Categories: ଖେଳ

ସୁପରମ୍ୟାନ୍‌ ଭଳି ପୋଷାକ ପିନ୍ଧି ବିମାନବନ୍ଦରରେ ବୁଲିଲେ ଈଶାନ କିଶନ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩।୪: ଆଇପିଏଲ୍‌ରେ ଗୋଟିଏ ପଟେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ନୈରାଶ୍ୟଜନକ ଥିବା ବେଳେ ଦଳର ସବୁଠୁ ମହଙ୍ଗା ଖେଳାଳିଙ୍କ ଭିନ୍ନ ଲୁକ୍‌ ଚର୍ଚ୍ଚାରେ ରହିଛି। ସୁପରମ୍ୟାନ୍‌ ଭଳି ପୋଷାକ ପିନ୍ଧି ଈଶାନ କିଶନ ବୁଲୁଥିବା ନଜର ଆସିଛନ୍ତି। ଏହାଦେଖି ଅନେକେ ଚକିତ ହୋଇଯାଇଛନ୍ତି। କିଛି ତାଙ୍କୁ ଟ୍ରୋଲ କରିବାକୁ ପଛାଇ ନାହାନ୍ତି। ତେବେ ଦଣ୍ଡ ମିଳିଥିବାରୁ ଈଶାନ  ଏଭଳି ମଜାଦାର ପୋଷାକ ପିନ୍ଧି ବୁଲୁଥିବା ଜଣାପଡ଼ିଛି।
ଆଇପିଏଲ୍‌ ୨୦୨୪ର ଆଗାମୀ ମ୍ୟାଚ୍‌ରେ ମୁମ୍ବାଇ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ। ଏହାପୂର୍ବରୁ ଖେଳାଳିମାନଙ୍କୁ କିଛି ସମୟର ବିରତି ଦିଆଯାଇଥିଲା। ଏମିତିରେ ସମସ୍ତ ଖେଳାଳି ମୁମ୍ବାଇ ବିମାନବନ୍ଦରରେ ଏଣେତେଣେ ବୁଲୁଥିବା ନଜର ଆସିଥିଲେ। ହେଲେ ଈଶାନଙ୍କ ଲୁକ୍‌ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ଏକ ସୁପରମ୍ୟାନ୍‌ ଭଳି ପୋଷାକ ପିନ୍ଧିଥିଲେ, ସେଥିରେ ମୁମ୍ବାଇ ଇଣ୍ଡିଆନ୍ସ ଲେଖାଯାଇଥିଲା।
କ୍ରିକେଟରଙ୍କୁ ମୁମ୍ବାଇ ମ୍ୟାନେଜମେଣ୍ଟ ଏଭଳି ଦଣ୍ଡ ଦେଇଥିଲା। ଟିମ୍‌ର ନିୟମ ମୁତାବକ, ମିଟିଂରେ ବିଳମ୍ବରେ ପହଞ୍ଚିଥିବା ଖେଳାଳିଙ୍କୁ ଆଗାମୀ ଯାତ୍ରା ସମୟରେ ସୁପରମ୍ୟାନ୍‌ ସୁଟ୍‌ ପିନ୍ଧିବା ଆବଶ୍ୟକ ଅଟେ। ଏଥିଲାଗି ଈଶାନ ଏଭଳି ପୋଷାକ ପିନ୍ଧିଛନ୍ତି।
Share