Posted inଖେଳ

ହଠାତ୍‌ ସନ୍ନ୍ୟାସରୁ ପ୍ରତ୍ୟାବର୍ତ୍ତନ ନେଇ ଘୋଷଣା କରି ଚମକାଇଲେ ଏହି ଖେଳାଳି, ଏବେ ଏହି ଟୁର୍ନାମେଣ୍ଟରେ ଖେଳିବେ

ନୂଆଦିଲ୍ଲୀ,୮।୨: ଭାରତରେ ସବୁଠାରୁ ଲୋକପ୍ରିୟ ଖେଳ ହେଉଛି କ୍ରିକେଟ । ଦେଶରେ ଏହି ଖେଳକୁ ଏକ ଧର୍ମ ଭାବରେ ଦେଖାଯାଏ। ଭାରତୀୟମାମାନେ ଖେଳାଳିମାନଙ୍କୁ ବହୁତ ପ୍ରେମ ଏବଂ ସମ୍ମାନ ଦେଇଥାନ୍ତି। କ୍ରିକେଟ ବ୍ୟତୀତ ଖେଳାଳିମାନେ ଭାରତରେ ଅନ୍ୟ ଅନେକ ଖେଳ ମାଧ୍ୟମରେ ସେମାନଙ୍କର ନିଆରା ଛାପ ଛାଡ଼ିଛନ୍ତି। ଏପରି ଏକ ଖେଳ ହେଉଛି ସ୍କ୍ବାସ। ସୌରଭ ଘୋଷାଲଙ୍କୁ ସ୍କ୍ବାସ ଖେଳର ଭାରତୀୟ କିମ୍ବଦନ୍ତୀ ମଧ୍ୟରେ ଗଣନା କରାଯାଏ। ୩୮ ବର୍ଷୀୟ ସୌରଭ ୨୦୨୪ ମସିହାରେ ବୃତ୍ତିଗତ କ୍ୟାରିୟରରୁ ଅବସର ଘୋଷଣା କରିଥିଲେ। ଏବେ ଗୋଟିଏ ବର୍ଷ ମଧ୍ୟରେ ସେ ଅବସରରୁ ପ୍ରତ୍ୟାବର୍ତ୍ତନ ନେଇ ଘୋଷଣା କରିଛନ୍ତି। ଏହା ସହିତ ସେ କେଉଁ ଟୁର୍ନାମେଣ୍ଟ ମାଧ୍ୟମରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି ସେ ବିଷୟରେ ମଧ୍ୟ ସୂଚନା ମିଳିଛି।

ଭାରତର କିମ୍ବଦନ୍ତୀ ସ୍କ୍ବାସ ଖେଳାଳି ସୌରଭ ଘୋଷାଲ ଏପ୍ରିଲ ୨୦୨୪ ରେ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ବୃତ୍ତିଗତ ସ୍କ୍ବାସରୁ ଅବସର ନେଇଥିଲେ। ହେଲେ ୧୦ ମାସରୁ କମ ସମୟ ମଧ୍ୟରେ ସେ ତାଙ୍କ ମନ ବଦଳାଇ ଦେଇଛନ୍ତି। ସୌରଭଙ୍କ ଅବସର ପରେ ଫେରିବାର ନିଷ୍ପତ୍ତିରେ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଖୁବ୍‌ଶୀଘ୍ର ଘୋଷାଲଙ୍କୁ ସ୍କ୍ବାସ କୋର୍ଟରେ ତାଙ୍କର ଦକ୍ଷତା ଦେଖାଇବାର ଦେଖିବାକୁ ମିଳିବ।

ସୌରଭ ବୃତ୍ତିଗତ ସ୍କ୍ବାସ୍‌ କୋର୍ଟକୁ ଫେରିବା ସମ୍ପର୍କରେ ମଧ୍ୟ ସୂଚନା ପ୍ରକାଶ ପାଇଛି। ସୌରଭ ଘୋଷାଲ ଖୁବ୍‌ଶୀଘ୍ର ‘ଅକ୍ଟେନ ସିଡନୀ କ୍ଲାସିକ୍‌’ ଟୁର୍ନାମେଣ୍ଟରେ ଖେଳିବେ। ଏହି ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆର ସିଡନୀରେ ୧୯ ରୁ ୨୩ ଫେବୃଆରୀ ପର୍ଯ୍ୟନ୍ତ ଖେଳାଯିବ।

 

View this post on Instagram

 

A post shared by Saurav Ghosal (@sauravghosal)

ଏହି କିମ୍ବଦନ୍ତୀ ଭାରତୀୟ ଖେଳାଳି ତାଙ୍କ କ୍ୟାରିୟରରେ ଅନେକ ଐତିହାସିକ ସଫଳତା ହାସଲ କରିଛନ୍ତି। ଘୋଷାଲ ହାଙ୍ଗଝୁ ଏବଂ ଇଞ୍ଚିଅନ ଏସୀୟ କ୍ରୀଡାର ଦଳଗତ ଇଭେଣ୍ଟରେ ଦୁଇଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ତିନୋଟି ପଦକ ଜିତିଥିଲେ। ଏହା ବ୍ୟତୀତ ୨୦୨୨ରେ ସୌରଭ ବିଶ୍ୱ ଡବଲ୍ସ ଚାମ୍ପିଅନସିପରେ ମିଶ୍ରିତ ଡବଲ୍ସ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ୨୦୧୯ ଏପ୍ରିଲରେ ସୌରଭ ପ୍ରଥମ ଭାରତୀୟ ଖେଳାଳି ଭାବରେ ଶ୍ରେଷ୍ଠ ୧୦ ସ୍ଥାନରେ ପହଞ୍ଚିଥିଲେ। ସୌରଭ ୧୩ଟି ଜାତୀୟ ଟାଇଟଲ ଜିତିବାର କୃତିତ୍ୱ ମଧ୍ୟ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri