Posted inଖେଳ

ହଠାତ୍‌ ସନ୍ନ୍ୟାସରୁ ପ୍ରତ୍ୟାବର୍ତ୍ତନ ନେଇ ଘୋଷଣା କରି ଚମକାଇଲେ ଏହି ଖେଳାଳି, ଏବେ ଏହି ଟୁର୍ନାମେଣ୍ଟରେ ଖେଳିବେ

ନୂଆଦିଲ୍ଲୀ,୮।୨: ଭାରତରେ ସବୁଠାରୁ ଲୋକପ୍ରିୟ ଖେଳ ହେଉଛି କ୍ରିକେଟ । ଦେଶରେ ଏହି ଖେଳକୁ ଏକ ଧର୍ମ ଭାବରେ ଦେଖାଯାଏ। ଭାରତୀୟମାମାନେ ଖେଳାଳିମାନଙ୍କୁ ବହୁତ ପ୍ରେମ ଏବଂ ସମ୍ମାନ ଦେଇଥାନ୍ତି। କ୍ରିକେଟ ବ୍ୟତୀତ ଖେଳାଳିମାନେ ଭାରତରେ ଅନ୍ୟ ଅନେକ ଖେଳ ମାଧ୍ୟମରେ ସେମାନଙ୍କର ନିଆରା ଛାପ ଛାଡ଼ିଛନ୍ତି। ଏପରି ଏକ ଖେଳ ହେଉଛି ସ୍କ୍ବାସ। ସୌରଭ ଘୋଷାଲଙ୍କୁ ସ୍କ୍ବାସ ଖେଳର ଭାରତୀୟ କିମ୍ବଦନ୍ତୀ ମଧ୍ୟରେ ଗଣନା କରାଯାଏ। ୩୮ ବର୍ଷୀୟ ସୌରଭ ୨୦୨୪ ମସିହାରେ ବୃତ୍ତିଗତ କ୍ୟାରିୟରରୁ ଅବସର ଘୋଷଣା କରିଥିଲେ। ଏବେ ଗୋଟିଏ ବର୍ଷ ମଧ୍ୟରେ ସେ ଅବସରରୁ ପ୍ରତ୍ୟାବର୍ତ୍ତନ ନେଇ ଘୋଷଣା କରିଛନ୍ତି। ଏହା ସହିତ ସେ କେଉଁ ଟୁର୍ନାମେଣ୍ଟ ମାଧ୍ୟମରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି ସେ ବିଷୟରେ ମଧ୍ୟ ସୂଚନା ମିଳିଛି।

ଭାରତର କିମ୍ବଦନ୍ତୀ ସ୍କ୍ବାସ ଖେଳାଳି ସୌରଭ ଘୋଷାଲ ଏପ୍ରିଲ ୨୦୨୪ ରେ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ବୃତ୍ତିଗତ ସ୍କ୍ବାସରୁ ଅବସର ନେଇଥିଲେ। ହେଲେ ୧୦ ମାସରୁ କମ ସମୟ ମଧ୍ୟରେ ସେ ତାଙ୍କ ମନ ବଦଳାଇ ଦେଇଛନ୍ତି। ସୌରଭଙ୍କ ଅବସର ପରେ ଫେରିବାର ନିଷ୍ପତ୍ତିରେ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଖୁବ୍‌ଶୀଘ୍ର ଘୋଷାଲଙ୍କୁ ସ୍କ୍ବାସ କୋର୍ଟରେ ତାଙ୍କର ଦକ୍ଷତା ଦେଖାଇବାର ଦେଖିବାକୁ ମିଳିବ।

ସୌରଭ ବୃତ୍ତିଗତ ସ୍କ୍ବାସ୍‌ କୋର୍ଟକୁ ଫେରିବା ସମ୍ପର୍କରେ ମଧ୍ୟ ସୂଚନା ପ୍ରକାଶ ପାଇଛି। ସୌରଭ ଘୋଷାଲ ଖୁବ୍‌ଶୀଘ୍ର ‘ଅକ୍ଟେନ ସିଡନୀ କ୍ଲାସିକ୍‌’ ଟୁର୍ନାମେଣ୍ଟରେ ଖେଳିବେ। ଏହି ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆର ସିଡନୀରେ ୧୯ ରୁ ୨୩ ଫେବୃଆରୀ ପର୍ଯ୍ୟନ୍ତ ଖେଳାଯିବ।

 

View this post on Instagram

 

A post shared by Saurav Ghosal (@sauravghosal)

ଏହି କିମ୍ବଦନ୍ତୀ ଭାରତୀୟ ଖେଳାଳି ତାଙ୍କ କ୍ୟାରିୟରରେ ଅନେକ ଐତିହାସିକ ସଫଳତା ହାସଲ କରିଛନ୍ତି। ଘୋଷାଲ ହାଙ୍ଗଝୁ ଏବଂ ଇଞ୍ଚିଅନ ଏସୀୟ କ୍ରୀଡାର ଦଳଗତ ଇଭେଣ୍ଟରେ ଦୁଇଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ତିନୋଟି ପଦକ ଜିତିଥିଲେ। ଏହା ବ୍ୟତୀତ ୨୦୨୨ରେ ସୌରଭ ବିଶ୍ୱ ଡବଲ୍ସ ଚାମ୍ପିଅନସିପରେ ମିଶ୍ରିତ ଡବଲ୍ସ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ୨୦୧୯ ଏପ୍ରିଲରେ ସୌରଭ ପ୍ରଥମ ଭାରତୀୟ ଖେଳାଳି ଭାବରେ ଶ୍ରେଷ୍ଠ ୧୦ ସ୍ଥାନରେ ପହଞ୍ଚିଥିଲେ। ସୌରଭ ୧୩ଟି ଜାତୀୟ ଟାଇଟଲ ଜିତିବାର କୃତିତ୍ୱ ମଧ୍ୟ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri