Posted inଖେଳ

ସ୍ପୋଟର୍‌ସ ହଷ୍ଟେଲ, ଓଡ଼ିଶା ଏଚ୍‌ପିସି ବିଜୟୀ

ଭୁବନେଶ୍ୱର, ୨୪।୮(କ୍ରୀଡ଼ା ପ୍ରତିନିଧି): ନୂଆଦିଲ୍ଲୀଠାରେ ଚାଲିଥିବା ୧୬ ବର୍ଷରୁ କମ୍‌ ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍‌ (ଫେଜ୍‌-୧)ରେ ମଙ୍ଗଳବାର ଓଡ଼ିଶାର ଦୁଇ ଦଳ ସ୍ପୋଟର୍‌ସ ହଷ୍ଟେଲ ଓ ନାଭାଲ ଟାଟା ହକି ହାଇ ପରଫର୍ମାନ୍ସ ସେଣ୍ଟର (ଓଡ଼ିଶା ଏଚ୍‌ପିସି) ବିଜୟ ହାସଲ କରିଛନ୍ତି। ସ୍ପୋଟର୍‌ସ ହଷ୍ଟେଲ ୯-୧ ଗୋଲରେ ଭାଇ ବେହଲୋ ହକି ଏକାଡେମୀ ଭଗତାକୁ ହରାଇଥିବାବେଳେ ଓଡ଼ିଶା ଏଚ୍‌ପିସି ୧୨-୦ରେ ଦିଲ୍ଲୀକୁ ପରାସ୍ତ କରିଛି। ସ୍ପୋଟର୍‌ସ ହଷ୍ଟେଲ ପକ୍ଷରୁ ମୋନିକା ତିର୍କୀ ୨୪, ୪୭, ୫୫ ଓ ୬୦ତମ ମିନିଟରେ ଏକାକୀ ୪ଟି ଏବଂ ଅର୍ଚ୍ଚନା ଖାଲ୍‌କୋ ୯, ୩୧ ଓ ୫୮ତମ ମିନିଟରେ ୩ଟି ଗୋଲ ଦେଇ ହ୍ୟାଟ୍ରିକ ଅର୍ଜନ କରିଥିଲେ। ସସ୍ମିତା ଡୁଙ୍ଗଡୁଙ୍ଗ ୬ଷ୍ଠ ଓ ପ୍ରେମଶୀଳା ବାଗେ ୫୨ତମ ମିନିଟରେ ଅନ୍ୟ ୨ଟି ଗୋଲ ସ୍କୋର କରିଥିଲେ। ସେହିପରି ଓଡ଼ିଶା ଏଚ୍‌ପିସି ପକ୍ଷରୁ ନିର୍ମଳା ସେନବାର ୧୮ ଓ ୪୮, ଡୋଲି ଭୋଇ ୧୯ ଓ ୪୫, ନିହାରୀକା ଟପ୍ପୋ ୨୪ ଓ ୪୨ ଏବଂ ଅନୁସ୍କା ଭାଓ୍ବରେ ୩୩ ଓ ୫୧ତମ ମିନିଟରେ ୨ଟି ଲେଖାଏ ଗୋଲ ଦେଇଥିଲେ। ଖୁସ୍‌ବୁ କୁକୁର୍‌ ୧ମ, ଅଧିନାୟିକା ଅହଲ୍ୟା ଲାକ୍ରା ୭ମ, ପ୍ରଜ୍ଞା ପଟେଲ ୨୭ ଓ ହରପ୍ରୀତ କୌର ୫୬ତମ ମିନିଟରେ ଅନ୍ୟ ୪ଟି ଗୋଲ ସ୍କୋର କରିଥିଲେ। ଅନ୍ୟ ମ୍ୟାଚଗୁଡ଼ିକ ମଧ୍ୟରେ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ ‘ଏ’ ୧୭-୦ରେ ସ୍ମାର୍ଟ ହକି ଏକାଡେମୀ ରାୟପୁର, ଘୁମାନହୀରା ରାଇଜର୍ସ ଏକାଡେମୀ ୨୭-୦ରେ ମୁମ୍ବାଇ ସ୍କୁଲ ସ୍ପୋଟର୍‌ସ ଆସୋସିଏଶନ, ପ୍ରୀତମ ସିଓ୍ବାଚ ହକି ଏକାଡେମୀ ସୋନେପତ ୨୧-୦ରେ ସିଟିଜେନ ହକି ଏକାଦଶ, ମଧ୍ୟ ପ୍ରଦେଶ ହକି ଏକାଡେମୀ ୨-୦ରେ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ ‘ବି’, ସ୍ପୋଟର୍‌ସ ଅଥରିଟି ଅଫ୍‌ ଗୁଜରାଟ ଏକାଡେମୀ ୭-୦ରେ ଅନନ୍ତପୁର ହକି ଏକାଡେମୀ ଏବଂ ହର୍‌ ହକି ଏକାଡେମୀ ୭-୦ରେ ସାଲ୍ୟୁଟ ହକି ଏକାଡେମୀକୁ ପରାସ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri