ଖ୍ୟାତନାମା ବକ୍ସର ମାଇକ୍‌ ଟାଇସନ୍‌ କ’ଣ ମୁସଲମାନ? ୫ ହଜାର କୋଟି ରୋଜଗାର କରି ବି ହୋଇଛନ୍ତି ଦେବାଳିଆ, ଏବେ…

ନୂଆଦିଲ୍ଲୀ,୧୫।୧୧: ଦୁନିଆର ସର୍ବଶ୍ରେଷ୍ଠ ବକ୍ସରମାନଙ୍କ ମଧ୍ୟରେ ପରିଗଣିତ ହେଉଥିବା ମାଇକ ଟାଇସନ ୧୯ ବର୍ଷ ପରେ ବୃତ୍ତିଗତ ଭାବେ ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଲାଇବେ। ନଭେମ୍ବର ୧୬ ରେ ସେ ପୂର୍ବତନ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ତଥା ପେସାଦାର ବକ୍ସର ଜେକ୍‌ ପାଲ୍‌ଙ୍କୁ ଭେଟିବେ। ୫୮ ବର୍ଷିୟ ମାଇକ ଟାଇସନ୍‌ ପୁଣି ଥରେ ରିଙ୍ଗକୁ ଫେରିବାକୁ ଯାଉଛନ୍ତି। ୨୦୦୫ ମସିହାରୁ ଟାଇସନ ରିଙ୍ଗକୁ ଓହ୍ଲାଇ ନାହାନ୍ତି। ତାଙ୍କର ବୃତ୍ତିଗତ ରେକର୍ଡ ହେଉଛି ୫୦-୬, ଯେଉଁଥିରେ ୪୪ ନକ୍‌ଆଉଟ୍‌ ଏବଂ ଦୁଇଟି ନୋ-କଣ୍ଟେଷ୍ଟ ରହିଛି। ତେବେ ମାଇକ ଟାଇସନଙ୍କ କ୍ୟାରିଅର୍‌ ଦେଖିଲେ ଏହା ସଫଳତା ସହିତ ବିବାଦରେ ଜଡ଼ିତ। ଏଥି ସହିତ, ଟାଇସନ କେଉଁ ଧର୍ମ ଅନୁସରଣ କରନ୍ତି ତାହା ମଧ୍ୟ ସର୍ବଦା ଆଲୋଚନାରେ ଥାଏ।
ଟାଇସନ କେଉଁ ଧର୍ମ ଅନୁସରଣ କରନ୍ତି?
ମାଇକ ଟାଇସନ୍‌ ୩୦ ଜୁନ ୧୯୬୬ ରେ ଜନ୍ମଗ୍ରହଣ କରିଥିଲେ। ସେ ଏକ ଖ୍ରୀଷ୍ଟିଆନ ପରିବାରରେ ବଡ଼ ହୋଇଥିଲେ। ହେଲେ ପରେ ସେ ତାଙ୍କର ଧର୍ମ ପରିବର୍ତ୍ତନ କରିଥିଲେ। ମାଇକ ଟାଇସନଙ୍କୁ ଜୁଲାଇ ୧୯୯୧ ରେ ବଳାତ୍କାର ଅଭିଯୋଗରେ ଛନ୍ଦି ହୋଇଥିଲେ। ଏହା ପରେ ତାଙ୍କୁ ୬ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏହା ପରେ ସେ ତାଙ୍କର ଧର୍ମ ପରିବର୍ତ୍ତନ କରିଥିଲେ। ଜେଲରେ ଥିବାବେଳେ ମାଇକ ଟାଇସନ ଇସଲାମ ଧର୍ମ ଗ୍ରହଣ କରିଥିଲେ। ବର୍ତ୍ତମାନ ସେ ଇସଲାମ ଧର୍ମରେ ବିଶ୍ୱାସ କରନ୍ତି ଏବଂ ତାଙ୍କର ମୁସଲମାନ ନାମ ମଲିକ ଅବଦୁଲ ଅଜିଜ ଅଟେ। ମାଇକ ଟାଇସନ ଜୁଲାଇ ୨୦୧୦ ରେ ଉମ୍‌ରା ମଧ୍ୟ କରିଥିଲେ। ନିକଟରେ, ଡିସେମ୍ବର ୨୦୨୨ ରେ, ସେ ଡିଜେ ଖାଲିଦଙ୍କ ସହିତ ମକ୍କାରେ ଉମ୍‌ରା କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା।
ମାଇକ ଟାଇସନ୍‌ କେତେ କୋଟିର ମାଲିକ?
ମାଇକ ଟାଇସନ ତାଙ୍କ ସମୟର ସବୁଠାରୁ ଧନୀ କ୍ରୀଡ଼ାବିତ୍‌ ମାନଙ୍କ ମଧ୍ୟରୁ ଜଣେ। କିନ୍ତୁ ବର୍ତ୍ତମାନ ତାଙ୍କର ମୋଟ ସମ୍ପତ୍ତି ଅଧିକ ନାହିଁ। ରିପୋର୍ଟ ଅନୁଯାୟୀ, ୨୦୨୪ ସୁଦ୍ଧା ମାଇକ ଟାଇସନଙ୍କ ସମ୍ପତ୍ତି ମୂଲ୍ୟ ୧୦ ମିଲିୟନ ଡଲାର (୮୪ କୋଟି ଟଙ୍କା) ରହିଛି। ଟାଇସନଙ୍କ ପରି ଜଣେ ମହାନ କ୍ୟାରିଅର୍‌ ପାଇଥିବା ବ୍ୟକ୍ତିଙ୍କ ପାଇଁ ଟଙ୍କାପଇସାରେ ଅସୁବିଧା ହେବା ବିରଳ। କିନ୍ତୁ ଟାଇସନ କ୍ଷେତ୍ରରେ ଏହାର ଓଲଟା ହୋଇଥିଲା। ଅନେକ କ୍ରୀଡାବିତ୍‌ଙ୍କ ଭଳି ଟାଇସନ ମଧ୍ୟ ନିଜର ରୋଜଗାର ବଢ଼ାଇବା ସହିତ ମହଙ୍ଗା ଘର, ଚିକ୍‌ମିକ୍‌ କାର୍‌ ଏବଂ ପୋଷା ବାଘ ଉପରେ ମଧ୍ୟ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ।
ମିଡିଆ ରିପୋର୍ଟ ଅନୁଯାୟୀ, ମାଇକ ଟାଇସନ ତାଙ୍କ କ୍ୟାରିଅରରେ ୬୮୫ ନିୟୁତ ଡଲାର (୫୭୦୦ କୋଟି ଟଙ୍କା) ରୋଜଗାର କରିଥିଲେ। କିନ୍ତୁ ମକଦ୍ଦମା ସହ ଅନ୍ୟାନ୍ୟ ଆମୋଦପ୍ରମୋଦ ଦ୍ରବ୍ୟରେ ଖର୍ଚ୍ଚ କରି ସେ ଧୀରେ ଧୀରେ ସବୁକିଛି ହରାଇଥିଲେ। ୨୦୦୩ରେ ଟାଇସନ ତାଙ୍କର ୨୩ ମିଲିୟନ ଡଲାର୍‌ ଋଣ ଥିବା କହି ଚର୍ଚ୍ଚାକୁ ଆସିଥିଲେ। ଏହା ପରେ ଟାଇସନ ପୁନର୍ବାର ପ୍ରତ୍ୟାବର୍ତ୍ତନ କରିଥିଲେ। ବର୍ତ୍ତମାନ ଯେତେବେଳେ ସେ ୧୬ ନଭେମ୍ବର ୨୦୨୪ ରେ ଜେକ ପାଲଙ୍କ ସାମ୍ନା କରିବେ, ସେତେବେଳେ ତାଙ୍କର ସମ୍ପତ୍ତି ବୃଦ୍ଧି ପାଇବ।ଏକ ରିପୋର୍ଟ ଅନୁଯାୟୀ, ଏହି ସଂଗ୍ରାମ ପାଇଁ ଟାଇସନଙ୍କୁ ୨୦ ମିଲିୟନ ଆମେରିକୀୟ ଡଲାର (୧୬୮ କୋଟି ଟଙ୍କା

Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri