Posted inଖେଳ

କୋଚ୍‌ଙ୍କ୍‌ ୨ ଲକ୍ଷ ଟଙ୍କାର ପାଉଣା ସୀମାକୁ ହଟାଇଲା କ୍ରୀଡ଼ା ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୪।୭(ପି.ଟି.): ଭାରତୀୟ କୋଚ୍‌ଙ୍କ ଲାଗି ଥିବା ୨ ଲକ୍ଷ ଟଙ୍କାର ଦରମା ସୀମାକୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରଣାଳୟ ହଟାଇଛି। ଶନିବାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। ଏହା ଦ୍ୱାରା ତାରକା ଆଥଲେଟ୍‌ଙ୍କୁ ପ୍ରଶିକ୍ଷଣ ଦେଉଥିବା କୋଚ୍‌ମାନେ ଆହୁରି ଭଲ କାମ କରିବାକୁ ଉତ୍ସାହିତ ହେବ। ଏଥି ସହିତ ପୂର୍ବତନ ଖେଳାଳିମାନେ ହାଇ ପରଫର୍ମାନ୍ସ କୋଚ୍‌ ହେବା ପାଇ ମନ ବଳାଇବେ।
ଏହାପୂର୍ବରୁ ଶୁକ୍ରବାର ମନ୍ତ୍ରଣାଳୟ ସବୁ ବିଦେଶୀ କୋଚ୍‌ମାନଙ୍କର ଚୁକ୍ତିକୁ ଆସନ୍ତାବର୍ଷ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏଥିସହିତ ୪ ବର୍ଷୀୟ ଅଲିମ୍ପିକ୍‌ ସାଇକଲକୁ ଦୃଷ୍ଟିରେ ରଖି ଉଭୟ ଭାରତୀୟ ଓ ବିଦେଶୀ କୋଚ୍‌ ଆଗାମୀ ୪ ବର୍ଷ ପାଇଁ ଦାୟିତ୍ୱ ଦେବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଭାରତୀୟ କୋଚ୍‌ମାନେ କଠିନ ପରିଶ୍ରମ କରିବା ସହ ଭଲ ପ୍ରଦର୍ଶନ କରୁଛନ୍ତି ଓ ସେମାନଙ୍କୁ ପୁରସ୍କୃତ କରିବାର ଆବଶ୍ୟକତା ରହିଛି ବୋଲି ରିଜିଜୁ କହିଛନ୍ତି। ଆଥଲେଟ୍‌ମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଦେଶରେ ଥିବା ଶ୍ରେଷ୍ଠ କୋଚିଂ ପ୍ରତିଭାକୁ ଆକର୍ଷଣ କରିବାକୁ ସରକାର ଚାହୁଁଛନ୍ତି। ପୂର୍ବରୁ ଥିବା ୨ ଲକ୍ଷ ଟଙ୍କାର ପାଉଣା ସୀମା ଏଥିରେ ଅନ୍ତରାୟ ସୃଷ୍ଟି କରିବା ଆମେ ଚାହୁଁନାହୁଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ପୂର୍ବତନ ତାରକା ଆଥଲେଟମାନଙ୍କୁ ଆକର୍ଷିତ କରିବାକୁ ଓ ଦେଶରେ କ୍ରୀଡ଼ାର ବିକାଶ ପାଇଁ ବର୍ଦ୍ଧିତ ପାଉଣା ଓ ଦୀର୍ଘ ଦିନର ଚୁକ୍ତି ନେଇ ପ୍ରସ୍ତାବ ଦିଆଯିବ। ଅଲିମ୍ପିକ ସମେତ ଶ୍ରେଷ୍ଠ ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ଆଥଲେଟଙ୍କ ପ୍ରଶିକ୍ଷଣ ପାଇଁ ଏହି ସବୁ ନିଷ୍ପତ୍ତି ନିଆଯିବ।
ପୂର୍ବରୁ କାର୍ଯ୍ୟକରୁଥିବା କୋଚ୍‌ଙ୍କୁ ଅଧିକ ପାଉଣା ଦେବା ସହ ୪ ବର୍ଷୀୟା ଚୁକ୍ତିରେ ସ୍ବାକ୍ଷର କରିବା ଲାଗି ଅନୁମତି ଦିଆଯିବ। ପୂର୍ବତନ ଆଥଲେଟମାନଙ୍କ ପ୍ରଦର୍ଶନ ଓ କୋଚ୍‌ ହିସାବରେ ତାଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ପାଉଣା ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ସବୁ ନୂଆ ଓ ଏବେକାର କୋଚ୍‌ ଜାତୀୟ ପ୍ରଶିକ୍ଷଣ ଶିବିର ଓ ସାଇ ନ୍ୟାଶନାଲ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ (ଏନ୍‌ସିଓଇଏସ୍‌)ରେ ପ୍ରଶିକ୍ଷଣ ଦେବେ। ଏହି କୋଚ୍‌ମାନଙ୍କୁ କ୍ରୀଡ଼ା ମନ୍ତ୍ରଣାଳୟ ଓ ଜାତୀୟ ସ୍ପୋଟର୍‌ସ ଫେଡେରେଶନ ମିଳିତ ଭାବେ ଚୟନ କରିବେ ବୋଲି ମନ୍ତ୍ରଣାଳୟ ତରଫରୁ କୁହାଯାଇଛି। ମନ୍ତ୍ରଣାଳୟର ଏହି ନିଷ୍ପତ୍ତିକୁ ଦେଶର ମୁଖ୍ୟ ବ୍ୟାଡ୍‌ମିଣ୍ଟନ କୋଚ୍‌ ପୁଲେଲା ଗୋପୀଚାନ୍ଦ ସ୍ବାଗତ କରିଛନ୍ତି। ଏ ନେଇ ପୂର୍ବରୁ ଦାବି କରାଯାଉଥିଲା। ଏହା ନିଶ୍ଚିତ ଭାବେ ଖୁସିର କଥା। ଏହା ଦ୍ୱାରା ଦେଶରେ କ୍ରୀଡ଼ା ଉନ୍ନତି ହେବ ବୋଲି ସେ କହିଛନ୍ତି। ଏଥିସହିତ ୨୦୨୮ ଅଲିମ୍ପିକ୍ସକୁ ଦୃଷ୍ଟିରେ କ୍ରୀଡ଼ା ପ୍ରତିଭା ଚିହ୍ନଟ ଓ ବିକାଶ ପାଇଁ କାର୍ଯ୍ୟ କରାଯିବ ବୋଲି ମନ୍ତ୍ରଣାଳୟ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri