Categories: ଖେଳ

ସନ୍ନ୍ୟାସ ନେଇଥିବା ସତ୍ତ୍ୱେ ବିଶ୍ୱକପ୍‌ ଖେଳିପାରନ୍ତି ସୁନୀଲ ନାରିନ୍‌, ନିଷ୍ପତ୍ତି ବଦଳାନ୍ତୁ ବୋଲି…

ନୂଆଦିଲ୍ଲୀ,୧୭।୪: ଚଳିତ ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ରେ ଖେଳିପାରନ୍ତି ସୁନୀଲ ନାରିନ୍‌। ସେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ ହେଁ ତାଙ୍କୁ ଫେରାଇ ଆଣିବାକୁ ଚେଷ୍ଟା ଜାରି ରହିଥିବା ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ରୋଭମ୍ୟାନ୍‌ ପାଓ୍ବେଲ କହିଛନ୍ତି। ହେଲେ କୋଲକାତା ନାଇଟ୍‌ ରାଇଡର୍ସର ଏହି ଷ୍ଟାର ଖେଳାଳି ଏଯାବତ ସମସ୍ତଙ୍କ ଫୋନ୍‌(ଯେଉଁମାନେ କଥା ହେବାକୁ ଚାହୁଁଛନ୍ତି) ବ୍ଲକ କରିଦେଇଛନ୍ତି।

ଆସନ୍ତା ମାସରେ ୩୬ ବର୍ଷର ହେବାକୁ ଯାଉଥିବା ନାରିନ୍‌ ବିଶ୍ୱର ଫ୍ରାଞ୍ଚାଇଜ୍‌ ଟି୨୦ ଲିଗ୍‌ରେ ଧ୍ୟାନ କେନ୍ଦ୍ରିତ କରିବାକୁ ଗତ ବର୍ଷ ନଭେମ୍ବରରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ। ସେ ଅଗଷ୍ଟ ୨୦୧୯ରେ ଶେଷ ଥର ଲାଗି ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ। ହେଲେ ଚଳିତ ଆଇପିଏଲ୍‌ରେ ଉଭୟ ବୋଲିଂ ଏବଂ ବ୍ୟାଟିଂରେ ସେ ଜବରଦସ୍ତ ଫର୍ମରେ ଅଛନ୍ତି। ଏହାକୁ ଦେଖି ଜୁନ୍‌ରେ ଓ୍ବେଷ୍ଟଇଣ୍ଡିଜ ଏବଂ ଆମେରିକାରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ରେ ଖେଳିବା ଲାଗି ମନାଇବାକୁ ଚେଷ୍ଟା କରାଯାଉଛି। ସେ ନିଜର ସନ୍ନ୍ୟାସ ନେବାର ନିଷ୍ପତ୍ତି ବଦଳାନ୍ତୁ ବୋଲି ସମସ୍ତେ ଚାହୁଁଥିବା ଅଧିନାୟକ ପାଓ୍ବେଲ୍‌ କହିଛନ୍ତି।

Share