ଜୟପୁରରେ ହେବ ସ୍ପୋର୍ଟସ ହଷ୍ଟେଲ: ମନ୍ତ୍ରୀ

ଜୟପୁର,୨୦ା୧୨( ନି.ପ୍ର.): ଜୟପୁର ଫୁଲବାଡ ନିକଟରେ ଇଣ୍ଟିଗ୍ରେଟେଡ ସ୍ପୋର୍ଟସ କମ୍ପ୍ଲେକ୍ସ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି ା ସୋମବାର ଜୟପୁର ଗସ୍ତ ଅବସରରେ ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ସ୍ପୋର୍ଟସ କମ୍ପ୍ଲେକ୍ସ, ଆଇଟି ପାର୍କ, ବିଜ୍ଞାନ କେନ୍ଦ୍ର ପରିର୍ଶନ କରିଛନ୍ତି ା ସ୍ପୋର୍ଟସ କମ୍ପ୍ଲେକ୍ସ କାର୍ଯ୍ୟର ସମୀକ୍ଷା କରି ଏହାର ନିର୍ମାଣରେ ଅହେତୁକ ବିଳମ୍ବ ଯୋଗୁ ମନ୍ତ୍ରୀ ବେହେରା ଉଦ୍‌ବେଗ ପ୍ରକାଶ କରିଥିଲେ। ସବ୍‌ ଲିଜ୍‌ ନେଇଥିବା ଠିକାଦାର ରଜତ ପାଢୀ ମନ୍ତ୍ରୀଙ୍କୁ ବାରମ୍ବାର ମ୍ୟାପ ବଦଳାଯାଉଥିବା ଏବଂ ଠିକ ସମୟରେ ବିଲ ପେମେଣ୍ଟ ହେଉ ନ ଥିବା କହିଥିଲେ। ସମୀକ୍ଷା ପରେ ମନ୍ତ୍ରୀ ବେହେରା ମ୍ୟାପରେ କିଛିଟା ପରିବର୍ତ୍ତନ ଏବଂ କରୋନା ମହାମାରୀ ଯୋଗୁ କାର୍ଯ୍ୟରେ ବିଳମ୍ବ ହୋଇଥିବା ଗଣମାଧ୍ୟମକୁ ସୂଚନା ଦେଇଥିଲେ। ବର୍ଷା ମାସ ପୂବରୁ ସମସ୍ତ କାର୍ଯ୍ୟ ଶେଷ ହେବ ଓ ମାର୍ଚ୍ଚ ମାସରେ ସୁଇମିଂ ପୋଲ କାମ ଶେଷ ହେବ। ଜୟପୁରରେ ଆଗାମୀ ଦିନରେ ଏକ ସ୍ପୋର୍ଟସ ହଷ୍ଟେଲ ନିର୍ମାଣ ହେବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ। ମନ୍ତ୍ରୀଙ୍କ ସମୀକ୍ଷା ସମୟରେ ବିଧାୟକ ତାରା ପ୍ରସାଦ ବାହିନୀପତି ଉପସ୍ଥିତ ଥିଲେ। ଏହି ଅବସରରେ ବାହିନୀପତି କହିଛନ୍ତି, ରାଜ୍ୟ ସରକାର ଗୋଟିଏ ଏଜେନ୍ସିକୁ କାମ କରିବାକୁ ଦେଇଛନ୍ତି ା ସେମାନଙ୍କ କାର୍ଯ୍ୟରେ ଅବହେଳା ଯୋଗୁ ଜନସାଧାରଣ ହଇରାଣ ହେଉଛନ୍ତି ା ଏହି ଷ୍ଟାଡିୟମ ଏପ୍ରିଲ ୨୦୧୯ରେ କାମ ଆରମ୍ଭ ହୋଇଥିଲା। ୧୮ ମାସ ଭିତରେ କାମ ଶେଷ ହେବା ନେଇ ଲକ୍ଷ୍ୟ ଥିଲା। ଏବେ ଏହାର ଅବଧି ସରି ଯାଇ ୨୦ା୧୨ା୨୦୨୨ ସୁଦ୍ଧା ୪୦ ପ୍ରତିଶତ କାମ ସରିଛି ା ୨୦ କୋଟି ୩୬ ଲକ୍ଷ୍ୟ ଟଙ୍କା ବ୍ୟୟରେ ସରକାର ଏଠାରେ ସ୍ପୋର୍ଟସ କଂପ୍ଲେକ୍ସ କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ଠିକାଦାରଙ୍କ ଆନ୍ତରିକତା ଅଭାବରୁ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି ା ଏହି କଂପ୍ଲେକ୍ସରେ ସୁଇମିଂ ପୋଲ୍‌, ଜାତୀୟସ୍ତରର ଫୁଟବଲ ଗ୍ରାଉଣ୍ଡ, ଇଣ୍ଡୋର ଷ୍ଟାଡିୟମ, ବାସ୍କେଟ ବଲ, ହଷ୍ଟେଲ ଆଦି ରହିବା ଯୋଜନା ରହଛି। ସୂଚନଯୋଗ୍ୟ, ଜାତୀୟ କ୍ରୀଡା ଦିବସ ଅବସରରେ ଘୋଷଣା ହୋଇଥିବା ୫ଟି ଇଣ୍ଟିଗ୍ରେଟେଡ ସ୍ପୋର୍ଟସ କଂପ୍ଲେକ୍ସ ମଧ୍ୟରେ ଜୟପୁର ରହିଥିଲା। ସମୀକ୍ଷା ସମୟରେ ବିଧାୟକ ବାହିନୀପତିଙ୍କ ସହ ଉପ ଜିଲାପାଳ ବେଦବର ପ୍ରଧାନ, ଜୟପୁର ପୌରଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ବିଜେଡି ଜିଲା ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ସ୍ବତନ୍ତ୍ର ଉନ୍ନୟନ ପରିଷଦର ଜିଲା ଅଧ୍ୟକ୍ଷ ଚନ୍ଦ୍ର ଶେଖର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

ଦିଗପହଣ୍ଡିରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ: ସେନସସ ୱେବସାଇଟ୍‌ରେ ତଥ୍ୟ ପ୍ରଦାନ କଲେ ନଗରପାଳ

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରାଞ୍ଚଳରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୁରୁବାରଠାରୁ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri