ନୂଆଦିଲ୍ଲୀ,୪।୭(ପି.ଟି.): ଭାରତୀୟ କୋଚ୍ଙ୍କ ଲାଗି ଥିବା ୨ ଲକ୍ଷ ଟଙ୍କାର ଦରମା ସୀମାକୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରଣାଳୟ ହଟାଇଛି। ଶନିବାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। ଏହା ଦ୍ୱାରା ତାରକା ଆଥଲେଟ୍ଙ୍କୁ ପ୍ରଶିକ୍ଷଣ ଦେଉଥିବା କୋଚ୍ମାନେ ଆହୁରି ଭଲ କାମ କରିବାକୁ ଉତ୍ସାହିତ ହେବ। ଏଥି ସହିତ ପୂର୍ବତନ ଖେଳାଳିମାନେ ହାଇ ପରଫର୍ମାନ୍ସ କୋଚ୍ ହେବା ପାଇ ମନ ବଳାଇବେ।
ଏହାପୂର୍ବରୁ ଶୁକ୍ରବାର ମନ୍ତ୍ରଣାଳୟ ସବୁ ବିଦେଶୀ କୋଚ୍ମାନଙ୍କର ଚୁକ୍ତିକୁ ଆସନ୍ତାବର୍ଷ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏଥିସହିତ ୪ ବର୍ଷୀୟ ଅଲିମ୍ପିକ୍ ସାଇକଲକୁ ଦୃଷ୍ଟିରେ ରଖି ଉଭୟ ଭାରତୀୟ ଓ ବିଦେଶୀ କୋଚ୍ ଆଗାମୀ ୪ ବର୍ଷ ପାଇଁ ଦାୟିତ୍ୱ ଦେବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଭାରତୀୟ କୋଚ୍ମାନେ କଠିନ ପରିଶ୍ରମ କରିବା ସହ ଭଲ ପ୍ରଦର୍ଶନ କରୁଛନ୍ତି ଓ ସେମାନଙ୍କୁ ପୁରସ୍କୃତ କରିବାର ଆବଶ୍ୟକତା ରହିଛି ବୋଲି ରିଜିଜୁ କହିଛନ୍ତି। ଆଥଲେଟ୍ମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଦେଶରେ ଥିବା ଶ୍ରେଷ୍ଠ କୋଚିଂ ପ୍ରତିଭାକୁ ଆକର୍ଷଣ କରିବାକୁ ସରକାର ଚାହୁଁଛନ୍ତି। ପୂର୍ବରୁ ଥିବା ୨ ଲକ୍ଷ ଟଙ୍କାର ପାଉଣା ସୀମା ଏଥିରେ ଅନ୍ତରାୟ ସୃଷ୍ଟି କରିବା ଆମେ ଚାହୁଁନାହୁଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ପୂର୍ବତନ ତାରକା ଆଥଲେଟମାନଙ୍କୁ ଆକର୍ଷିତ କରିବାକୁ ଓ ଦେଶରେ କ୍ରୀଡ଼ାର ବିକାଶ ପାଇଁ ବର୍ଦ୍ଧିତ ପାଉଣା ଓ ଦୀର୍ଘ ଦିନର ଚୁକ୍ତି ନେଇ ପ୍ରସ୍ତାବ ଦିଆଯିବ। ଅଲିମ୍ପିକ ସମେତ ଶ୍ରେଷ୍ଠ ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ଆଥଲେଟଙ୍କ ପ୍ରଶିକ୍ଷଣ ପାଇଁ ଏହି ସବୁ ନିଷ୍ପତ୍ତି ନିଆଯିବ।
ପୂର୍ବରୁ କାର୍ଯ୍ୟକରୁଥିବା କୋଚ୍ଙ୍କୁ ଅଧିକ ପାଉଣା ଦେବା ସହ ୪ ବର୍ଷୀୟା ଚୁକ୍ତିରେ ସ୍ବାକ୍ଷର କରିବା ଲାଗି ଅନୁମତି ଦିଆଯିବ। ପୂର୍ବତନ ଆଥଲେଟମାନଙ୍କ ପ୍ରଦର୍ଶନ ଓ କୋଚ୍ ହିସାବରେ ତାଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ପାଉଣା ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ସବୁ ନୂଆ ଓ ଏବେକାର କୋଚ୍ ଜାତୀୟ ପ୍ରଶିକ୍ଷଣ ଶିବିର ଓ ସାଇ ନ୍ୟାଶନାଲ ସେଣ୍ଟର ଅଫ୍ ଏକ୍ସିଲେନ୍ସ (ଏନ୍ସିଓଇଏସ୍)ରେ ପ୍ରଶିକ୍ଷଣ ଦେବେ। ଏହି କୋଚ୍ମାନଙ୍କୁ କ୍ରୀଡ଼ା ମନ୍ତ୍ରଣାଳୟ ଓ ଜାତୀୟ ସ୍ପୋଟର୍ସ ଫେଡେରେଶନ ମିଳିତ ଭାବେ ଚୟନ କରିବେ ବୋଲି ମନ୍ତ୍ରଣାଳୟ ତରଫରୁ କୁହାଯାଇଛି। ମନ୍ତ୍ରଣାଳୟର ଏହି ନିଷ୍ପତ୍ତିକୁ ଦେଶର ମୁଖ୍ୟ ବ୍ୟାଡ୍ମିଣ୍ଟନ କୋଚ୍ ପୁଲେଲା ଗୋପୀଚାନ୍ଦ ସ୍ବାଗତ କରିଛନ୍ତି। ଏ ନେଇ ପୂର୍ବରୁ ଦାବି କରାଯାଉଥିଲା। ଏହା ନିଶ୍ଚିତ ଭାବେ ଖୁସିର କଥା। ଏହା ଦ୍ୱାରା ଦେଶରେ କ୍ରୀଡ଼ା ଉନ୍ନତି ହେବ ବୋଲି ସେ କହିଛନ୍ତି। ଏଥିସହିତ ୨୦୨୮ ଅଲିମ୍ପିକ୍ସକୁ ଦୃଷ୍ଟିରେ କ୍ରୀଡ଼ା ପ୍ରତିଭା ଚିହ୍ନଟ ଓ ବିକାଶ ପାଇଁ କାର୍ଯ୍ୟ କରାଯିବ ବୋଲି ମନ୍ତ୍ରଣାଳୟ କହିଛି।
ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ
ପୁରୀ,୩୧ା୧୨(ଅଜିତ୍ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...
ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍କୁ ଧକ୍କା ଦେଇ ଟ୍ରକ୍କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…
କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...
ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ
ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...
ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍
ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...
ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର
ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...
ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ
ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...
ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….
ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...
ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…
ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...
Archives


