Posted inଖେଳ

ପିସିବିକୁ ପରାମର୍ଶ ଦେଲେ ଭାରତରୁ କ୍ୟୁରେଟର ଡକାଅ

କରାଚୀ,୧୮।୩: ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଦୁଇଟି ମ୍ୟାଚ୍‌ ଡ୍ର’ ଭାବେ ଶେଷ ହୋଇଛି। ଉଭୟ ମ୍ୟାଚ୍‌ରେ ବ୍ୟାଟରଙ୍କ ରାଜୁତି ଯୋଗୁ ରାଓ୍ବାଲପିଣ୍ଡି ଏବଂ କରାଚୀ ପିଚ୍‌କୁ ପ୍ରବଳ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି। ଗଦାଫି ଷ୍ଟାଡିୟମରେ ହେବାକୁ ଥିବା ସିରିଜ୍‌ର ନିର୍ଣ୍ଣାୟକ ତଥା ତୃତୀୟ ଟେଷ୍ଟ ଲାଗି ପିଚ୍‌ ପ୍ରସ୍ତୁତ କରିବା ପାଇଁ ପୂର୍ବତନ ଏକାଡେମି ମୁଖ୍ୟ ତଥା ଅଷ୍ଟ୍ରେଲିଆନ୍‌ କ୍ୟୁରେଟର ଟବି ଲୁମସ୍‌ଡେନଙ୍କୁ ଦାୟିତ୍ୱ ଦେଇଛି ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି)। ଏଭଳି ପରିସ୍ଥିତିରେ ଭାରତରୁ କ୍ୟୁରେଟର ଡକାଇବାକୁ ପରାମର୍ଶ ଦେଇଛନ୍ତି ପୂର୍ବତନ ପାକିସ୍ତାନ ପେସର ଏବଂ କୋଚ୍‌ ଆକିବ ଜାଭେଦ।

“କାହିଁକି ଅନ୍ୟ କେଉଁଆଡ଼େ ଯିବା? ମୋ ମତରେ ମୁମ୍ବାଇ, ବାଙ୍ଗାଲୋର, ଚେନ୍ନାଇ ଭଳି ସ୍ଥାନରୁ କ୍ୟୁରେଟର ଆଣିବା ଉଚିତ। କାରଣ ସେମାନେ ଭାରତୀୟ ସ୍ପିନରଙ୍କୁ ସୁହାଇଲା ଭଳି ସ୍ପିନ ଟ୍ରାକ ପ୍ରସ୍ତୁତ କରନ୍ତି। କିନ୍ତୁ ଆମ ସ୍ପିନରଙ୍କ ପାଇଁ ପାକିସ୍ତାନ ଏପର୍ଯ୍ୟନ୍ତ ଟର୍ନିଂ ଟ୍ରାକ ପ୍ରସ୍ତୁତ କରି ନ ପାରିବା ଆଶ୍ଚର୍ଯ୍ୟର କଥା” ବୋଲି ଆକିବ ଏକ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି। ତାଙ୍କ ମତରେ ପାକିସ୍ତାନ କେବଳ ଟର୍ନିଂ ଟ୍ରାକରେ ହିଁ ଅଷ୍ଟ୍ରେଲିଆକୁ ହରାଇପାରିବ।

ଦୁଇଟି ଟେଷ୍ଟରେ ଦୁଇ ଦଳର ୮ ଜଣ ବ୍ୟାଟର ଶତକ ହାସଲ କରିଛନ୍ତି। ଏମାନଙ୍କ ମଧ୍ୟରେ ୬ ପାକିସ୍ତାନୀ ବ୍ୟାଟର ଅଛନ୍ତି। ଉଭୟ ମ୍ୟାଚ୍‌ରେ ୨୩୦୦ ରନ୍‌ ହୋଇଥିବା ବେଳେ ରାଓ୍ବାଲପିଣ୍ଡିରେ ୧୪ ଏବଂ କରାଚୀରେ ୨୮ ଉଇକେଟ ପଡ଼ିଥିଲା। ଏଥିଯୋଗୁ ପିସିବି ବିଦେଶୀ କ୍ୟୁରେଟରଙ୍କୁ ନିଯୁକ୍ତ କରିଛି। ଲୁମସଡେନ ମେଲବୋର୍ନ ଗ୍ରାଉଣ୍ଡର ମୁଖ୍ୟ କ୍ୟୁରେଟର ଅଛନ୍ତି। ବର୍ତ୍ତମାନ ସେ ଲାହୋରରେ ପିଚ୍‌ ପ୍ରସ୍ତୁତକୁ ତଦାରଖ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri