Posted inଖେଳ

ପାକିସ୍ତାନ କୋଚ୍‌ ହେବାକୁ ମନା କଲେ ଏହି ଭେଟେରାନ୍‌, ପିସିବିର ବଢ଼ିଲା ଚିନ୍ତା

ଇସଲାମାବାଦ,୧୬।୩: ପାକିସ୍ତାନ କ୍ରିକେଟ ଦଳ ନୂଆ କୋଚ୍‌ ଚୟନ କରୁଛି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏଥିପାଇଁ ଅନେକ ନାମ ଉପରେ ବିଚାର କରୁଛି। ଏସବୁ ମଧ୍ୟରେ ବୋର୍ଡକୁ ଏକ ଝଟ୍‌କା ଲାଗିଛି। ଦଳର ମୁଖ୍ୟ ପ୍ରଶିକ୍ଷକ(କୋଚ୍‌) ଦୌଡ଼ରେ ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ଶେନ୍‌ ୱାଟସନ୍‌ ଆଗରେ ଥିଲେ। ନିଶ୍ଚିତ ଭାବେ ତାଙ୍କ ନାମରେ ମୋହର ବାଜିବ ବୋଲି କୁହାଯାଉଥିଲା। ହେଲେ ୱାଟସନ କୋଚ୍‌ ଦୌଡ଼ରୁ ଓ୍ବାଟ୍‌ସନ୍‌ ତାଙ୍କ ନାମ ପ୍ରତ୍ୟାହାର କରି ନେଇଛନ୍ତି।

ୱାଟସନ ପାକିସ୍ତାନ ସୁପର ଲିଗ (ପିସିଏଲ୍‌) ଦଳର କ୍ୱେଟା ଗ୍ଲାଡିଏଟର୍ସର କୋଚ୍‌ ଅଟନ୍ତି। ଏହି ସିଜନରେ ସେ ଦଳକୁ ପ୍ରଶିକ୍ଷଣ ଦେଇଥିଲେ। ଏଣୁ ଗତ କିଛି ସପ୍ତାହ ଧରି ପିସିବି ସହ ତାଙ୍କର ଆଲୋଚନା ହେଉଥିଲା। ବୋର୍ଡ ତାଙ୍କୁ ପାକିସ୍ତାନ ଦଳର ସୀମିତ ଓଭର ଦଳର କୋଚ୍‌ କରିବାକୁ ମଧ୍ୟ ଚାହୁଁଥିଲା। କିନ୍ତୁ ବର୍ତ୍ତମାନ ୱାଟସନ ଏଥିରୁ ଦୂରେଇ ଯାଇଛନ୍ତି।

ରିପୋର୍ଟ ଅନୁଯାୟୀ, ୱାଟ୍‌ସନ୍‌ ପାକିସ୍ତାନ ଦଳର କୋଚ ହେବାକୁ ଗୁରୁତର ସହ ବିଚାର କରୁଥିଲେ। ପାକିସ୍ତାନୀ ଖେଳାଳିଙ୍କ ସହ କାମ କରିବାକୁ ମଧ୍ୟ ଆଗ୍ରହୀ ଥିଲେ। କିନ୍ତୁ ଆଇପିଏଲ୍‌ କାରଣରୁ ସେ ତାଙ୍କ ନିଷ୍ପତ୍ତି ବଦଳାଇଛନ୍ତି। ସେ କମେଣ୍ଟ୍ରି ଏବଂ କୋଚିଂ ଲାଗି ଚୁକ୍ତି ଉପରେ ଧ୍ୟାନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେ କମେଣ୍ଟ୍ରି ଏବଂ କୋଚିଂ ଚୁକ୍ତି ଉପରେ ଧ୍ୟାନ ଦେବାକୁ ଚାହାନ୍ତି। ଆଇପିଏଲ୍‌ଷର ସେ କମେଣ୍ଟ୍ରି କରୁଛନ୍ତି। ଏହାଛଡ଼ା ମେଜର ଲିଗ କ୍ରିକେଟରେ ସାନ ଫ୍ରାନ୍ସିସ୍କୋ ୟୁନିକର୍ନର କୋଚ ଅଟନ୍ତି। ଏହା ବ୍ୟତୀତ ସେ କ୍ୱେଟାର କୋଚ୍‌ ମଧ୍ୟ ଅଟନ୍ତି। ୨୨ ମାର୍ଚ୍ଚରୁ ଆଇପିଏଲ୍‌ ୨୦୨୪ ଆରମ୍ଭ ହେଉଛି। ସେ ପିଏସ୍‌ଏଲ୍‌ ଶେଷ ହେବା ପରେ ଆଇପିଏଲରେ କମେଣ୍ଟ୍ରି କରିବେ।

ୱାଟସନଙ୍କ ନାମ ପ୍ରତ୍ୟାହାର କଲେ ପାକିସ୍ତାନ କ୍ରିକେଟ ଦଳ ପାଇଁ ଅଡ଼ୁଆ ବଢ଼ିପାରେ। କାରଣ ଶୀଘ୍ର ଟିମକୁ ନୂତନ କୋଚ ସମ୍ବନ୍ଧରେ ନିଷ୍ପତ୍ତି ନେବାକୁ ପଡିବ। ଯଦି କାହାକୁ ନିଯୁକ୍ତ କରାଯାଇ ନ ପାରେ ତେବେ ଦଳକୁ ବିନା କୋଚ୍‌ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟି -୨୦ ସିରିଜ ଖେଳିବାକୁ ପଡ଼ିବ। ଏହା ପରେ ତାଙ୍କୁ ମେ’ରେ ଇଂଲଣ୍ଡ ବିପକ୍ଷରେ ଟି -୨୦ ସିରିଜ ଖେଳିବାକୁ ପଡିବ। ଏହା ପରେ ଟି -୨୦ ବିଶ୍ୱକପ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

ବାଇକ୍‌  ଧକ୍କାରେ  ଚାଲିଗଲା ବୃଦ୍ଧଙ୍କ ଜୀବନ 

ମୋହନା,୨୦।୧( ମନ୍ମଥ ମିଶ୍ର ): ବାଇକ ଧକ୍କାରେ ବୃଦ୍ଧମୃତ। ମୃତ ବୃଦ୍ଧ ଜଣକ ହେଲେ ଆର.ଉଦୟଗିରି ଥାନା ନିସଂଗପୁର ଗ୍ରାମର ୭୦ ବର୍ଷୀୟ ସାରଥୀ ବେହେରଦଲାଇ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri