପ୍ରଶଂସା ସାଉଁଟୁଛନ୍ତି। ଖେଳାଳିମାନେ ଅର୍ଜୁଥିବା ପ୍ରଶଂସା ଦେଶ ନିର୍ମାଣରେ ସହାୟକ ହୋଇପାରୁଛି। ଧନୀ ଦେଶଗୁଡ଼ିକ ପାଣ୍ଠି ସହାୟତା କରିବା ସଙ୍ଗେ ସଙ୍ଗେ ସେମାନଙ୍କର ନୈତିକ ମନୋବଳ ବଢ଼ାଉଛନ୍ତି।
-ଶ୍ରୀ ଗୌର କୁଟୀର, ବଡ଼ବଜାର, ବାରିପଦା


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

ଡିଜେଲ-ATF ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କଲେ କେନ୍ଦ୍ର ସରକାର, ବଢୁଛି ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ

ନୂଆଦିଲ୍ଲୀ,୧୨।୪: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ସମ୍ପର୍କରେ ଶନିବାର (୧୧ ଏପ୍ରିଲ, ୨୦୨୬) ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ସରକାର ଡିଜେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri