ଆଇପିଏଲ୍‌ ଅକ୍ସନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଟିମ୍‌ କିଭଳି ହୁଅନ୍ତି ମାଲାମାଲ୍‌, ବିସିସିଆଇକୁ କେତେ ମିଳେ? ଜାଣନ୍ତୁ… 

ନୂଆଦିଲ୍ଲୀ,୨୬।୧୧: ଦୁନିଆର ସବୁଠୁ ଦାମୀ କ୍ରିକେଟ ଲିଗ୍‌ ଆଇପିଏଲ୍‌ ୨୦୨୫ ମାର୍ଚ୍ଚ ୧୪ରୁ ଆରମ୍ଭ ହେବ । ନିକଟରେ ଏହାର ମେଗା ଅକ୍ସନ ସମାପ୍ତ ହୋଇଛି। ଆଇପିଏଲ୍‌ ଇତିହାସରେ ସବୁଠାରୁ ମହଙ୍ଗା ନିଲାମରେ ୧୦ ଟିମ୍‌ ମୋଟ ୬୩୯.୧୫ କୋଟି ଟଙ୍କା ଖର୍ଚ୍ଚ କରିଛି। ଏଥିରେ ମୋଟ ୧୮୨ ଖେଳାଳିଙ୍କୁ କିଣାଯାଇଛି। ତେବେ ଅକ୍ସନ  ସହ ଦଳର କୋଚିଂ ଷ୍ଟାଫ୍‌ଠାରୁ ଆରମ୍ଭ କରି ଯାତ୍ରାରେ ଖର୍ଚ୍ଚ କରିବାକୁ ପଡ଼ିଥାଏ।
ଆଇପିଏଲ୍‌ ଟୁର୍ନାମେଣ୍ଟ ରଙ୍ଗାରଙ୍ଗ ନୃତ୍ୟ, ରୋମାଞ୍ଚ, ଆକ୍ସନ ଏବଂ ଗ୍ଲାମରରେ ପରିପୂର୍ଣ୍ଣ। ଏହି ଅବଧିରେ ବିଦେଶୀ ଖେଳାଳିମାନେ ଦୁଇ ମାସର ପାରିବାରିକ ପିକନିକ୍‌ ପାଇଁ ଭାରତକୁ ଆସନ୍ତି। ସେଥିପାଇଁ କେତେକ ଲୋକ ଏହାକୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ ପରିବର୍ତ୍ତେ ଇଣ୍ଡିଆନ ଫ୍ୟାମିଲି ଲିଗ୍‌ ଏବଂ ଇଣ୍ଡିଆନ ପୈସା ଲିଗ୍‌ ବୋଲି ମଧ୍ୟ କୁହନ୍ତି। ବାସ୍ତବରେ, ଆଇପିଏଲ୍‌ରେ ଦଳଗୁଡ଼ିକ ପାଣି ପରି ଟଙ୍କା ଖର୍ଚ୍ଚ କରିଥାନ୍ତି। ଏହି କାରଣରୁ ବିସିସିଆଇ ମଧ୍ୟ ଭଲ ରୋଜଗାର କରିଥାଏ। ଅଢେଇ ମାସ ପର୍ଯ୍ୟନ୍ତ ଚାଲୁଥିବା ଏହି ଟୁର୍ନାମେଣ୍ଟରେ ବହୁତ ଟଙ୍କା ଖର୍ଚ୍ଚ ହୋଇଥାଏ। ଏମିତିରେ ଆଇପିଏଲ୍‌ରେ ଏତେ ଟଙ୍କା ଆସେ କୁଆଡ଼ୁ ବୋଲି ପ୍ରଶ୍ନ ଉଠେ। ବଡ଼ ବଡ଼ ବ୍ୟବସାୟୀ ଏବଂ ଅଭିନେତାଙ୍କ ଟିମ୍‌ କିପରି ଟଙ୍କା ରୋଜଗାର କରନ୍ତି? ଏଥିରୁ ବିସିସିଆଇ କିପରି ଏବଂ କେତେ ରୋଜଗାର କରେ? ତେବେ ଆଜି ଆପଣଙ୍କୁ ଏସବୁ ବିଷୟରେ କହିବା:-
ଟଙ୍କା ଅନେକ ଉତ୍ସରୁ ଆସିଥାଏ:
ଆଇପିଏଲ୍‌ଷର କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ଅନେକ ଆୟର ଉତ୍ସ ରହିଛି। ଏହି ଖେଳରେ ନାମ ଏବଂ ଖ୍ୟାତି ଅଛି। ସରଳ ଭାଷାରେ କହିଲେ କେନ୍ଦ୍ରୀୟ ରାଜସ୍ବ ହିଁ ଏହାର ଆୟର ସବୁଠାରୁ ବଡ ଅଂଶ ହୋଇଥାଏ। ଏଥିରେ ଦୁଇଟି ଜିନିଷ ଥାଏ। ପ୍ରଥମଟି ହେଉଛି ମିଡିଆ ଅଧିକାର ଏବଂ ଦ୍ୱିତୀୟଟି ହେଉଛି ଟାଇଟଲ ପ୍ରାୟୋଜକ ଅଧିକାର। ଯେଉଁଥିରୁ ବିସିସିଆଇ ଏବଂ ଫ୍ରାଞ୍ଚାଇଜ ସେମାନଙ୍କ ଲାଭର ୭୦ ଟଙ୍କା ରୋଜଗାର କରିଥାନ୍ତି।
ମିଡିଆ ଏବଂ ଡିଜିଟାଲ ଅଧିକାର ସବୁଠାରୁ ବଡ଼ ଉତ୍ସ:
ମିଡିଆ ଏବଂ ଡିଜିଟାଲ ଅଧିକାର ମଧ୍ୟ ଆଇପିଏଲ ଏବଂ ବିସିସିଆଇର ପକେଟ ପୂର୍ଣ୍ଣ କରିଥାଏ। କହିବାକୁ ଗଲେ ଏହି ମୂଲ୍ୟ ଦେଇ ଚ୍ୟାନେଲ ଟିଭିରେ ଆଇପିଏଲ୍‌ ଲାଇଭ୍‌ ଦେଖାଇଥାନ୍ତି। ସାଟେଲାଇଟ ଟିଭି ଚ୍ୟାନେଲଗୁଡିକ ବିପୁଳ ମୂଲ୍ୟ ଦେଇ ମିଡିଆ ଅଧିକାର କିଣନ୍ତି। ବିସିସିଆଇ ଏଥିରୁ ଆୟର ଅଧା ରଖେ ଏବଂ ବାକି ଅଧା ସମସ୍ତ ଦଳ ମଧ୍ୟରେ ବଣ୍ଟନ କରିଦିଏ। ୨୦୦୮ରେ ଅର୍ଥାତ ପ୍ରଥମ ସିଜନରେ ସୋନି ପରବର୍ତ୍ତୀ ୧୦ ବର୍ଷ ପାଇଁ ଟୁର୍ନାମେଣ୍ଟର ଟିଭି ଅଧିକାର କିଣିଥିଲା। ଏହା କ୍ଷତି ସହୁଥିବା ସେଟ ମ୍ୟାକ୍ସ ପାଇଁ ଏକ ବଡ଼ ଜୁଆ ଥିଲା, ଯାହା ସଠିକ ପ୍ରମାଣିତ ହୋଇଥିଲା। ସେତେବେଳେ ସୋନି ଏହାକୁ ୮,୨୦୦ କୋଟିରେ କିଣିଥିଲା। ଏହା ପରେ ୨୦୧୮ ରୁ ୨୦୨୩ ପର୍ଯ୍ୟନ୍ତ ମିଡିଆ ଅଧିକାର ଷ୍ଟାର ଇଣ୍ଡିଆ ପାଖରେ ଥିଲା। ୨୦୨୪ରେ ଏହା ମୁକେଶ ଅମ୍ବାନୀଙ୍କ ଜିଓ ସିନେମା ନିକଟରେ ଥିଲା। ୨୦୨୫ରେ ଟେଲିଭିଜନ ଅଧିକାର ଷ୍ଟାର ନିକଟରେ ଥିବା ବେଳେ ମୋବାଇଲ୍‌ର ଜିଓ ପାଖରେ ରହିଛି। ଯେଉଁ ଟିମ୍‌ ଅଧିକ ମ୍ୟାଚ୍‌ ଜିତିଥାଏ ତାକୁ ଅଧିକ ଟଙ୍କା ମିଳିଥାଏ। ସେହିଭଳି କମ୍‌ ମ୍ୟାଚ୍‌ ଜିତିଥିବା ଟିମ୍‌ କମ୍‌ ରୋଜଗାର କରିଥାଏ।
ଟାଇଟଲ ପ୍ରାୟୋଜକ:
DLF IPL, Vivo IPL, Tata IPL…ଏଗୁଡ଼ିକ ହେଉଛି ଟାଇଟଲ ପ୍ରାୟୋଜକ। ଅର୍ଥାତ ଟଙ୍କା ଦେଇ ଆଇପିଏଲ୍‌ରେ ନିଜର ନାମ ଯୋଡିବା ପାଇଁ ଏକ ସ୍କିମ। ସର୍ବାଧିକ ବିଡ୍‌ କରୁଥିବା କମ୍ପାନୀ ଟାଇଟଲ ପ୍ରାୟୋଜକ ପାଇଥାଏ। ଏହାର ଅର୍ଥ କ୍ରିକେଟ ମାଧ୍ୟମରେ ତୁମର ବ୍ରାଣ୍ଡକୁ ପ୍ରୋତ୍ସାହିତ କରିବା। ଆଇପିଏଲ୍‌ ପାଇଁ ଏହା ହେଉଛି ଦ୍ୱିତୀୟ ବୃହତ୍ତମ ଆୟର ଉତ୍ସ। ବର୍ତ୍ତମାନ ଟାଟା ହେଉଛି ଆଇପିଏଲ୍‌ ଟାଇଟଲ ପ୍ରାୟୋଜକ। ଟାଟା ଗ୍ରୁପ ୬୭୦ କୋଟି ଟଙ୍କାରେ ଦୁଇଟି ସିଜନ ପାଇଁ ଏହି ଅଧିକାର କିଣିଛି। ବିସିସିଆଇ ଏଥିରୁ ମିଳୁଥିବା ଅର୍ଥର ଅଧା ନିଜ ପାଖରେ ରଖିଥାଏ ଏବଂ ବାକି ଅଧା ଦଳ ମଧ୍ୟରେ ବଣ୍ଟନ କରିଥାଏ।
କମର୍ଶିଆଲ ବିଜ୍ଞାପନ ଏବଂ କିଟ ପ୍ରାୟୋଜକ:
ଯେତେବେଳେ ଏକ ମ୍ୟାଝରେ ଏକ ଓଭର ସମାପ୍ତ ହୁଏ, ସେଠାରେ ଏକ ସ୍ବଳ୍ପ ବିରତି ହୋଇଥାଏ। ସେହି ସର୍ଟ ବ୍ରେକ ସମୟରେ ଟିଭିରେ ବିଜ୍ଞାପନ ଚାଲିଥାଏ। ଏକ ରିପୋର୍ଟ ଅନୁଯାୟୀ, ମ୍ୟାଚ ମଝିରେ ଆସୁଥିବା ୧୦ ସେକେଣ୍ଡର ବିଜ୍ଞାପନ ସ୍ଲଟ୍‌ର ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ଅଟେ। ଚିପ୍ସ ଉତ୍ପାଦନକାରୀ କମ୍ପାନୀଠାରୁ ଆରମ୍ଭ କରି ମୃଦୁ ପାନୀୟ ଏବଂ ଅନ୍ୟାନ୍ୟ ଅନେକ ଛୋଟ ଏବଂ ବଡ ଜିନିଷର ବିକ୍ରି ଏହି ସମୟ ମଧ୍ୟରେ ବିଜ୍ଞାପନ ମାଧ୍ୟମରେ ବୃଦ୍ଧି ପାଇଥାଏ। ବିସିସିଆଇର ମ୍ୟାଚ ସମୟରେ ଚାଲୁଥିବା ଏହି ବିଜ୍ଞାପନରୁ ମୋଟ ୨୦ ପ୍ରତିଶତ ରୋଜଗାର କରିିଥାଏ। ଏହା ବ୍ୟତୀତ ଟି-ସାର୍ଟ, କ୍ୟାପ, ହେଲମେଟ, ଷ୍ଟମ୍ପ ଏବଂ ଏପରିକି ଅମ୍ପାୟାରଙ୍କ ଡ୍ରେସରେ ର୍ନିମିତ ଲୋଗୋରୁ ଫ୍ରାଞ୍ଚାଇଜ ମଧ୍ୟ ବହୁତ ପରିମାଣର ଟଙ୍କା ରୋଜଗାର କରିଥାଏ।
ଟିକେଟ ବିକ୍ରି/ପୁରସ୍କାର ଟଙ୍କା:
ଶେଷରେ ସ୍ଥାନୀୟ ରାଜସ୍ବ ଆସିଥାଏ, ଯେଉଁଥିରେ ସ୍ଥାନୀୟ ପ୍ରାୟୋଜକ ଏବଂ ପୁରସ୍କାର ରାଶି ଅନ୍ତର୍ଭୁକ୍ତ। ପ୍ରତିବର୍ଷ ଗୋଟିଏ ମ୍ୟାଚ୍‌ରେ ଟିକେଟ ବିକ୍ରିରୁ ୫ କୋଟି ଟଙ୍କା ପର୍ଯ୍ୟନ୍ତ ରୋଜଗାର କରାଯାଏ। ଯଦି ମ୍ୟାଚ୍‌ ଏକ ଦଳର ଘରୋଇ ଗ୍ରାଉଣ୍ଡରେ ଅନୁଷ୍ଠିତ ହୁଏ, ତେବେ ଫ୍ରାଞ୍ଚାଇଜ ସେହି ରୋଜଗାରର ୮୦ ପ୍ରତିଶତ ପାଇଥାଏ। ଏହା ବ୍ୟତୀତ, ଦଳ ସ୍ଥାନୀୟ ଭାବରେ ଯେତେ ଲୋକପ୍ରିୟ, ସ୍ଥାନୀୟ ସ୍ତରରେ ସେତେ ଅଧିକ ପ୍ରଯୋଜକ, ଏହା ସହିତ ଏହା ଚାମ୍ପିଅନସିପ୍‌ ପୁରସ୍କାର ରାଶିରୁ ମଧ୍ୟ ରୋଜଗାର କରେ। ଏହାର ଅଧା ଦଳର ଖେଳାଳିଙ୍କ ନିକଟକୁ ଯାଇଥାଏ ଏବଂ ବାକି ଅଧା କମ୍ପାନୀ ରଖିଥାଏ। ବିଜେତା ବ୍ୟତିତ ଉପ ବିଜେତାଠାରୁ ନମ୍ବର ୧୦ ଯାଏ ରହୁଥିବା ଟିମ୍‌କୁ ସ୍ଲାବ୍‌ ହିସାବରେ ଟଙ୍କା ମିଳିଥାଏ।
ବ୍ୟବସାୟ: ଆଇପିଏଲ୍‌ର ଅଧିକାଂଶ ଟିମ୍‌ ନିଜ ନିଜର ଅନଲାଇନ୍‌ ଏବଂ ଅଫଲାଇନ୍‌ ଷ୍ଟୋର ଖୋଲିଛନ୍ତି। ଏଠାରେ ସେ ନିଜର ଜର୍ସି, ପ୍ରିଣ୍ଟ ଥିବା କପ୍‌ଠାରୁ ନେଇ ଜେତା ମିଳିଥାଏ। ଏହାକୁ କିଣିବାକୁ ଟିମ୍‌କୁ ଟଙ୍କା ଦେବାକୁ ପଡ଼ିଥାଏ।

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

‘ମୋର ବିଜୟ କି ଲାଭ ଯଦି ଲଦାଖ ହାରିଯାଏ?’ ଜେଲରୁ ମୁକୁଳିବା ପରେ ମୁହଁ ଖୋଲିଲେ ସୋନମ ୱାଙ୍ଗଚୁକ

ୱାଶିଂଟନ,୧୭।୩: ପ୍ରାୟ ୧୭୦ ଦିନ କାରାଗାରରେ ବିତାଇବା ପରେ ଶନିବାର ଜେଲରୁ ମୁକୁଳିଛନ୍ତି ଲଦାଖର ବିଶିଷ୍ଟ ଶିକ୍ଷାବିତ୍ ତଥା ପରିବେଶ କର୍ମୀ ସୋନମ ୱାଙ୍ଗଚୁକ। କେନ୍ଦ୍ର ସରକାର…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri