Categories: ଖେଳ

କୋହଲିଙ୍କୁ ନେଇ ଇଂଲଣ୍ଡ କ୍ରିକେଟର କହିଲେ-ଏହି ଖବର ସତ ହୋଇ ନ ପାରେ…

ନୂଆଦିଲ୍ଲୀ,୧୨।୩: ଟି୨୦ ବିଶ୍ୱକପ୍‌ରେ ଖେଳି ନ ପାରନ୍ତି ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି। ଚୟନ କମିଟି ତାଙ୍କୁ ବାଦ୍‌ ଦେବାକୁ ଚିନ୍ତା କରୁଛି। ଏମିତିରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏନେଇ କୋହଲିଙ୍କ ସହ ଆଲୋଚନା କରିବେ ବୋଲି କୁହାଯାଉଛି। ଇଂଲଣ୍ଡର ପୂର୍ବତନ ଦ୍ରୁତ ବୋଲର ଷ୍ଟୁଅଟ୍‌ ବ୍ରଡ୍‌ ଏହି ଖବରକୁ ଜାଣିବା ପରେ ଚକିତ ହୋଇଛନ୍ତି।

କୋହଲି ବିଶ୍ୱକପ୍‌ ନ ଖେଳିବା ନେଇ ଖବର ଆସିବା ପରେ ବ୍ରଡ୍‌ ରାଗି ଯାଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏହି ଖବର ସତ ହୋଇ ନ ପାରେ। ଆଇସିସି ପ୍ରଶଂସକଙ୍କୁ ଦେଖି ଆମେରିକାରେ ମ୍ୟାଚ୍‌ କରିବାକୁ ଚାହୁଁଛି। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ବି ସେଥିରେ ସାମିଲ ଅଛି। ବିରାଟ ପୁରା ବିଶ୍ୱରେ ବହୁତ ବଡ଼ ଖେଳାଳି। ଆଶା କରୁଛି ଯେ କୋହଲି ଦଳରେ ସାମିଲ ହେବେ।

କହିରଖୁଛୁ, ବିରାଟ ଓ୍ବେଷ୍ଟଇଣ୍ଡିଜର ସ୍ଲୋ ପିଚ୍‌ ଲାଗି ଉପଯୁକ୍ତ ନୁହନ୍ତି ବୋଲି ବିସିସିଆଇ ଭାବୁଛି। ଅପରପକ୍ଷେ ଟିମ୍‌ ପାଖରେ ଟି୨୦ ଫର୍ମାଟରେ ଖେଳିବା ଲାଗି ଅନେକ ଖେଳାଳି ଅଛନ୍ତି, ଯିଏ କି ତାଙ୍କଠାରୁ ଅଧିକ ରନ୍‌ ସ୍କୋର କରିପାରିବେ। ଏଣୁ ତାଙ୍କର ଭବିଷ୍ୟତର ନିଷ୍ପତ୍ତି ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ଉପରେ ନ୍ୟସ୍ତ କରାଯାଇଛି। ସେ ରାଜି ହେଲେ ତାଙ୍କ ସ୍ଥାନରେ ଯୁବ ଖେଳାଳିମାନେ ସୁଯୋଗ ପାଇପାରିବେ।

Share