Posted inଖେଳ

ଦିଲ୍ଲୀ ପ୍ରତି ହୋଇଛି ବଡ଼ ଅନ୍ୟାୟ? ପ୍ରଶ୍ନ ଉଠାଇଲେ ପନ୍ତ

ବିଶାଖାପାଟଣା,୪।୪: ବୋଲର୍‌ଙ୍କୁ ପ୍ରହାର, ଫ୍ଲପ୍‌ ବ୍ୟାଟିଂ ଏବଂ ୧୦୬ ରନ୍‌ର ପରାଜୟ…ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଚତୁର୍ଥ ମ୍ୟାଚ୍‌ ବହୁତ ଖରାପ ଥିଲା। କୋଲକାତା ନାଇଟ ରାଇଡର୍ସ ଏକତରଫା ଭାବେ ଦିଲ୍ଲୀକୁ ହରାଇଥିଲା। ଏହି ପରାଜୟ ପରେ ଦିଲ୍ଲୀ ଅଧିନାୟକ ପନ୍ତ ଏବଂ ମୁଖ୍ୟ କୋଚ୍‌ ରିକି ପଣ୍ଟିଂ ନିରାଶ ନଜର ଆସିଥିଲେ। ପଣ୍ଟିଂ ସର୍ବସମ୍ମୁଖରେ ବୋଲର୍‌ଙ୍କ କ୍ଲାସ ନେଇଥିଲେ। ମ୍ୟାଚ୍‌ ପରେ ସେ ଏଭଳି କିଛି କହିଥିଲେ ଯାହାକି ଦଳ ପ୍ରତି ହୋଇଥିବା ଅନ୍ୟାୟ ଉପରେ ରହିଥିଲା। ଏହା ଡିଆର୍‌ଏସ୍‌କୁ ନେଇ ଥିଲା।

ଦିଲ୍ଲୀ ପରାଜୟର ମୁଖ୍ୟ କାରଣ ବୋଲିଂ କେବଳ ନ ଥିଲା। ପନ୍ତ କରିଥିବା ୨ଟି ଭୁଲ ମଧ୍ୟ ପରାଜୟକୁ ବାଟ କଢ଼ାଇ ନେଇଥିଲା। କୋଲକାତା ଇନିଂସର ଚତୁର୍ଥ ଓଭରରେ ଈଶାନ୍ତ ଶର୍ମାଙ୍କ ବଲ୍‌ରେ ସୁନୀଲ ନରେନ୍‌ ବ୍ୟାଟ୍‌ରୁ କ୍ୟାଚ୍‌ ଆସିଥିଲା। ଏହାକୁ ପନ୍ତ ଧରିଥିଲେ। ହେଲେ ଅମ୍ପାୟାର ନଟଆଉଟ୍‌ ଦେଇଥିଲେ। ପନ୍ତଙ୍କ ପାଖରେ ଡିଆର୍‌ଏସ୍‌ ନେବାକୁ ସୁଯୋଗ ଥିଲା। ହେଲେ ସେ ସାଥି ଖେଳାଳିଙ୍କ ସହ ଆଲୋଚନା କରୁଥିବା ବେଳେ ସମୟ ହୋଇଯାଇଥିଲା। ସେ ଇଙ୍ଗିତ କରିବା ସମୟରେ ତାଙ୍କର ୧୫ ସେକେଣ୍ଡ ଶେଷ ହୋଇଥିବା ଅମ୍ପାୟାର କହିଥିଲେ। ପନ୍ତ ଏହାକୁ ନେଇ ଅମ୍ପାୟାରଙ୍କ ସହ କଥା କଟାକଟି ହୋଇଥିଲେ। ହେଲେ ସେ ରାଜି ହୋଇ ନ ଥିଲେ।

ଏନେଇ ପଚରାଯିବାରେ ପନ୍ତ କହିଥିଲେ, ମଇଦାନରେ ହୋହଲ୍ଲା ହେଉଥିଲା। ଏଣୁ ସେ ବ୍ୟାଟ୍‌ର ଶବ୍ଦ ଶୁଣିପାରି ନ ଥିଲେ। ମଇଦାନରେ ଲାଗିଥିବା ସ୍କ୍ରିନରେ ଟାଇମର ଥିଲେ ଡିଆର୍‌ଏସ୍‌ ନିଷ୍ପତ୍ତି ସେ ଶୀଘ୍ର କରିପାରିଥାନ୍ତେ। ଯଦି ସେ ତାହା କରିଥାନ୍ତେ ତେବେ ମ୍ୟାଚର ପରିଣାମ ଅଲଗା ହୋଇଥାନ୍ତା। ହେଲେ କିଛି ଜିନିଷ ନିଜ ନିୟନ୍ତ୍ରଣରେ ନ ଥାଏ ବୋଲି ପନ୍ତ କହିଛନ୍ତି।

ତେବେ ଯଦି ବିଶାଖାପାଟଣା ମଇଦାନରେ ଲାଗିଥିବା ସ୍କ୍ରିନ୍‌ରେ ଟାଇମର ଦେଖାଯାଇନାହିଁ ତେବେ ଏହା ଏକ ଗମ୍ଭୀର ବିଷୟ ବୋଲି କୁହାଯାଉଛି। ଏନେଇ ଦିଲ୍ଲୀ ଟିମ୍‌ ଅଭିଯୋଗ ମଧ୍ୟ କରିବା ଉଚିତ ବୋଲି ପ୍ରଶଂସକ ଦାବି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri